ପ୍ରେମିକାକୁ ଦେଖା କରିବାକୁ ବ୍ୟାକୁଳ : ପ୍ରେମିକଙ୍କ ଅଜବ ଯୋଗାଡ଼, ଧରାପଡ଼ି ହେଲେ ହଟହଟା

Published By : Prameya-News7 Bureau | May 27, 2020 IST

ସୁରଟ ୨୭/୦୫ : କରୋନା ଯୋଗୁଁ ସାରା ଦେଶରେ ଲକ ଡାଉନ ଜାରି ରହିଛି | ଲକ ଡାଉନ ଯୋଗୁଁ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ଆଜିର ଯୁବପିଢ଼ି ଅର୍ଥାତ ପ୍ରେମୀଯୁଗଳ | ସମସ୍ତେ ଘରେ ବନ୍ଦ ଥିବାରୁ ନା କିଏ କାହା ସହ ଠିକ ଭାବେ କଥାବାର୍ତ୍ତା କରି ପାରୁଛନ୍ତି ନା ଦେଖା ସାକ୍ଷାତ କରି ପାରୁଛନ୍ତି | କରୋନା ଏମାନଙ୍କ ବଞ୍ଚିବା କଷ୍ଟକର କରିଦେଲାଣି | ପ୍ରେମିକାଙ୍କୁ ସାକ୍ଷାତ କରି ନ ପାରି ପ୍ରେମିକମାନଙ୍କ ଅବସ୍ଥା ଖରାପ | ଜଣେ ଯୁବକ ନିଜ ପ୍ରେମିକାକୁ ସାକ୍ଷାତ କରିବାକୁ କଣ ନ କରିଛି | ଗୁଜରାଟ ଭାଲସାଦରେ ଘଟିଛି ଏହିଭଳି ଏକ ଘଟଣା ଆପଣ ମଧ୍ୟ ଜାଣିଲେ ହସିବେ | 

ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ଯୁବତୀ ଭେଷ ଧାରଣ କରିଥିଲେ | ତଥାପି ଯୁବକଙ୍କ ଏହି ଉଦ୍ୟମ ସଫଳ ହେଲାନାହିଁ ଏବଂ ସେ ଧରା ପଡିଗଲେ | ଘଟଣାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି | ଯୁବକ ଜଣକ ଜାଣିବାକୁ ପାଇଲେ ମହିଳା ଏବଂ ଯୁବତୀମାନେ କୁଆଡେ ଗଲେ ତାଙ୍କୁ ପଚରାଉଚୁରା କରାଯାଉନାହିଁ | ଯାହାଫଳରେ ସେମାନେ ସହଜରେ ଯୁଆଡେ ଇଛା ଯାଇପାରିବେ | ସେ ଏହି ମଉକାର ଫାଇଦା ଉଠାଇ ମହିଳା ଭେଷରେ ପ୍ରେମିକାକୁ ଦେଖା କରିବାକୁ ନିଷ୍ପତ୍ତି ନେଲେ | ରାତି ପ୍ରାୟ ୩ଟା ସମୟରେ ସେ ନିଜ ପ୍ରେମିକାକୁ ଦେଖା କରିବାକୁ ବାହାରି ପଡିଲେ | ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଦେଖିଲା ଯେ ଜଣେ ଯୁବତୀ ପଂଜାବୀ ଡ୍ରେସ ପିନ୍ଧି ମୁହଁ ଘୋଡେଇ କୁଆଡେ ଯାଉଛି | ଏତେ ରାତିରେ ଜଣେ ଯୁବତୀ ସ୍କୁଟିରେ ଏକ ଯାଉଥିବା ଦେଖି ପୋଲିସକୁ ସନ୍ଦେହ ହୋଇଥିଲା | ପୋଲିସ ପଚରାଉଚୁରା କରିବା ପାଇଁ ତାଙ୍କୁ ଅଟକାଇଥିଲା |

{"id":277073,"width":574,"height":430,"sizeSlug":"large"}

ପୋଲିସ ପଚାରିଥିଲେ ଏତେ ରାତିରେ ସେ ଏକା ସ୍କୁଟି ନେଇ କୁଆଡେ ଯାଉଛନ୍ତି | କିନ୍ତୁ ସେ କିଛି ଜବାବ ନଦେଇ ଚୁପ ରହିଲେ | ବାରମ୍ବାର ପଚାରିବା ସତ୍ତ୍ୱେ ସେ କିଛି କହିଲେନି | କଥା କହିଲେ ପୋଲିସ ଜାଣିପାରିବେ ସେ ଝିଅ ନୁହେଁ ବରଂ ପୁଅ, ସେଥିପାଇଁ ସେ କିଛି ନ କହି ଚୁପ ରହିଲେ | ସେ କିଛି ନ କହିବାରୁ ପୋଲିସର ସନ୍ଦେହ ବଢିଥିଲା | ପୋଲିସ ଯୁବତୀଙ୍କ ମୁହଁରୁ ଓଢଣୀ କାଢି ଦେଇଥିଲା | ତାଙ୍କୁ ଦେଖି ପୋଲିସ ବି ଚମକି ଗଲା |

ପୋଲିସ କହିଛି ଯେ, ଯୁବକ ଜଣକ ଓଢଣୀ ତଳେ ମାସ୍କ ମଧ୍ୟ ପିନ୍ଧିଥିଲେ | ଯାହାଫଳରେ ତାଙ୍କୁ ଚିହ୍ନିବା ମୁସ୍କିଲ ଥିଲା | ପୋଲିସ ସତ ଜାଣିବା ପରେ ସେ କହିଥିଲେ ଯେ, ଯୁବତୀଙ୍କ ପରିବାର ଓ ପୋଲିସ ଠାରୁ ବଞ୍ଚିବା ପାଇଁ ସେ ଏହିଭଳି ଯୁବତୀ ଭେଷରେ ବାହାରିଥିଲେ |

ଘଟଣାକୁ ନେଇ ଯୁବକଙ୍କ ବିରୋଧରେ ମହାମାରୀ ଆକ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା | ଯୁବକଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ପେଶ କରାଯାଇଥିଲା | ଯୁବକଙ୍କୁ ଜାମିନ ମିଳିଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.