ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଆଉ ଗୋଟିଏ ସୁଯୋଗ ଦେବାକୁ ମୋଦିଙ୍କୁ ଅନୁରୋଧ କଲେ ପାକ୍ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | February 25, 2019 IST

ରବିବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଶାନ୍ତି ପ୍ରତିଷ୍ଠା ପାଇଁ ଆଉ ମାତ୍ର ଗୋଟିଏ ସୁଯୋଗ ଦେବାକୁ କହିଛନ୍ତି । ଏଥିସହ ମୋଦିଙ୍କୁ ଇମ୍ରାନ ଭରସା ଦେଇ କହିଛନ୍ତି ଯେ ସେ ତାଙ୍କ କଥାରେ ଅଟଳ ରହିବେ ଏବଂ ଯଦି ଭାରତ ପୁଲଓ୍ବାମା ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ଏବଂ ପାକିସ୍ତାନର ସଂପୃକ୍ତି ନେଇ ଗୁଇନ୍ଦା ତଥ୍ୟ ପ୍ରଦାନ କରିବେ ତେବେ ପାକିସ୍ତାନ ଅତିଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ଇମରାନ ଖାନଙ୍କ ଏହି ବୟାନ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ‘‘ଆତଙ୍କବାଦୀ ବିରୁଦ୍ଧରେ ସମଗ୍ର ବିଶ୍ହରେ ଜନସାଧାରଣଙ୍କ ସହମତି ରହିଛି। ଆତଙ୍କବାଦୀ ଆକ୍ରମଣର ଦୋଷୀକୁ ଦଣ୍ଡିତ କରିବା ପାଇଁ ଭାରତ ରଣନୀତି ପ୍ରସ୍ତୁତ କରୁଛି ।  ଏଥର ହିସାବ ବରାବର ହେବ। ଆତଙ୍କବାଦକୁ ଆଉ ବରଦାସ୍ତ କରାଯିବ ନାହିଁ। ମୋଦି କହିଛନ୍ତି ଯେ, ଆମେ ଜାଣିଛୁ ଆତଙ୍କବାଦକୁ କିପରି ପରାସ୍ତ କରାଯାଇପାରିବ।’’

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଯେବେ ପାକିସ୍ତାନରେ ଇମ୍ରନଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହେଲା ସେତେବେଳେ ପ୍ରୋଟୋକଲ୍ ଅନୁସାରେ ଫୋନ୍ କରି ସେ ଇମ୍ରାନଙ୍କୁ ଶୁଭେଚ୍ଛା ଜଣାଇଥିଲେୋ।“ ମୋଦି ପୁଣି କହିଥିଲେ ଯେ,  ଇମ୍ରାନଙ୍କୁ ଲୋକେ କ୍ରିକେଟର ଭାବେ ଜାଣନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅତୀତରେ ମଧ୍ୟ ଲଢ଼େଇ ହୋଇଛି। ହେଲେ ଲଢେଇରୁ ପାକିସ୍ତାନକୁ କିଛି ମିଳିନଥିଲା,ଲଢ଼େଇ ଭାରତ ଜିତିଥିଲା। ମୋଦି କହିଛନ୍ତି ଯେ, ମୁଁ ତାଙ୍କୁ କହିଥିଲି ଆମକୁ ଦାରିଦ୍ର୍ୟ ଏବଂ ଅଶିକ୍ଷା ବିରୋଧରେ ଲଢ଼ିବା ଉଚିତ୍। ଇମରାନ୍ କହିଥିଲେ ଯେ ‘‘ମୋଦିଜୀ ମୁଁ ପଠାନ୍‌ ପୁଅ। ମୁଁ ସତ କହୁଛି ଏବଂ ନିଜ ପ୍ରତିଶୃତିରେ ଅଟଳ ରହିବି’’।

ପାକିସ୍ତାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ହୋଇଥିବା ବୟାନ୍ ଅନୁସାରେ ‘‘ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କହିଥିବା କଥାରେ ଅଟଳ ଅଛନ୍ତି ଯଦି ଭାରତ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଗୁଇନ୍ଦା ତଥ୍ୟ ଦେଲେ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.