ମାତ୍ର ୩ଟଙ୍କାରେ ଆପଣ ପାଇବେ ଗୋରାପଣ : ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | August 29, 2019 IST

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଚେହେରା ସୁନ୍ଦର ଦେଖାଯିବ ତେବେ ଏଥିପାଇଁ ଆପଣଙ୍କ ତ୍ବଚା ସୁସ୍ଥ ରହିବା ନିତାନ୍ତ ଜରୁରୀ। କିନ୍ତୁ ଅଜାଣତରେ ତ୍ବଚାକୁ ସୁନ୍ଦର କରିବା ପାଇଁ କେତେକ ଲୋକ ଅନେକ ପ୍ରକାରର ଶସ୍ତା ପ୍ରସାଧନ ବ୍ୟବହାର କରିଥାଆନ୍ତି ଯାହା ଦ୍ବାରା ତ୍ବଚାରେ ଲାଭ ହେବା ବଦଳରେ କ୍ଷତି ଅଧିକ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହା ଦ୍ବାରା ତ୍ବଚା ଅଧିକ ଉଜ୍ଜ୍ବଳ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା ଗୋରାପଣ ପାଇବା ପାଇଁ ଘରୋଇ ଉପାୟ ବିଷୟରେ

{"id":150454}

ଯଦି ଆପଣ ଗୋରା ହେବା ପାଇଁ ବିଭିନ୍ନ ପ୍ରକାରର କସମେଟିକ୍ସ ବ୍ୟବହାର କରି ଥକି ଗଲେଣି ତେବେ ଏହି ଘରୋଇ ଉପାୟ ଅବଲମ୍ବନ କରି ଦେଖନ୍ତୁ। ଏହି ଘରୋଇ ଉପାୟ ଦ୍ବାରା ଆପଣଙ୍କ ତ୍ବଚା ସୁସ୍ଥ,ଚମକଦାର ଏବଂ ଗୋରା ଦେଖାଯିବ। ଖାସ୍ କଥା ହେଉଛି ଏହାର କୈାଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ। ଯଦି ଆପଣଙ୍କ ତ୍ବଚା ଧୂଳି,ଖରା,ଧୂଆଁ ଏବଂ ପ୍ରଦୂଷଣ ଯୋଗୁଁ ଶ୍ୟାମଳ ଦେଖାଯାଉଛି ତେବେ ଆପଣଙ୍କୁ ଗୋରାପଣ ପାଇବା ପାଇଁ ଘରୋଇ ଉପାୟ ନିଶ୍ଚୟ ଅବଲମ୍ବନ କରିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟକୁ ଆପଣ କିପରି ବ୍ୟବହାର କରିବେ।

{"id":150457}

ଆପଣ କେବଳ ୩ଟଙ୍କା ଖର୍ଚ୍ଚ କରି ଗୋରା ହୋଇପାରିବେ। ଭିଟାମିନ୍ ଇ କ୍ୟାପସୁଲ୍ ପ୍ରାୟ ସମସ୍ତ ମେଡିକାଲ ଷ୍ଟୋରରେ ସହଜରେ ମିଳିଯାଇଥାଏ। ସର୍ବପ୍ରଥମେ ଆପଣ ଭିଟାମିନ୍ ଇ କ୍ୟାପସୁଲ୍ କିଣନ୍ତୁ। ଏହା ପରେ ଏହାକୁ ରାତିରେ ଶୋଇବା ପୂର୍ବରୁ ଭିଟାମିନ୍ କ୍ୟାପସୁଲକୁ ଖୋଲି ଭିତରେ ଥିବା ଜିନିଷକୁ ବାହାର କରନ୍ତୁ। ଏହାପରେ ବାଦାମ ତେଲ ନେବେ ଏବଂ ଏଗୁଡ଼ିକ ଭଲଭାବେ ମିକ୍ସ କରନ୍ତୁ। ଭଲ ଭାବେ ମିଶାଇବା ପରେ ଆପଣ ନିଜ ତ୍ବଚାରେ ଏହାକୁ ହାତରେ ମସାଜ କରନ୍ତୁ।

{"id":150458,"width":575,"height":381}

ପ୍ରତିଦିନ ଏହା ବ୍ୟବହାର କରିଲେ ଆପଣଙ୍କ ତ୍ବଚାରେ ସୁଫଳ ଦେଖାଯିବ। କିଛି ଦିନରେ ଆପଣଙ୍କ ତ୍ବଚା ଦାଗହୀନ ଏବଂ ଗୋରା ଦେଖାଯିବ। ଯଦି ଆପଣ ପ୍ରତିଦିନ ଭିଟାମିନ ଇ କ୍ୟାପସୁଲ୍ ଖାଇବେ ତେବେ ଆପଣଙ୍କ ତ୍ବଚା ଜନିତ ସମସ୍ୟା ଦୂର ହୋଇଯିବ। ଏଥିପାଇଁ ଆପଣଙ୍କୁ ନିୟମିତ ଭାବେ ଭିଟାମିନ ଇ କ୍ୟାପସୁଲ୍ ମାସ ସାରା ଖାଇବାକୁ ପଡ଼ିବ। କିନ୍ତୁ ଏହା ସେବନ କରିବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ କେତେକଙ୍କୁ ଏହି ଔଷଧ ସେବନ କରିବା ଦ୍ବାରା ପାର୍ଶ୍ବପ୍ରତିକ୍ରିୟା ହୋଇଥାଏ।

{"id":150459,"width":577,"height":577}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.