ଚେହେରାରୁ କଳାଜାଇ ଲୁଚାଇବା ପାଇଁ କରନ୍ତୁ ଏହି ସରଳ ଘରୋଇ ଉପଚାର

Published By : Prameya-News7 Bureau | May 14, 2019 IST

ଚେହେରାର ସୌନ୍ଦର୍ଯ୍ୟ ପାଇଁ ସଚେତନ ରହିବା ଜରୁରୀ । ପ୍ରାୟ ମହିଳାମାନେ ନିଜ ତ୍ୱଚା ଓ ଚେହେରାର ଚମକକୁ ନେଇ ଚିନ୍ତିତ ଥାନ୍ତି। ନିଜ ତ୍ବଚାର ଚମକ ସର୍ବଦା ରଖିବା ପାଇଁ ଚେହେରାର ଜତ୍ନ ନେବା ଆବଶ୍ୟକ। ଅଧିକାଂଶ ମହିଳାମାନେ ଚେହେରାରେ ଥିବା କଳାଜାଇକୁ ନେଇ ଚିନ୍ତିତ ଥାନ୍ତି। କାରଣ କଳାଜାଇ ଯଦି ଚେହେରାରେ ଠିକ୍‌ ସ୍ଥାନରେ ଥାଏ ତାହେଲେ ଏହା ସୌନ୍ଦର୍ଯ୍ୟତା ବଢାଏ କିନ୍ତୁ କେବେ କେବେ କଳାଜାଇ ତ୍ବଚାକୁ ଅସୁନ୍ଦର କରାଏ। ଏଥିପାଇଁ କିଛି ଘୋରୋଇ ଉପଚାର ସାହାଯ୍ୟରେ କଳାଜାଇକୁ ଲୁଚାଯାଇପାରିବ। ଜାଣନ୍ତୁ ଏହି ଟିପ୍ସ-

{"id":111747,"width":552,"height":399}

 -  କଳାଜାଇ ଲୁଚାଇବା ପାଇଁ ତେଲ ନଥିବା ଫାଉଣ୍ଡସନ ବ୍ୟବହାର କରିବା ଆବଶ୍ୟକ । ଫାଉଣ୍ଡସନ ନିଜ ସ୍କିନ ରଂଗରୁ କମ ହୋଇଥିବା ଜରୁରୀ। ଏହା କଳାଜାଇ ଲୁଚାଇବାରେ ସାହାଯ୍ୟ କରିଥାଏ।

wp:heading {"level":5}
- କଳାଜାଇ ଲୁଚାଇବାରେ ସବୁଠୁ ପୂରୁଣା ଓ ସୁବିଧା ମେକଅପ ଟିପ୍ସ ମଧ୍ୟରୁ ଗୋଟେ ହେଉଛି କଂସିଲର। କଂସିଲର ଲଗାଇଲେ ଚେହେରାରେ ଥିବା ସବୁ କଳା ଚିହ୍ନ ଲୁଚାଏ। କିନ୍ତୁ କଂସିଲର ଲଗାଇବା ସମୟରେ ଏକ ବିଶେଷ ଜିନିଷ ଧ୍ୟାନ ରଖିବା ଉଚିତ୍‌। କଂସିଲର ଓ ଫାଉଣ୍ଡସନ ଏକା ରଂଗର ଲଗାଇବା ଜରୁରୀ ।
/wp:heading {"id":111751}
wp:heading {"level":5}
- କଂସିଲର ଓ ଫାଉଣ୍ଡେସନ ଭଲ ଭାବେ ମିଶାଇ ଲଗାଇଲେ ପରିଣାମ ବେଶ ଭଲ ମିଳିବ। କଂସିଲରର ଦୁଇ ପରସ୍ତ ଲଗାଇଲେ ପ୍ରଥମ ପରସ୍ଥ ପରେ ପାଉଡର ଲଗାଇ ଦ୍ବିତୀୟ ଥର ଲଗାଇବା ଆବଶ୍ୟକ। ଏହା ଚେହେରାକୁ ଚମକାଇବାରେ ସାହାଯ୍ୟ କରେ।
/wp:heading wp:heading {"level":5}
-  ପ୍ରଥମେ କଂସିଲର ଦୁଇ ପ୍ରକାରର ମିଳୁଥିଲା କିନ୍ତୁ ଏବେ ଏହା ସବୁଜ, ଲାଭେଣ୍ଡର, ହଳଦିଆ ରଂଗରେ ମଧ୍ୟ ଉପଲବ୍ଧ ଅଛି। ଏହା ଖୁବ୍‌ ଭଲ ଭାବେ କଳାଜାଇ ଲୁଚାଇଥାଏ।
/wp:heading wp:heading {"level":5}
- କ୍ରିମ କଂସିଲରର ଗୋଟେ ବୁନ୍ଦା ଚେହେରା ପାଇଁ ବହୁତ ଭଲ। ଏହା ତ୍ବଚାରେ ଥିବା କଳାଜାଇକୁ ମଧ୍ୟ ଲୁଚାଇଥାଏ।  
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.