Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶରୀରର ଉଚ୍ଚତା ଦ୍ରୁତଗତିରେ ବଢ଼ାଇବା ଲାଗି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ!

24/08/2019 at 8:36 PM

ନୂଆଦିଲ୍ଲୀ୧୧|୧୦: ବ୍ୟକ୍ତିର ଶରୀର ସୁନ୍ଦରତା ପାଇଁ ଉଚ୍ଚତା ନିହାତି ଆବଶ୍ୟକ ରହିଛି। ଅଧିକ ଉଚ୍ଚତା ଥିବା ଲୋକମାନେ ଆକର୍ଷଣ ଦେଖା ଯାଇଥାନ୍ତି। ଆଜିକାଲି ଭୁଲ୍ ଜୀବନ ଶୈଳୀ ଓ ଭୁଲ ଖାଦ୍ୟପେୟ ଯୋଗୁ ଅଧିଂକାଶ ଝିଅ ଓ ପୁଅଙ୍କ ଉଚ୍ଚତା ବୃଦ୍ଧି ହୋଇନଥାଏ। ଭାରତରେ ମହିଳାମାନଙ୍କ ଉଚ୍ଚତା ୧୫୨ ସେଣ୍ଟିମିଟର ଓ ପୁରୁଷମାନଙ୍କୁ ଉଚ୍ଚତା ୧୬୫ ସେଣ୍ଟିମିଟର ରହିଲେ ଠିକ୍‌ ବୋଲି କୁହାଯାଇଥାଏ। ପୁଅମାନଙ୍କ ଉଚ୍ଚତା ୨୫ ବର୍ଷ ପର୍ଯ୍ୟନ୍ତ ଓ ଝିଅମାନଙ୍କ ଉଚ୍ଚତା ୨୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା କଣ ଖାଇଲେ ଶରୀରର ଉଚ୍ଚତା ବଢ଼ିଥାଏ।  

ଅୟୁର୍ବେଦ ଅନୁସାରେ ଅଶ୍ବଗନ୍ଧା ଗୁଣ୍ଡ ଶରୀର ଉଚ୍ଚତା ବୃଦ୍ଧି କରିବାରେ ବିଶେଷଭାବରେ ସହୟତା ହୋଇଥାଏ। ଏହି ଗୁଣ୍ଡ ସେବନ କରିବା ଦ୍ବାରା ଶରୀରର ଉଚ୍ଚତା ଦ୍ରୁତଗତିରେ ବଢ଼ିଥାଏ। ଏକ ଗ୍ଲାସ ଗାଈ କ୍ଷୀରରେ ଦୁଇ ଚାମଚ ଅଶ୍ବଗନ୍ଧା ଗୁଣ୍ଡ ମିଶାଇ ସ୍ବାଦ ଅନୁସାରେ ଚିନି ମିଶାଇ ପିଇଲେ ଉଚ୍ଚତା ପାଇଁ ଶରୀରକୁ ଆବଶ୍ୟକୀୟ ପ୍ରୋଟିନ ଯୋଗାଇଥାଏ। ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା ଉଚିତ୍। କିଛିଦିନ ଅଶ୍ବଗନ୍ଧା ଗୁଣ୍ଡ ସେବନ କରିବା ଦ୍ବାରା ଶରୀରକୁ ଆରାମ ଲାଗିବା ସହ ଶରୀର ଉଚ୍ଚତାର ବୃଦ୍ଧି ହେବାର ପରିଲକ୍ଷିତ ହୋଇଥାଏ

   Related Posts