ଆଜି ଦ୍ବିତୀୟ ଓଜେଇଇ : ରାଜ୍ୟର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧୭ହଜାର ୬୭୯ ପରୀକ୍ଷାର୍ଥୀ

Published By : Prameya-News7 Bureau | July 21, 2019 IST

ଭୁବନେଶ୍ବର ୨୧/୭: ଆଜି ଦ୍ବିତୀୟ ଓଜେଇଇ ପରୀକ୍ଷା। ୨୦ଟି ସହରରେ ୩୧ ପରୀକ୍ଷା କେନ୍ଦ୍ରରେ ମୋଟ ୧୭,୬୭୯ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା । ପ୍ରଥମ ସିଟିଂ ସାଢେ ୯ଟାରୁ ୧୦.୩୦ ମିନିଟ ଯାଏ ଚାଲିବ। ଏହି ସିଟିଂରେ ବି.ଟେକ୍ ଓ ବି.ଫାର୍ମା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ବି.ଟେକ୍ରେ ୭,୭୭୧ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବି.ଫାର୍ମାରେ ୧୧୬୧ ଜଣ ପରୀକ୍ଷାର୍ଥୀ ଅଛନ୍ତି। ସେହିପରି ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ୧ଟାଏ ପର୍ଯ୍ୟନ୍ତ ଚାଲିବ। ଏହି ସିଟିଂରେ ଲାଟେରାଲ ଟେକ୍ ଡିପ୍ଲୋମା, ଲାଟେରାଲ ଟେକ୍(ବି.ଏସ୍), ଏମ୍ବିଏ, ଏମ୍ସିଏ, ଲାଟେରାଲ ଏମ୍ସିଏ ଓ ଏମ୍.ଫାର୍ମା ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଲାଟେରାଲ ଟେକ୍ ଡିପ୍ଲୋମାରେ ୪୩୧୨, ଲାଟେରାଲ ଟେକ୍ ବି.ଏସ୍ରେ ୧୨୦, ଏମ୍ବିଏରେ ୩୪୦୪,ଏମ୍ସିଏରେ ୬୧୪, ଲାଟେରାଲ ଏମ୍ସିଏ ୨୪୭, ଏମ.ଫାର୍ମାରେ ୪୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହି ପରୀକ୍ଷା ଅଫ୍ଲାଇନରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.