ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇପାରିବ ସେ ନେଇ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ୍‌

Published By : Prameya-News7 Bureau | February 11, 2020 IST

ଭୁବନେଶ୍ୱର୧୧।୦୨  -ଓଡ଼ିଶାରେ ବିମ୍‌ଷ୍ଟେକ୍‌ର ଦ୍ବିତୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇପାରିବ ସେ ନେଇ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ୍‌ । ଭୁବନେଶ୍ବରର ହୋଟେଲ ମେ’ ଫେୟାରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମ୍‌ଷ୍ଟେକ୍‌ର ଏହି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବ । ….

{"id":223350,"sizeSlug":"large"}

ଓଡ଼ିଶାରେ ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲ୍ଟି ସେକ୍ଟରାଲ୍‌ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋପରେସନ୍‌ ବା ବିମ୍‌ଷ୍ଟେକ୍‌ର ଦ୍ବିତୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି । ଭୁବନେଶ୍ବରର ହୋଟେଲ ମେ’ ଫେୟାରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇପାରିବ ସେ ନେଇ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ୍‌ । ଏଥିରେ ବିମ୍‌ଷ୍ଟେକ୍‌ରେ ସାମିଲ୍‌ ୭ଟି ଦେଶ ମଧ୍ୟରୁ ଭାରତ ସହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ଯୋଗଦେଇଛନ୍ତି ।

{"id":223351,"sizeSlug":"large"}

ବିମ୍‌ଷ୍ଟେକର ଏହି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବ ।

{"id":223353,"sizeSlug":"large"}

ବୁଧବାର ରାମଚଣ୍ଡି ସି’ବିଚ୍‌ରେ ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ ଡ୍ରିଲ୍‌ ହେବ ।

{"id":223354,"sizeSlug":"large"}

ଓଡ଼ିଶାର ସ୍ବର୍ଣ୍ଣ ତ୍ରିଭୂଜ ଭାବେ ପରିଚିତ ଭୁବନେଶ୍ବର-ପୁରୀ-କୋଣାର୍କରେ ଅନେକ ଐତିହାସିକ ସ୍ଥଳୀ ରହିଥିବାରୁ ଏହି ମକ୍‌ଡ୍ରିଲ୍‌ ବେଶ୍‌ ଫଳପ୍ରଦ ହେବ ବୋଲି ଆଶା ରହିଛି ।

{"id":223356,"sizeSlug":"large"}

ବିମ୍‌ଷ୍ଟେକ୍‌ର ଏହି କାର୍ଯ୍ୟକ୍ରମରେ ଏନଡିଆରଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ, ପୋଲିସ ଡିଜି ଅଭୟ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ ।

{"id":223359,"sizeSlug":"large"}

ପ୍ରାକୃତିକ ବପର୍ଯ୍ୟୟ ସମୟରେ ଓ ପରେ କେମିତି ପିରିସ୍ଥିତିର ମୁକାବିଲା କରାଯାଇପାରିବ, ଏହି କାର୍ଯ୍ୟକ୍ରମରୁ ସେନେଇ ଅନେକ କିଛି ଶିଖିବାକୁ ମିଳିବ ବୋଲି ଅନୁଭବ କରୁଛନ୍ତି ଅନ୍ୟ ଦେଶର ପ୍ରତିନିଧିମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.