Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଟେଷ୍ଟ ସିରିଜ୍ ଜିତିବାକୁ ହେଲେ ଭାରତକୁ ବ୍ରିସବେନରେ ବଦଳାଇବାକୁ ପଡିବ ଇତିହାସ, ଏମିତି ରହିଛି ଦଳର ରେକର୍ଡ

13/01/2021 at 8:08 PM

ବ୍ରିସବେନ ୧୩।୦୧: ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ବରାବର ସ୍ଥିତିରେ ରହିଛି। ଉଭୟ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଛି। ଆଡିଲେଡ୍ ଟେଷ୍ଟ ଅଷ୍ଟ୍ରେଲିଆ ଜିତିବା ପରେ ଭାରତ ମେଲବୋର୍ଣ୍ଣ ଟେଷ୍ଟ ଜିତି ସିରିଜ୍‌କୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଏହା ପରେ ସିଡନୀ ଟେଷ୍ଟକୁ ଡ୍ର କରାଇ ଘରୋଇ ଦଳକୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ଦଳ। ଏବେ ଜାନୁଆରୀ ୧୫ରୁ ବ୍ରିସବେନରେ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତିବାକୁ ହେଲେ ବ୍ରିସବେନ ମଇଦାନରେ ନିଜର ଇତିହାସ ବଦଳାଇବାକୁ ପଡିବ। ଏହି ପଡିଆରେ ଭାରତ କଦାପି ଟେଷ୍ଟ ମ୍ୟାଚ୍ ଜିତି ନାହିଁ।

ଦୁଇ ଦେଶ ମଧ୍ୟରେ ଏହି ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫିର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଯଦି ଭାରତ ବ୍ରିସବେନ ଟେଷ୍ଟ ଜିତିବାକୁ ଚାହୁଁଛି କିମ୍ବା ଡ୍ର ରଖିବାକୁ ସଫଳ ହୁଏ ତେବେ ନିଜ ପାଖରେ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବ ପାରିବ। କାରଣ ଭାରତ ୨୦୧୮-୧୯ରେ ଗତ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତିଥିଲା। ବ୍ରିସବେନ ମଇଦାନ ଅଷ୍ଟ୍ରେଲିଆର ଅଜେୟ ଗଢ। ଏଠାରେ ଦଳ ଗତ ୩୩ ବର୍ଷ ହେବ ଗୋଟିଏ ହେଲେ ଟେଷ୍ଟ ହାରି ନାହିଁ। ଏଠାରେ ଘରୋଇ ଦଳ ଭାରତଠୁ କେବେ ପରାଜିତ ହୋଇ ନାହିଁ। କଙ୍ଗାରୁ ଦଳ ଏହି ଗ୍ରାଉଣ୍ଡରେ ଗତ ସାତୋଟି ମ୍ୟାଚ୍‌ ଲଗାତାର ଜିତିଛି। ଅଷ୍ଟ୍ରେଲିଆ ଶେଷ ଥର ୧୯୮୮ରେ ଓ୍ଵେଷ୍ଟଇଣ୍ଡିଜ ନିକଟରୁ ୯ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା।

ବ୍ରିସବେନରେ ୧୯୩୧ରୁ ଟେଷ୍ଟ ମ୍ୟାଚ୍‌ ଖେଳ ଆରମ୍ଭ ହୋଇଥିଲା। ଭାରତ ଏହି ପଡିଆରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୯୪୭ ନଭେମ୍ବର-ଡିସେମ୍ବରରେ ଖେଳିଥିଲା। ଏହି ମ୍ୟାଚ୍‌କୁ ଆୟୋଜକ ଅଷ୍ଟ୍ରେଲିଆ ଇନିଂସ ଓ ୨୨୬ ରନରେ ଜିତି ନେଇଥିଲା। ଏହା ପରେ ୧୯୬୮ରେ ଭାରତ ଦ୍ଵିତୀୟ ଟେଷ୍ଟରେ ୩୯ ରନରେ ପରାସ୍ତ ହୋଇଥିଲା। ୧୯୭୭ରେ ଭାରତ ବ୍ରିସବେନରେ ୧୬ ରନରେ ପରାଜିତ ହୋଇଥିଲା। ୧୯୯୧ରେ ୧୦ ଓ୍ଵିକେଟ୍ ଏବଂ ୨୦୦୩ରେ ମ୍ୟାଚ୍ ଡ୍ର ରହିଥିଲା।

୨୦୧୪ ଡିସେମ୍ବରରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ଵିକେଟ୍‌ରେ  ହରାଇଥିଲା। ଭାରତକୁ ଏବେ ବ୍ରିସବେନରେ ନିଜର ଇତିହାସ ବଦଳାଇବାକୁ ପଡିବ। ଏମିତି ହେଲେ ଦଳ ସିରିଜ୍ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫି ନିଜ ନାଁରେ କରି ପାରିବ।

   Related Posts