ଏହି ୫ଟି ଗଛର ଚେରକୁ ନିଜ ପାଖରେ ରଖିଲେ ବଢ଼ିଥାଏ ଧନ ସମ୍ପତ୍ତି : ଜାଣନ୍ତୁ ଏଗୁଡ଼ିକ କ’ଣ?

Published By : Prameya-News7 Bureau | August 16, 2019 IST

ଆପଣ ବିଶ୍ବାସ କରନ୍ତୁ କିବା ନ କରନ୍ତୁ,କିନ୍ତୁ ଧନ ହେଉଥିବା ଗଛ ପ୍ରକୃତରେ ରହିଥାଏ। ଭାରତର ସ୍ଥାନୀୟ ସଂସ୍କୃତିରେ ଅନେକ ଚମତ୍କାରୀ ଗଛ ବିଷୟରେ ପଢ଼ିବାକୁ ଏବଂ ଶୁଣିବାକୁ ମିଳିଥାଏ। କିନ୍ତୁ ଏହା ପରମ୍ପରା ଉପରେ ଆଧାରିତ। ଏହା ଭୁଲ୍ କି ଠିକ୍ ଏହା ବିଷୟରେ ଆମେ ଜାଣିନାହୁଁ। ଆସନ୍ତୁ ଜାଣିବା ଏପରି ୫ଟି ଚେର ବିଷୟରେ ଯାହା ଧନ ସମ୍ପତ୍ତି ବୃଦ୍ଧି କରିଥାଏ।

{"id":144887}

୧.ବାହାଡ଼ା ଗଛର ଚେର : ପୁଷ୍ପ ନକ୍ଷତ୍ରରେ ବାହାଡ଼ା ଗଛର ଚେର ଏବଂ ଏହାର ଗୋଟିଏ ପତ୍ର ଆଣି ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। ଏହା ଦ୍ବାରା ଘରେ କେବେ ଦାରିଦ୍ର୍ୟ ରହିବ ନାହିଁ।

{"id":144888}

୨. କଳା ଦୁଦୁରା ଗଛର ଚେର : ଏହାର ଚେର ରବିବାର,ମଙ୍ଗଳବାର କିମ୍ବା ଯେକୌଣସି ଶୁଭ ନକ୍ଷତ୍ରରେ ଘରେ ଆଣି ରଖିବା ଦ୍ବାରା ନକରାତ୍ମକ ପ୍ରଭାବ ପଡ଼ିନଥାଏ। ସୁଖଶାନ୍ତି ବଜାୟ ରହିବା ସହ ଧନବୃଦ୍ଧି ହୋଇଥାଏ।

{"id":144889}

୩.ଅରଖ ଗଛର ଚେର : ରବିପୁଷ୍ପ ନକ୍ଷତ୍ରରେ ଅଣାଯାଇଥିବା ଅରଖ ଗଛର ଚେରକୁ ଡାହାଣ ହାତରେ ଧାରଣ କରିବା ଦ୍ବାରା ଆର୍ଥିକ ସମୃଦ୍ଧି ହୋଇଥାଏ।

{"id":144890}

୪. ଅପରାଜିତା ଗଛର ଚେର : ଅପରାଜିତା ଗଛର ଚେର ରବି ପୁଷ୍ପ ନକ୍ଷତ୍ରରେ ଆଣି ଡବାରେ ରଖି ଘରର ଲକରରେ ରଖନ୍ତୁ। ଏହା ଧନ ଏବଂ ସମୃଦ୍ଧିକୁ ବୃଦ୍ଧି କରିଥାଏ।

{"id":144891}

୫. ହାତ ଯୋଡ଼ି ଗଛର ଚେର : ହାତ ଯୋଡ଼ି ସିଦ୍ଧ କରିବା ପରେ ଏହାକୁ ଲାଲ ରଙ୍ଗର କନାରେ ବାନ୍ଧି କୌଣସି ସୁରକ୍ଷିତ ସ୍ଥାନରେ ଅଥବା ଲକରରେ ରଖି ଦିଆଯାଏ। ଏହା ଦ୍ବାରା ଆୟ ବୃଦ୍ଧି ହୋଇଥାଏ ଏବଂ ସମସ୍ତ ପ୍ରକାରର ସଙ୍କଟରୁ ମୁକ୍ତି ମିଳିଥାଏ। କୁହାଯାଏ ଯେଉଁ ଗଛ ଶୁଖିଯାଇଥାଏ ଏବଂ ଏହାର କୈାଣସି ଉପଯୋଗ କରାଯାଉନଥିବା ସେହି ଚେରକୁ ରଖିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.