ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଲେ ଡା. ଅର୍ପିତା ଜୈନ, ଜାଣନ୍ତୁ କହିଲେ କ’ଣ
18/10/2019 at 9:04 PM

ନୂଆଦିଲ୍ଲୀ୧୮|୧୦: ବ୍ରେଷ୍ଟ କ୍ୟାନସର ରୋଗ ସହ ସହ ଲଢ଼େଇ କରିବା ପାଇଁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଡ଼ାକ୍ତର ଅର୍ପିତା ଜୈନ। ସାଧାରଣତଃ ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ପ୍ରକାର ହୋଇଥାଏ। ଚର୍ମରେ ପରିବର୍ତ୍ତନ ଦେଖାଯିବା ସହ ନିପ୍ଲ ଓ ସ୍ତନର ଆକାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ।
ମିତ୍ତଲ ହସ୍ପିଟାଲ ଆଣ୍ଡ୍ ଟିଚ୍ସ ସେଣ୍ଟରର କର୍କଟ ରୋଗର ବିଶେଷଜ୍ଞ ଡଃ ଜୈନ ଏକ କାର୍ଯ୍ୟକ୍ରମରେ କର୍କଟ ରୋଗ ସଂପର୍କରେ ପରାମର୍ଶ ଦେଇଛନ୍ତି। ଖବ୍ଜା ମଡେଲ ସ୍କୁଲରେ ସ୍ତନ କର୍କଟ ଉପରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଲୋକଙ୍କୁ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ ସ୍ତନ କର୍କଟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଢ଼ ଶହ ସ୍କୁଲର ଛାତ୍ରଛାତ୍ରୀ, ମହିଳା କର୍ମଚାରୀ, ଅଙ୍ଗନୱାଡି କର୍ମୀ ଓ ମହିଳା ସମାଜସେବୀ ଭାଗ ନେଇଥିଲେ। ପ୍ରଥମେ ପାୱାର ପ୍ରୋଟେକ୍ସନ୍ ଦ୍ୱାରା ପ୍ରତ୍ୟେକ ମହିଳା ନିଜର ଶରୀର ଯତ୍ନ ନେବା ଆବଶ୍ୟକ ବୋଲି କର୍କଟ ରୋଗ ବିଶେଷଜ୍ଞ ଡଃ ଅର୍ପିତା କହିଛନ୍ତି। ସେ କହିଛନ୍ତି ପରିବାରର ସମସ୍ତ ସଦସ୍ୟଙ୍କ କଥା ବୁଝିଛନ୍ତି ହେଲେ ସେମାନେ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇ ପାରୁ ନାହାନ୍ତି। ଗାଁ ଓ ସହରରେ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଦେଖାଯାଇଥାଏ।
ଭାରତରେ ସବୁଠାରୁ ଅଧିକ ସ୍ତନ କର୍କଟ ରୋଗ ଦେଖାଇଥାଏ। ହର୍ମୋନ ଏକ୍ସପୋଜର , ମୋଟି ଓ ଆଲକହଲ ପିଉଥିବା ମହିଳାମାନେ ସ୍ତନ କର୍କଟ ରୋଗରେ ଶିକାର ହୋଇଥାନ୍ତି। ଏହି ସବୁ ଜିନିଷ ଦୂରେଇ ରହିବା ଆବଶ୍ୟକ। ପ୍ରତ୍ୟେକ ମହିଳା ନିଜ କାର୍ଯ୍ୟ ଶେଷ କରିବା ପରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ସ୍ତନ କର୍କଟରୁ ସୁରକ୍ଷିତ ରହିବା ପାଇଁ ପ୍ରତ୍ୟେକ ଦିନ ସୁଷମ ଖାଦ୍ୟ, ନୀୟମିତ ବ୍ୟାୟାମ, କିଛି ମାସ ବ୍ୟବଧାନରେ ନିଜ ସ୍ତନର ଏକ୍ସ-ରେ କରିବା ଉଚିତ୍। ଯଦି ବି କିଛି ଅସୁବିଧା ଅନୁଭବ କରନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ଡା. ଜୈନ କହିଛନ୍ତି ।