‘ପ୍ରଥମ ବିବାହ ଘର ଲୋକଙ୍କ ଇଚ୍ଛାରେ, ଦ୍ବିତୀୟ ବିବାହ ପାଇଁ ଅନ୍ୟର ସ୍ତ୍ରୀକୁ ଚୋରି କରିବାକୁ ହୁଏ’

Published By : Prameya-News7 Bureau | December 27, 2019 IST

ପଶ୍ଚିମ ଆଫ୍ରିକା୨୭/୧୨: ଅଜବ ପରମ୍ପରା। ବିବାହ କରିବାକୁ ହେଲେ ଅନ୍ୟ ଜଣଙ୍କ ପତ୍ନୀକୁ ଚୋରି କରିବାକୁ ପଡ଼ିବ। ଅଲଗା ଅଲଗା ଦେଶରେ ବିବାହକୁ ନେଇ ବିଭିନ୍ନ ପ୍ରକାର ରିତି-ରିବାଜ ରହିଛି। କିନ୍ତୁ ପଶ୍ଚିମ ଆଫ୍ରିକାରେ ବିବାହକୁ ଏମିତି ପରମ୍ପରା ରହିଛି ଏ ସଂପର୍କରେ ଜାଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବ। ବିବାହ କରିବାକୁ ହେଲେ ଅନ୍ୟ ଜଣଙ୍କ ପତ୍ନୀଙ୍କୁ ଚୋରି କରିବାକୁ ପଡ଼ିବ। ଆଫ୍ରିକାର ନାଇଜରରେ ରହୁଥିବା ବାଡାବେ ସମ୍ପ୍ରଦାୟର ଲୋକମାନେ ଏହି ପରମ୍ପରାରେ ବିବାହ କରି ଥାଆନ୍ତି। ବାଡାବେ ସମ୍ପ୍ରଦାୟର ଲୋକମାନେ ଅନ୍ୟ ଜଣଙ୍କ ସ୍ତ୍ରୀକୁ ଚୋରି ତାଙ୍କୁ ହିଁ ବିବାହ କରିଥାଆନ୍ତି।

{"id":203392,"sizeSlug":"large"}

ଏହି ରିତି-ରିବାଜ ଅନୁସାରେ ପ୍ରଥମ ବିବାହ ଘର ଲୋକଙ୍କ ଇଚ୍ଛାରେ ହୋଇଥାଏ। କିନ୍ତୁ ଦ୍ବିତୀୟ ବିବାହ ପାଇଁ ଅନ୍ୟ ଜଣଙ୍କ ପତ୍ନୀଙ୍କୁ  ଚୋରି କରିବାକୁ ପଡ଼ିଥାଏ। ଏଥିପାଇଁ ପ୍ରତିବର୍ଷ ଗେରେଭୋଲ ପେଷ୍ଟଭାଲ ଆୟୋଜନ ହୋଇଥାଏ। ଏହି ଫେଷ୍ଟିଭାଲରେ ପୁଅ ଦେହରେ ରଙ୍ଗ ଲଗାଯାଇଥାଏ। ରିତି-ରିବାଜ ଅନୁସାରେ ଗୋଟିଏ କଥାକୁ ବାଡାବେ ସମ୍ପ୍ରଦାୟର ଲୋକମାନେ ଅଧିକ ଗୁରୁତ୍ବ ଦେଇଥାଆନ୍ତି। ମହିଳାଙ୍କ ପ୍ରଥମ ସ୍ବାମୀ ଯେମିତି ବିବାହ କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହନ୍ତି। ବାଡାବେ ସମ୍ପ୍ରଦାୟର ଲୋକମାନେ ଏହି ଅଜବ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି।

{"id":203393,"sizeSlug":"large"}

ଏହି ପରମ୍ପରା ସହ ଅନ୍ୟ ଏକ ରିତି-ରିବାଜ ମଧ୍ୟ ରହିଛି। ବିବାହ ପାଇ ଏକ ମେଳାର ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ପୁରୁଷମାନଙ୍କ ସୌନ୍ଦର୍ଯ୍ୟକୁ ନେଇ ପ୍ରତିଯୋଗିତା ହୋଇଥାଏ। ପ୍ରତିଯୋଗିତାରେ କିଏ ପ୍ରଥମ, କିଏ ଦ୍ବିତୀୟ ହେବା ଏ ସବୁକୁ ମହିଳାମାନେ ଚୟନ କରିଥାଆନ୍ତି। ଯେଉଁ ପୁରୁଷ ଅଧିକ ସୁନ୍ଦର ତାଙ୍କୁ ମହିଳା ଜଜ୍‌ ବିବାହ କରିଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.