କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚୁଟି କାଟି ଲଣ୍ଡା ହେଲେ୨୦ ଜଣ ଡାକ୍ତର ଓ ନର୍ସ

Published By : Prameya-News7 Bureau | February 11, 2020 IST

ବେଜିଂ ୧୧।୦୨- ଚୀନ୍‌ରେ କରୋନା ଭାଇରସ୍‌ର ପ୍ରକୋପ କମିବାର ନାଁ ନେଉନାହିଁ । ଆଜି ସୁଦ୍ଧା ୧୦୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ହଜାର ୬୩୮ ଆକ୍ରାନ୍ତ ହୋଇଛନ୍ତି । କରୋନା ବ୍ୟାପକ ରୂପ ଧାରଣ କରିବା ପରେ ପ୍ରଥମ ଥର ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ସାମ୍ନାକୁ ଆସି ସ୍ଥିତିର ସମୀକ୍ଷା କରିଛନ୍ତି ।

{"id":223393,"sizeSlug":"large"}

ହୁବାର ୨ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ହଟାଇ ଦିଆଯାଇଛି। ସ୍ଥିତିର ନିୟନ୍ତ୍ରଣ ପାଇଁ ଉହାନ୍‌କୁ ୨୦ ହଜାର ମେଡ଼ିକାଲ କର୍ମଚାରୀଙ୍କୁ ପଠାଯାଇଛି ।ଉହାନ ସହରରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ପାଇଥିବା ୨୦ରୁ ଅଧିକ ଡାକ୍ତର ଓ ନର୍ସ ଡ୍ୟୁଟିକୁ ଯିବା ପୂର୍ବରୁ ସ୍ବେଚ୍ଛାକୃତଭାବେ ନିଜ ଚୁଟି କାଟିଛନ୍ତି । କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ଲାଗି  ପିନ୍ଧିବାକୁ ଥିବା ସ୍ବତନ୍ତ୍ର ଧରଣ ଜ୍ୟାକେଟ ପାଇଁ ଏହି ପ୍ରସ୍ତୁତି ।ସେହିପରି ରାତିରେ କେମିତି ସହରକୁ ସାନିଟାଇଜ କରାଯାଉଛି ଦେଖନ୍ତୁ । ୩୭୭ଟି ସାନିଟେସନ ଟ୍ରକ୍‌ ଏମିତି କାର୍ଯ୍ୟରତ ରହିଛି। ଏହି ଟ୍ରକ ଗୁଡିକ ସହରର ଗଳିକନ୍ଦିରେ ବିଶୋଧକ ସ୍ପ୍ରେ କରୁଛନ୍ତି ।

{"id":223394,"sizeSlug":"large"}

 ସବୁଠାରୁ ଅଧିକ ସଂକ୍ରମିକ ହୁବେଇ ଅଞ୍ଚଳରେ ଘରେ ଘରେ ସ୍ବାସ୍ଥ୍ୟକର୍ମୀ ମାନେ ପହଞ୍ଚି ବିଶୋଧକ ପ୍ରୟୋଗ କରୁଛନ୍ତି । ସେପଟେ ୟୁଏଇରେ ଜଣେ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । …

{"id":223395,"sizeSlug":"large"}

ଦିନକରେ ପ୍ରାଣ ହରାଇଲେ ୧୦୮। ଯେତେ ଦିନ ଗଡୁଛି ସେତିକି ମୃତାକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତକାଲି ୧୦ ତାରିଖରେ ଚୀନରେ ୧୦୮ ଜଣଙ୍କ ପ୍ରାଣ ହାନି ଘଟିଥିବା ବେଳେ ଏହା ପୂର୍ବଦିନ ୯୭ ଜଣଙ୍କର ଏବଂ ତା ପୂର୍ବ ଦିନ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସୂଚାଉଛି ଯେତେଦିନ ଗଡୁଛି ମୃତ୍ୟୁର ହାର ସେତେ ବଢ଼ିଚାଲୁଛି।  ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଛି ।ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୨ ହଜାର ୪୭୮ ବୃଦ୍ଧି ପାଇଛି ।ହୁବେଇ ଏବଂ ଉହାନରେ ହିଁ ମୃତ ଏବଂ ଅକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି ।ଏହି ମ୍ୟାପ୍‌ରେ ଦେଖନ୍ତୁ କିଭଳି ଚୀନ୍‌ର ହୁବେଇ ଓ ଉହାନ୍ ଅଞ୍ଚଳରେ କରୋନା ଭାଇରସ୍‌ ଅନ୍ୟ ଅଞ୍ଚଳକୁ ସଂକ୍ରମିତ ହୋଇଚାଲିଛି । ଏବେ ପୂରା ଦେଶରେ ୪୨ ହଜାର ୬୩୮ ଆକ୍ରାନ୍ତ ହୋଇଥିବା କୁହାଯାଇଛି।

{"id":223395,"sizeSlug":"large"}

ବେଜିଂରେ ଗତକାଲି ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ସ୍ଥିତିର ଅନୁଧ୍ୟାନ କରିଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ତୀବ୍ର ସମାଲୋଚନାର ଶିକାର ହୋଇଥିବା ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ଗତକାଲି ବେଜିଂର ଏକ ହସ୍ପିଟାଲକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ସବୁ ପ୍ରଚେଷ୍ଟା ସତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହେଲାଣି। କାରଣ  ଧିରେ ଧିରେ ଏହା ଚୀନ ବାହାରେ ମଧ୍ୟ ସଂକ୍ରମିତ ହେବାରେ ଲାଗିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.