Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସବୁବେଳେ ମୁଣ୍ଡ ବିନ୍ଧୁଛନ୍ତି କି : ତେବେ କରନ୍ତୁ ଏହି ଉପଚାର ,୨ମିନିଟରେ ପାଇବେ ମୁକ୍ତି

11/04/2019 at 5:39 PM

ଆଜିକାଲି କର୍ମମୟ ଜୀବନ ଏବଂ କାର୍ଯ୍ୟ ଚାପ ପାଇଁ ପ୍ରତ୍ୟେକ ବ୍ୟକ୍ତି ମାନସିକ ଅବସାଦରେ ରହିଥାଆନ୍ତି। ମାନସିକ ଅବସାଦରେ ରହିବା ଯୋଗୁଁ ମୁଣ୍ଡ ବିନ୍ଧା ସମସ୍ୟା ଏବେ ସାଧାରଣ କଥା ହୋଇଗଲାଣି। ମୁଣ୍ଡବିନ୍ଧା​‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ଖାଆନ୍ତି। ଏବଂ ଏହା ଧୀରେ ଧୀରେ ଅଭ୍ୟାସ ହୋଇଯାଇଥାଏ। ଏହି ଅଭ୍ୟାସ ଛାଡ଼ିବାକୁ ଅନେକ ସମୟ ଲାଗିଥାଏ। ମୁଣ୍ଡବିନ୍ଧା​‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଔଷଧ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଦ୍ବାରା ଅନେକ ପ୍ରକାରର ମାରାତ୍ମକ ରୋଗ ହୋଇଥାଏ।

ଏଥିପାଇଁ ଆଜି ଆମେ ମୁଣ୍ଡବିନ୍ଧାର ରାମବାଣ ବିଷୟରେ କହିବା। ଏହା ଦ୍ବାରା ଆପଣଙ୍କ ଶରୀରରେ କୈାଣସି କ୍ଷତି ହେବ ନାହିଁ। ମୁଣ୍ଡବିନ୍ଧା​‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ଜୁଆଣି ଦରକାର। ଯାହା ପ୍ରତ୍ୟେକ ଘରେ ସହଜରେ ମିଳିଥାଏ।

ଜୁଆଣି ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ସର୍ବପ୍ରଥମେ ଏକ ଚାମଚ ଜୁଆଣିକୁ ତାଓ୍ବାରେ ହାଲୁକା ଭାଜି ସୂତା ଲୁଗାରେ ବାହାର କରି ଆଣନ୍ତୁ। ଏବଂ ଏହାକୁ ଏକ ପୁଟୁଳିରେ ବାନ୍ଧି ଦିଅନ୍ତୁ। ଏହି ପୁଟୁଳିରେ ଜୁଆଣି ହାଲୁକା ଗରମ ହୋଇଥିବା ଉଚିତ୍। ମୁଣ୍ଡ ବିନ୍ଧିଲେ ଜୁଆଣିର ପୁଟୁଳି ଥଣ୍ଡା ହେବା ଯାଏଁ ଶୁଙ୍ଘନ୍ତୁ। ଏହା କରିବା ଦ୍ବାରା ମୁଣ୍ଡ ବିନ୍ଧା ୨ମିନିଟରେ ଭଲ ହୋଇଯିବ।

     

   Related Posts