Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଅଣ୍ଡା ଖାଇବାକୁ ଆସିଥିଲା ସାପ, ହେଲେ ଚଟାଣ ଭଳି ଛିଡାହୋଇଥିଲା ମା’ ଶେଷରେ…

3/08/2021 at 12:57 PM

ନୂଆଦିଲ୍ଲୀ ୦୩/୦୮ : ପ୍ରକୃତରେ କୁହାଯାଏ ମାଆ ହେଉଛି ସର୍ବଂସ୍ୱାହା । ଜଣେ ମାଆ ଯିଏ ନିଜ ସନ୍ତାନମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ । ସେ ପଶୁ ହେଉ ଅବା ମଣିଷ ପ୍ରେମ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଯେଉଁଥିରେ ଯାହାକି ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଯେଉଁଥିରେ କୁକୁଡ଼ା ଅଣ୍ଡା ଖାଇବାକୁ ଗୋଟେ ସାପ ପ୍ରୟାସ କରୁଛନ୍ତି ।

ହେଲେ ସାପର ଏହି ପ୍ରୟାସକୁ ସଫଳ ହେଉନି । ପରିସ୍ଥିତି ଏମିତି ହୁଏ ଯେ, ଅଣ୍ଡାକୁ ବଞ୍ଚାଇବା ପାଇଁ ସାପ ସହିତ ସଂଘର୍ଷ କରିବାକୁ ବି ପଡେ । କିଛି ସମୟ ଘମାଘୋଟ ଲଢେଇ ବି ଚାଲେ । କେହି କାହାକୁ ଛାଡନ୍ତିନି । ଶେଷର ମାଆର ସାହା ଆଗରେ ହାର ମାନିଯାଆନ୍ତି ନାଗରାଜ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଇ ଭିଡିଓ । ଭିଡିଓ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି ।

ଭିଡିଓ ସେୟାର କରିବା ପରଠାରୁ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୧୩୦୦ରୁ ଅଧିକ ଭ୍ୟୁ ପାଇଛି । ଏହା ସହିତ, ଏହି ଭିଡିଓରେ ଆଠଟି ଲାଇକ୍ ଏବଂ ତିନୋଟି ରିଟ୍ୱିଟ୍ ମଧ୍ୟ ଅଛି । ସୂଚନା ଥାଉକି, ଗୋଟିଏ ପ୍ଲାଷ୍ଟିକ୍ କ୍ରେଟରେ କୁକୁଡା ଅଣ୍ଡା ଦେବା ପରେ ନିଜ ସେ ଅଣ୍ଡା ଉପରେ ବସିଥିଲା । ଠିକ୍ ଏତିକି ବେଳେ ନାଗ ସାପ ସେଠାରେ ପହଞ୍ଚି ଅଣ୍ଡା ଖାଇବାକୁ ପ୍ରୟାସ କରେ । ହେଲେ ସାପଟିର ପ୍ରୟାସ ବିଫଳ ହୁଏ । ଅଣ୍ଡାଟିକୁ ସୁରକ୍ଷିତ ରଖିବାରେ ସକ୍ଷମ ହୁଏ କୁକୁଡା ।

   Related Posts