ଆପଣଙ୍କ ମୋବାଇଲ ନମ୍ୱର ଟ୍ରାକ୍‌ ହେଉଛି କି ? ଏହି କୋର୍ଡ ଦ୍ବାରା ଜାଣନ୍ତୁ

Published By : Prameya-News7 Bureau | May 14, 2019 IST

ଅଧିକାଂଶ ସମୟରେ ନିଜ ସାଙ୍ଗ ସାଥିଙ୍କୁ କଲ କରିଲା ବେଳେ ନମ୍ୱର ବିଜି ଆସେ, କେବେ କେବେ କଲ୍‌ ଲାଗେ ନାହିଁ ବା କଲ୍‌ ନେଟୱାର୍କ ବାହାରେ ଥାଏ। ଏହି ସବୁ କାରଣ ପାଇଁ ମୋବାଇଲ ନମ୍ବର ଅନ୍ୟ ନମ୍ବରରେ ଡାୟରେକ୍ଟ କରାଯାଏ। ତେବେ ଆପଣ ଜାଣି ରଖିବା ଉଚିତ ଯେ, ଏମିତି ହେବା ପଛରେ ଆପଣଙ୍କ କଲ ଟ୍ରାକ ହେଉଥିବା କାରଣ ଥାଇପାରେ । ଅନେକ ସମୟରେ ଅପରାଧିକ ଗତିବିଧି ଜାମିବା ପାଇଁ ପୋଲିସ କଲ ଟ୍ରାକିଂ କରିଥାଏ । ଏପରିକି କେହି କେହି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ କଲ ଟ୍ରାକିଂ କରିଥାନ୍ତି । ଅବଶ୍ୟ ବ୍ୟକ୍ତିଗତ ସ୍ତରରେ କଲ ଟ୍ରାକିଂ ବେଆଇନ । ଆପଣଙ୍କ କଲ ଟ୍ରାକ ହେଉଛି କି ନାହିଁ ଜାଣିବା ପାଇଁ କେବଳ ଗୋଟିଏ କୋର୍ଡ ଆବଶ୍ୟକ । ଆପଣ ଜାଣିରଖିବା ଉଚିତ ଯେ, ଏକ ଯୁଏସଡି କୋର୍ଡ ମାଧ୍ୟମରେ ହିଁ କଲ ଟ୍ରାକ ହୋଇଥାଏ । ଏହା ସମ୍ପର୍କରେ ଜାଣିବା ପାଇଁ କିଛି  ୟୁଏସଏସଡି (USSD) କୋର୍ଡ ଦ୍ବାରା ମୋବାଇଲ ନମ୍ବର କିଏ ଟ୍ରାକ ହେଉତିଲେ ଜଣା ପଡିଯିବ । ସେଗୁଡିକ ହେଉଛି-

କୋର୍ଡ *#21#*

ଏହି ନମ୍ବର ଡାଏଲ କରିଲେ ନିଜ ନମ୍ବରରୁ ମେସେଜ, କଲ ବା ଡାଟା ଅନ୍ୟ ନମ୍ବରକୁ ଡାୟରେକ୍ଟ ହେଲେ ଜଣା ପଡେ। ଯଦି କଲ ଅନ୍ୟ କୌଣସି ଜାଗାକୁ ଡାୟରେକ୍ଟ ହେଉଛି ତାହାଲେ ଏହି କୋଡ ଦ୍ବାରା ଡିଟେଲ୍ସ ଜଣା ପଡେ। ଏହି କୋଡ ଡାଏଲ କରିଲେ ନିଜ ନମ୍ବର କେଉଁ ନମ୍ବରକୁ ଡାଇଭର୍ଟ ହେଉଛି ତାହା ଜଣା ପଡିବ।

କୋର୍ଡ ##002#

ଏହି କୋର୍ଡ ସାହାର୍ଯ୍ୟରେ ମୋବାଇଲର ସବୁ ଫରୱାର୍ଡିଗଂକୁ ଡିଆକ୍ଟିଭେଟ୍‌ କରାଏ । ଏହା ସହ କଲ କେଉଁ ନମ୍ବରକୁ ଡାୟଭର୍ଟ ହେଉଛି ତାହା ମଧ୍ୟ ଜଣା ପଡେ।  

କୋର୍ଡ *#62#

କେବେ କେବେ କଲ କରିବା ସମୟରେ ନୋ ସର୍ଭିସ ବା ନୋ ଆନସର ଭଏସ୍‌ ନୋଟ ଆସିଥାଏ। ଏହି ଭଳି ସ୍ଥିତିରେ ତୁରନ୍ତ ଏହି କୋର୍ଡ ଦ୍ବାରା ନିଜ ଫୋନ ଚେକ୍‌ କରିବା ଜରୁରୀ। ଏହି କୋର୍ଡ ଦ୍ବାରା ନିଜ ନମ୍ବର କେଉଁ ନମ୍ବରରେ ରିଡାୟରେକ୍ଟ କରାଯାଇଛି ତାହା ଜଣା ପଡେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.