Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଭାରତ ସହ ମୁକାବିଲା ଲାଗି ପାକିସ୍ତାନକୁ ନୂଆ ଯୁଦ୍ଧ ଜାହାଜ ଦେଲା ଚୀନ, ଇସଲାମାବାଦ ପାଇଁ ସବୁଠୁ ଶକ୍ତିଶାଳୀ ମିସାଇଲ ଲଞ୍ଚର ସହ ଲାଗିଛି ସେନସର

25/08/2020 at 3:26 PM

ସାଙ୍ଘାଇ ୨୫।୦୮: ଭାରତକୁ ଘେରିବା ପାଇଁ ଚୀନ ଓ ପାକିସ୍ତାନ ମିଳିତ ଭାବେ ନିଜର ହୀନ ଚକ୍ରାନ୍ତ ଜାରି ରଖିଛନ୍ତି। ଏହି କ୍ରମରେ ଚୀନ ନିଜର ପ୍ରଥମ ୪ ସବୁଠୁ ଉନ୍ନତ ଯୁଦ୍ଧପୋତ ଲଞ୍ଚ କରିଛି। ଚୀନ ଏହି ଜାହାଜ ଦକ୍ଷିଣ ଏସିଆ କ୍ଷେତ୍ରରେ ଭାରତର ସୈନ୍ୟ କ୍ଷମତାର ମୁକାବିଲା ପାଇଁ ସହଯୋଗୀ ପାକିସ୍ତାନ ଉଦ୍ଦେଶ୍ୟରେ ନିର୍ମାଣ କରିଛି।

ପାକିସ୍ତାନ ପାଇଁ ଟାଇପ୍-୦୫୪ ଶ୍ରେଣୀର ଦ୍ରୁତଗାମୀ କ୍ଷୁଦ୍ର ନୌସେନା ଜାହାଜ ତିଆରି କରିବା ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଉଭୟ ଦେଶ ଭାରତର ମୁକାବିଲା ପାଇଁ ନିଜର ସେନାକୁ ମଜବୁତ କରୁଛନ୍ତି। ଏହି ଜାହାଜ ଏମିତି ସମୟରେ ଲଞ୍ଚ କରାଯାଇଛି ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମରେ ରହିଛି। ଗଲଓ୍ଵାନ ଉପତ୍ୟକାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରଠୁ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସଂଷର୍ଘରେ ଭାରତର ୨୦ ଯବାନ ସହିଦ ହୋଇଥିଲେ।  କେବଳ ଏତିକି ନୁହେଁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ସହିତ ଚୀନ ମଧ୍ୟ ରକ୍ତ ଚାଉଳ ଚୋବାଉଛନ୍ତି। ଭାରତ ଏହି ଧାରାକୁ ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଦୁଇଟି ସ୍ଵତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ କରିଛନ୍ତି। ଲଦାଖକୁ ନେଇ ନୂଆଦିଲ୍ଲୀର ଏମିତି ପଦକ୍ଷେପକୁ ଚୀନ ସହଜରେ ହଜମ କରି ପାରୁନି। ସେଥିପାଇଁ ପାକିସ୍ତାନକୁ ଢାଲ କରି ଭାରତକୁ ନାଲିଆଖି ଦେଖାଇବାକୁ ଉଦ୍ୟମ କରି ଚାଲିଛି।

ଭଏସ ଅଫ ଆମେରିକାର ପାକିସ୍ତାନ ନୌସେନା ସୂତ୍ରରୁ ପ୍ରକାଶ କରିଛି ଯେ ରବିବାର ସାଙ୍ଘାଇର ସିପୟାର୍ଡ ହୁଡଙ୍ଗ ଝୋଙ୍ଗହୁଆରେ ଟାଇପ -୦୫୪ଏ/ପିର ଏହି ଲଢୁଆ ଯୁଦ୍ଧପୋତକୁ ଚୀନ ଲଞ୍ଚ କରିଛି। ପାକିସ୍ତାନ ପାଇଁ ଚୀନ ଏହି ଦ୍ରୁତଗାମୀ କ୍ଷୁଦ୍ର ନୌସେନା ଜାହାଜ ନିର୍ମାଣ କରିଛି। ଏଥିରେ ଉନ୍ନତ ସୈନ୍ୟ  ସରଞ୍ଜାମ ମଧ୍ୟ ଖଞ୍ଜା ଯାଇଛି। ପାକିସ୍ତାନ ନୌସେନା ଅନୁଯାୟୀ ଏହି ଯୁଦ୍ଧପୋତରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ସେନସର ରହିଛି। ଆମ ସମୁଦ୍ର କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା କାଏମ ପାଇଁ ଏହି ଜାହାଜ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପାକିସ୍ତାନ କହିଛି।

ଏହି ଜାହାଜର ମୂଲ୍ୟ କେତେ ଏହା ଉପରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫୦ ମିଲିୟନ ଡଲାର ହୋଇଥିବା କୁହାଯାଉଛି। ୨୦୨୧ ସୁଦ୍ଧା ଚୀନ ଏହି ୪ ଯୁଦ୍ଧପୋତକୁ ପାକିସ୍ତାନକୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ଚାଇନା ଗଣମାଧ୍ୟମ ସୂତ୍ରରୁ ଭଏସ ଅଫ ଆମେରିକା ପ୍ରକାଶ କରିଛି।

ଥରୁଟିଏ ଏହି ଯୁଦ୍ଧଜାହାଜ କାର୍ଯ୍ୟକ୍ଷମ ହୁଏ ତେବେ ପାକିସ୍ତାନ ନୌସେନା ପାଇଁ ଏହା ସବୁଠୁ ଅତ୍ୟାଧୁନିକ ଏବଂ  ବୈଷେୟିକ ଦୃଷ୍ଟିକୋଣରୁ ଲଢୁଆ ଯୁଦ୍ଧପୋତ ହେବ। ଆଗାମୀ ଦିନରେ ଏହା ପାକିସ୍ତାନ ନୌସେନା ଶକ୍ତି ବୃଦ୍ଧି କରିବ ବୋଲି ପାକିସ୍ତାନ କହିଛି।

   Related Posts