ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶାର ଆଜି ଦ୍ବିତୀୟ ଦିନ
12/11/2018 at 10:34 AM

ଭୁବନେଶ୍ବର ୧୨/୧୧: ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶାର ଆଜି ଦ୍ବିତୀୟ ଦିନଜନତା ମଇଦାନରେ ପୂର୍ବାହ୍ନ ୧୦ଟା ୩୦ରେ ପ୍ଲିନାରି ଅଧିବେଶନ ଓ ବିଜିନେସ ଲିଡରସିପ ସମ୍ମିଳନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଧିବେଶନକୁ ଉଦଘାଟନ କରିବେ।ଏଥିରେ ଦେଶ ବିଦେଶର ପ୍ରମୁଖ ଶିଳ୍ପପତି ଯୋଗଦେବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଷ୍ଟାର ବକ୍ତାଭାବେ ଯୋଗ ଦେବେ। ସମ୍ମିଳନୀରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ,ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ,ବେଦାନ୍ତ ରିସୋର୍ଟସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ,ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ପ୍ରମୁଖ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ଜାପାନ ସେମିନାର,ଖାଦ୍ୟ ପ୍ରକ୍ରିୟାକରଣ,ଭୁବନେଶ୍ବର ଓ ରାଉରେକେଲା ସ୍ମାର୍ଟ ସିଟି,ଲଜିଷ୍ଟିକ୍ ଓ ଭିତ୍ତିଭୂମି ଉପରେ ଅଧିବେଶନ,ପର୍ଯ୍ୟଟନ ପୁଞ୍ଜିନିବେଶ ସେମିନାର,ସନ୍ଧ୍ୟା ୫ଟା ୩୦ରୁ ୭ଟା ୩୦ ଭିତରେ କଳିଙ୍ଗ ଷ୍ଟାଡିୟମରେ ଏକ୍ସିଲେନ୍ସ କାର୍ଯ୍ୟକ୍ରମ ପାଇଁ ଚୁକ୍ତିପତ୍ର ସ୍ବାକ୍ଷର ହେବ।