ଟିମ୍ ଇଣ୍ଡିଆରେ ଜାଗା ପାଇବା ପାଇଁ ଏବେ ପାସ୍ କରିବାକୁ ପଡିବ ଏହି ଫିଟନେସ୍ ଟେଷ୍ଟ, ବିସିସିଆଇର ବଡ ନିଷ୍ପତ୍ତି

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ ୨୨।୦୧: ଭାରତୀୟ କ୍ରିକେଟ୍ ଦଳରେ ଖେଳର ସୁଧାର ପଛରେ ସବୁଠୁ ବଡ କାରଣ ଖେଳାଳିଙ୍କ ଫିଟନେସ୍। ଭାରତୀୟ ଦଳରେ ସେହି ଖେଳାଳିଙ୍କୁ ସ୍ଥାନ ମିଳିଥାଏ ଯିଏ ବଲ୍ ଏବଂ ବ୍ୟାଟ୍ ସହିତ ଫିଟ୍ ମଧ୍ୟ ଥାଆନ୍ତି। ଦଳରେ ସାମିଲ ହେବା ପାଇଁ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୟୋ ୟୋ ଟେଷ୍ଟ ପାସ୍‌ କରିବା ଅନିବାର୍ଯ୍ୟ। ଏଥିରେ ଫେଲ୍ ହେଲେ ଭଲ ଫର୍ମରେ ଥିଲେ ମଧ୍ୟ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳେ ନାହିଁ। ଯିଏ ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହୁଅନ୍ତି ତାଙ୍କୁ ଦଳରେ ସାମିଲ କରାଯାଏ। ମାତ୍ର ବିସିଆଇ ଏବେ ବଡ ନିଷ୍ପତ୍ତି ନେଇ ନୂତନ ଫିଟ୍‌ନେସ୍‌ ଟେଷ୍ଟକୁ ମଞ୍ଜୁରୀ ଦେଇଛି। ଖେଳାଳିଙ୍କୁ ଏବେ ୟୋ-ୟୋ ଟେଷ୍ଟ ବ୍ୟତୀତ ନୂତନ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ।

ଇଣ୍ଡିଆନ ଏକ୍ସପ୍ରେସ୍‌ରେ ଛପି ଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳକୁ ଏକ ନୂତନ ସ୍ତରକୁ ନେଇ ଯିବା ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ନୂତନ ଫିଟନେସ୍‌ ଟେଷ୍ଟକୁ ମଞ୍ଜୁରୀ ଦେଇଛନ୍ତି। ଏହି ପରୀକ୍ଷା ପାସ୍ କରିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହି ପରୀକ୍ଷାରେ ଖେଳାଳିଙ୍ଗ ବେଗ ଏବଂ  ତାଙ୍କ କ୍ଷମତା ପରଖା ଯିବ। ସୂଚନା ଅନୁଯାୟୀ ଖେଳାଳିଙ୍କୁ ୨ କିଲୋମିଟର ପର୍ଯ୍ୟନ୍ତ ଦୌଡିବାକୁ ହେବ। ବ୍ୟାଟସମ୍ୟାନ ଓ ବୋଲରଙ୍କ ପାଇଁ ଏହାର ସମୟ ସୀମା ଅଲଗା ରହିବ।

ଟିମ୍ ଇଣ୍ଡିଆର ନୂତନ ଫିଟନେସ୍ ଟେଷ୍ଟ

{"id":396640,"sizeSlug":"large","linkDestination":"none"}

ମିଡିଆ ରିପୋର୍ଟ ଅନୁଯାୟୀ, ବୋଲରଙ୍କୁ ୨ କିମିର ଦୌଡକୁ ୮ ମିନିଟ୍ ୧୫ ସେକେଣ୍ଡରେ ପୂରା କରିବାକୁ ପଡିବ। ଅନ୍ୟପଟେ ବ୍ୟାଟସମ୍ୟାନଙ୍କୁ ୮ ମିନିଟ୍ ୩୦ ସେକେଣ୍ଡରେ ଏହି ଦୌଡ ପୂରା କରିବାକୁ ହେବ।  ବିସିସିଆଇ ଅଧିକାରୀଙ୍କ ଅନୁଯାୟୀ, ଦଳର ସଫଳତାରେ ଖେଳାଳିଙ୍କ ଫିଟନେସ୍‌ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏବେ ଫିଟନେସ୍‌ ସ୍ତରକୁ ଏକ ଭିନ୍ନ ସ୍ତରକୁ ନେବାର ଆବଶ୍ୟକତା ରହିଛି।  ଏଥିପାଇଁ ଖେଳାଳିଙ୍କ ଟାଇମ ଟ୍ରାଏଲ ନିଆଯିବ। ଏଥିରେ ଖେଳାଳିଙ୍କ ଫିଟନେସ୍ ଆହୁରି ବଢିବ। ପ୍ରତି ବର୍ଷ ଏହାକୁ ଆହୁରି କଠିନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.