ବିଜ୍ଞାପନ ନିଷେଧ ପରେ ଏବେ ଏପରି ନିଜର ପ୍ରଚାର କରୁଛନ୍ତି ତମାଖୁ ଉଦ୍ୟୋଗ, ନେଉଛନ୍ତି ସୋସିଆଲ ମିଡିଆ ସାହାରା

Published By : Prameya-News7 Bureau | February 21, 2021 IST

ଲଣ୍ଡନ :  ସାରା ବିଶ୍ୱରେ ଏବେ ସିଗାରେଟ ଓ  ଅନ୍ୟ ତମାଖୁ ଉତ୍ପାଦ ବିଜ୍ଞାପନ ନିଷିଦ୍ଧ ହୋଇଛି। ଏଣୁ ପ୍ରଚାର ଓ ପ୍ରସାରର ପାରମ୍ପରିକ ମାଧ୍ୟମ ବାହାରକୁ ଯାଇ ଏପରି ସାମଗ୍ରୀ ନିର୍ମାତା ନିଜ ଉତ୍ପାଦକୁ ବେଶ ବିଜ୍ଞାପିତ କରୁଥିବାର ପ୍ରଥମ ଥର ଜଣାପଡିଛି।

ସନ୍ଧାନୀ ସାମ୍ବାଦିକଙ୍କ ସଙ୍ଗଠନ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେଟିଂ ଜର୍ଣ୍ଣାଲିଜିମ୍ ଏପରି ସଂସ୍ଥାଙ୍କ ବିଜ୍ଞାପନ ମାଧ୍ୟମ ଉଜାଗର କରିଥିବା ବେଳେ ସେମାନେ ଅବଲମ୍ବନ କରୁଥିବା ଉପାୟର ରହସ୍ୟ ମଧ୍ୟ ଉଦଘାଟନ କରିଛନ୍ତି। ବ୍ରିଟିଶ ଆମେରିକାନ ଟୋବେକୋ (ବିଏଟି) ଉତ୍ପାଦର ପ୍ରଚାର ପ୍ରସାର ଲାଗି ଟିକ୍‌ଟକ୍‌ ଭଳି ସୋସିଆଲ ମିଡିଆର ଉପଯୋଗ କରୁଥିବା ଜଣାପଡିଛି।

{"id":412454,"sizeSlug":"large","linkDestination":"none"}

କମ୍ପାନୀ ଯେପରି ନିଜ ସାମଗ୍ରୀର ପ୍ରଚାର ପ୍ରସାର କରୁଛି ଏଥିରେ ଯୁବକ, ଧୂମପାନ କରୁନଥିବା ଲୋକେ ଏପରିକି ଛୋଟଛୋଟ ପିଲାମାନେ ମଧ୍ୟ ଉତ୍ପାଦ ପ୍ରତି ଆକର୍ଷିତ ହେଉଛନ୍ତି। ବିଏଟି ଇ-ସିଗାରେଟ୍ ଓ ୱେପସ୍‌ ମାର୍କେଟିଂ କରୁଛନ୍ତି। ଏଥିଲାଗି ଡାଇରେକ୍ଟ ଆଡଭର୍ଟାଇଜିଂ ସୁବିଧା ନଥିବାରୁ କମ୍ପାନୀ ସୋସିଆଲ ମିଡିଆର ଉପଯୋଗ କରୁଛି।

ଏଥିପାଇଁ କମ୍ପାନୀ ସୋସିଆଲ ମିଡିଆ ଇନଫ୍ଲୁଏନସର୍ସ, ପପ୍ ଷ୍ଟାର ଓ କ୍ରିଡା ଆୟୋଡକଙ୍କ ଲୋକପ୍ରିୟତାର ଫାଇଦା ଉଠାଉଥିବା କୁହାଯାଇଛି। ଏଥିଲାଗି କମ୍ପାନୀ ବିଜ୍ଞାପନ ବାବଦକୁ ୧ ବିଲିୟନ ପାଉଣ୍ଡ ଖର୍ଚ୍ଚ କରିଥିବା ବେଳେ ସୋସିଆଲ ମିଡିଆ ଆଡ ପ୍ରଡକ୍ସନ ଲାଗି ଦାୟିତ୍ୱ ନେଇଥିବା ଏଜେନ୍ସୀ ମଧ୍ୟ ଏଥିଲାଗି ବେଶ୍ ଅସୁବିଧାର ସମ୍ମୁଖୀନ ହେଉଥିବାର ରିପୋର୍ଟରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.