ଦେଶ ଆଗ ମୋ ଖୁସି ପଛ, ଏମିତି କହି ବାହାଘର ଘୁଞ୍ଚାଇ ଦେଲେ ଡେନମାର୍କ ପ୍ରଧାନମନ୍ତ୍ରୀ…
26/06/2020 at 8:26 PM

ନୂଆଦିଲ୍ଲୀ ୨୬।୦୬: ଶେଷରେ ବାହାଘର ପାଇଁ ତାରିଖ ସ୍ଥିର କରି ନେଇଥିବା ଭାବି ଥିଲେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସେନ। କିନ୍ତୁ ଏବେ ୟୁରୋପୀୟ ସଂଘର ଶିଖର ସମ୍ମିଳନୀ କାରଣରୁ ପ୍ରଧାନମନ୍ତ୍ରୀ ତୃତୀୟ ଥର ବାହାଘରକୁ ସ୍ଥଗିତ କରିବାକୁ ପଡିଛି।
କୋଭିଡ୍-୧୯ କାରଣରୁ ଏବେ ବିବାହର ପରିଭାଷା ବଦଳି ଯାଇଛି। ସେ ସାଧାରଣ ଲୋକ ହୁଅନ୍ତୁ କି ନେତା କି ବିଶ୍ଵ ନେତା ସମସ୍ତଙ୍କୁ କୋଭିଡ୍-୧୯ ନିୟମ ମାନି ସମାରୋହ ଆୟୋଜନ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସେନ କହିଛନ୍ତି ଏକ ଭଲ ମହିଳା ସହ ବିବାହ କରିବାକୁ ଉତ୍ସୁକ। ପ୍ରଧାନମନ୍ତ୍ରୀ ତାଙ୍କ ବାନ୍ଧବୀଙ୍କ ସହ ଫେସବୁକ୍ରେ ଫୋଟ ସେୟାର କରି ଲେଖିଛନ୍ତି। କିନ୍ତୁ ଆମ ବାହାଘର ଏତେ ସହଜ ନୁହେଁ। ଏବେ ବ୍ରସେଲ୍ସର ଏକ ପରିଷଦ ବୈଠକ ହେବାକୁ ଯାଉଛି। ଏହା ଜୁଲାଇ ମାସରେ ସେହି ଶନିବାର ଦିନ ଡକାଯାଇଛି ଯେଉଁ ଦିନ ଆମର ବିବାହ କରିବାର ଯୋଜନା ଥିଲା ବୋଲି ସେ ଲେଖିଛନ୍ତି।
କିନ୍ତୁ ମୋତେ ପ୍ରଥମେ ନିଜର କାମ କରିବାକୁ ପଡିବ ଏବଂ ଡେନମାର୍କର ହିତକୁ ଧ୍ୟାନରେ ରଖିବାକୁ ପଡିବ। ଏଥିପାଇଁ ଆମେ ପୁଣି ଥରେ ନିଜର ବିବାହ ଯୋଜନା ପରିବର୍ତ୍ତନ କରିଛୁ। ଶୀଘ୍ର ଆମେ ବିବାହ ବନ୍ଧନରେ ଆବଦ୍ଧ ହେବୁ।
ଉଲ୍ଲେଖନୀୟ ଜୁଲାଇ ୧୭-୧୮ରେ ୟୁରୋପୀୟ ପରିଷଦର ବୈଠକ ବ୍ରସେଲ୍ସରେ ଆୟୋଜନ ହେବ। ଏଥିରେ ୨୭ ଦେଶର ପ୍ରମୁଖ ଉପସ୍ଥିତ ହେବେ। ଗତ ସପ୍ତାହରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହା ପ୍ରଥମ ଶିଖର ସମ୍ମିଳନୀ ହେବାକୁ ଯାଉଛି, ଯେଉଁଠି ଏକ ମାସ ପୂର୍ବେ କରୋନା ଭାଇରସ୍ ଲକ୍ଡାଉନ୍ ପରେ ବିଶ୍ଵର ନେତାମାନେ ଉପସ୍ଥିତ ହେବାକୁ ଯାଉଛନ୍ତି। ବୈଠକରେ କୋଭିଡ୍-୧୯ ସଙ୍କଟ ଏବଂ ନୂତନ ୟୁରୋପୀୟ ସଙ୍ଘର ବଜେଟ୍ ଉପରେ ଆଲୋଚନା କରାଯିବ।