ହାଇଦ୍ରାବାଦ୪/୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳି ଦିଆଯାଇଛି। ଏହି ଘଟଣାରେ ପୂରା ଦେଶରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଭାରତରେ ଦିନକୁ ଦିନ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଢ଼ୁଛି ବରଂ କମିବାର ନାଁ ଧରୁ ନାହିଁ। ସେହିପରି ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାଗଲା ହେଲେ ଦୁଷ୍କର୍ମକାରୀ ଭୟ କରିବା ବଦଳରେ ଆହୁରି ଦୁଷ୍କର୍ମର ମାତ୍ରା ବଢ଼ିବାରେ ଲାଗିଛି। ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଗଲା ବର୍ତ୍ତମାନ ସେମାନେ ତିହାର ଜେଲରେ ଅଛନ୍ତି। ଜନ ସାଧାରଣଙ୍କ ମନରେ ଗୋଟିଏ ପ୍ରଶ୍ନ ଅଭିଯୁକ୍ତଙ୍କୁ ଫାଶୀ କେବେ ଦିଆଯିବ?
ହାଇଦ୍ରାବାଦ ଘଟଣାରେ ପୂରା ଦେଶରେ ଏକ ଆଲୋଡ଼ନା ସୃଷ୍ଟି ହୋଇଛି। ପୀଡିତା ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦେବା ପାଇଁ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ସକାଶେ ପୂରା ଦେଶବସୀ ସରକାର, ପୋଲିସ ଓ ପ୍ରଶାସନ ଉପରେ ଆଙ୍ଗୁଳି ଉଠାଇଛନ୍ତି। ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦେବା ପାଇଁ ମହିଳାମାନେ ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠେ, ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ବଦଳରେ ବର୍ଷେ ଓ ଛଅ ମାସ ଜେଲରେ ରହି ପୁଣି ମୁକୁଳି ଯାଉଛନ୍ତି। ପୁଣି କାହାକୁ ଦୁଷ୍କର୍ମ କରି ପୁଣି ଜେଲ ଯାଉଛନ୍ତି। ଭାରତୀୟ ଦଣ୍ଡ ବିଧାନର ଏହି ପ୍ରଥାକୁ ହଟାଇବା ପାଇଁ ମହିଳାମାନେ ଦାବି କରିଛନ୍ତି।
ଦୁଷ୍କର୍ମକାରୀଙ୍କୁ ସିଧା ଫାଶି ଦିଆଯାଉ ବୋଲି ମହିଳାମାନେ ଦାବି କରିଛନ୍ତି। ହାଇଦ୍ରାବାଦ ଘଟଣା ହେଉ କିମ୍ବା ସମାଜରେ ଏଭଳି ଘୃଣ୍ୟକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଫାଶୀ ଦିଆଯାଉ ବୋଲି ସୋସିଆଲ ମିଡିଆରେ ମଧ୍ୟ ଦାବି ହେଉଛି।