ମୃତ୍ୟୁର ୩ମାସ ପରେ ରହସ୍ୟ ଉନ୍ମୋଚନ ପାଇଁ ସମାଧୀ ତଳୁ ବାହାର କରାଗଲା ଶବ…ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | July 18, 2019 IST

ପଦ୍ମପୁର ୧୮|୭: ପଦ୍ମପୁର ଉପଖଣ୍ଡ  ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ଅଭାବନୀୟ । ମୃତ୍ୟୁର ୩ମାସ ପରେ ରହସ୍ୟ ଉନ୍ମୋଚନ ପାଇଁ ସମାଧୀ ତଳୁ ବାହାର କରାଗଲା ଶବ । ବୁଢ଼ୀ ମାଁର ଭୂତ କାହାଣୀ ପରି ଲାଗୁଥିଲେ ମଧ୍ୟ ଘଟଣା ଟି ସଂମ୍ପୁର୍ଣ୍ଣ ସତ ।ଗାଁର ଉଦେ ତାଣ୍ଡିଙ୍କର ପ୍ରଥମେ ମଦ ପିଇ ମୃତ୍ୟୁ ହୋଇଛି ବୋଲି ପରିବାର ସଦସ୍ୟଙ୍କୁ କୁହାଯାଇଥିାଲ । ଆଉ ୩ମାସ ପରେ ମୃତ  ଉଦେଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀଙ୍କୁ ବିଷ ଦେଇ ମାରିଦେଇଛନ୍ତି ଦୁର୍ବୃତ୍ତ ....

ଏହା କାହାଣୀ ନୁହେଁ ପୁରା ସତ  । ସତ୍ୟର ଉନ୍ମୋଚନ ପାଇଁ ମୃତ୍ୟୁର ୩ମାସ ପରେ ସମାଧୀରୁ ବାହାର କରାଯାଇଛି ଶବ । ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଅମାମୁଣ୍ଡା ଗାଁର ଉଦେ ତାଣ୍ଡିଙ୍କ ମୃତ୍ୟୁର ରହସ୍ୟ ଜାଣିବାକୁ ପୁଣି ଆରମ୍ଭ ହୋଇଛି ଖୋଳତାଡ । ଗତ ଏପ୍ରିଲ୍‌ ୧୭ରେ ଉଦେ ତାଣ୍ଡି ଅସୁସ୍ଥ ହୋଇ ପ୍ରଥମରେ ପଦ୍ମପୁର ଚିକିତ୍ସାଳୟପରେ  ସେଠାରୁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

 ମଦ ପିଇବା ଯୋଗୁଁ ଉଦେଙ୍କର ମୃତ୍ୟୁ ହୋଇଛି  ବୋଲି ପରିବାରକୁ କୁହାଯାଇଥିଲା  । ଆଉ ଏବେ ୩ମାସ ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବାକୁ ଯାଉଛି । ମୃତ ଉଦେ ତାଣ୍ଡିଙ୍କ ସ୍ତ୍ରୀ ଇଲାତାଣ୍ଡି ମେଳଛମୁଣ୍ଡା ଥାନାରେ ଗତକାଲି ଅଭିଯୋଗ କରିବାପରେ ପୋଲିସ ଆରମ୍ଭ କରିଛି ତନାଖନା ।  ଉଦେତାଣ୍ଡିଙ୍କ ମୃତ୍ୟୁ କେବଳ ମଦ ପିଇବା ଯୋଗୁଁ ହୋଇନି ,ବରଂ ଗାଁର ୧୦ଜଣ ଲୋକ ମଦରେ ବିଷ ଦେଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି

ଲିଖିତ ଅଭିଯୋଗ ପାଇବା ପରେ ମେଳଛାମୁଣ୍ଡା ପୋଲିସ ଶବକୁ ମାଟିତଳୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  ବ୍ୟବଚ୍ଛେଦ  ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଦୋଷୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଦ୍ମପୁର ଏସଡିପିଓ  କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ୩ମାସ ଯାଏ ଚୁପଚାପ୍‌ ବସିଥିବା ମୃତ ଉଦେ ତାଣ୍ଡିଙ୍କ ପରିବାର ହଠାତ ଚେଇଁ ଉଠିଲେ କାହିଁକି ?  ଏମିତି କଣ ସେମାନଙ୍କୁ ସ୍ପଷ୍ଟ ସୁରାକ ମିଳିଲା ଯେ ମାଟିତଳୁ ଶବ ବାହାର କରି ଆଉଥରେ ତଦନ୍ତ ପରିସରକୁ ଅଣାଗଲା ? ଆଗାମି ଦିନରେ ପ୍ରକୃତ ରହସ୍ୟର ଅପେକ୍ଷାରେ ଚାହିଁ ବସିଛନ୍ତି ପଦ୍ମପୁର ବାସିନ୍ଦା ।

{"id":135166}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.