ଆଜି ରାଜଧାନୀରେ ଚିହ୍ନଟ ହେଲେ ୪୬୦ କୋଭିଡ୍-୧୯ ପଜିଟିଭ୍, ହୁ ହୁ ହୋଇ ବଢୁଛି ସ୍ଥାନୀୟ ସଂକ୍ରମଣ

Published By : Prameya-News7 Bureau | September 10, 2020 IST

ଭୁବନେଶ୍ଵର ୧୦।୦୯: ସମସ୍ତ ପ୍ରୟାସ ପରେ କରୋନା ସଂକ୍ରମଣ ଉପରେ ଲାଗୁନି ଲଗାମ। ଅଗଷ୍ଟ ମାସଠୁ ବଳିଗଲାଣି ସେପ୍ଟେମ୍ବର ମାସର ଦହଗଞ୍ଜ। ରାଜ୍ୟରେ ଦୈନିକ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଏବେ ସଂକ୍ରମଣର କେନ୍ଦ୍ର ବିନ୍ଦୁ ପାଲଟିଛି। ସେଥିରୁ ରାଜଧାନୀ ଭୁବନେଶ୍ଵରରେ ସ୍ଥିତି ଚିନ୍ତାଜନକ ରହିଛି। କାରଣ ବର୍ତ୍ତମାନ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ମାମଲା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୬୦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ଥାନୀୟ ସଂକ୍ରମଣ କେସ୍‌ ୨୭୫ ରହିଛି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍‌ ଯୋଗେ ଗୁରୁବାର ଏହାର ସୂଚନା ଦେଇଛି।

wp:html /wp:html

ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ  ଭୁବନେଶ୍ଵରରେ ୪୬୦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୫ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ମାମଲା ୨୭୫ ରହିଛି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯୫୨ ରହିଛି। କିନ୍ତୁ ଚିନ୍ତାର ବିଷୟ ଦିନକୁ ଦିନ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ କେସ୍‌ ବଢିବାରେ ଲାଗିଛି। ଅନଲକ୍‌-୪ରେ ଅନେକ କୋହଳ କରିବା ଏବଂ ସଟ୍‌ଡାଉନ୍‌ ହଟିଯିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଅନ୍ୟପଟେ  ଭୁବନେଶ୍ଵରରେ ୪୦୫ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟସଂଖ୍ୟା ୯୭୫୫ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ କରୋନାରେ ୫୪ ଜଣଙ୍କ ମୃତ୍ୟୁ ଘଟିଛି। ସକ୍ରିୟ କେସ୍‌ ସଂଖ୍ୟା ୫୧୩୦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.