Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସକାଳୁ ଉଠି ଅବଲମ୍ବନ କରନ୍ତୁ ଏହି ଉପାୟ :୧୦ଦିନରେ ହୋଇଯିବେ ପୂରା ଗୋରା

25/03/2019 at 1:13 PM

ଗୋରା ହେବାକୁ ସମସ୍ତେ ଚାହିଁଥାଆନ୍ତି ଖାସ୍ କରି ଆଜିର ଯୁଗରେ ଗୋରା ଲୋକଙ୍କୁ ଅଧିକ ମହତ୍ତ୍ବ ଦିଆଯାଇଥାଏ। ଗୋରା ହେବାପାଇଁ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଆନ୍ତି। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର କ୍ରିମ୍ ମିଳୁଛି । ଏଗୁଡ଼ିକ ଲଗାଇଲେ ଗୋରାପଣ ଆସିବ ମନେ କରି ସମସ୍ତେ ଏହି କ୍ରିମ୍ ଆଣୁଛନ୍ତି। କିନ୍ତୁ ଏପରି କିଛି ହୋଇନଥାଏ। ଏସବୁ ଲଗାଇବା ଦ୍ବାରା ଆପଣଙ୍କ ତ୍ବଚା ଖରାପ ହୋଇଯାଇଥାଏ।
ସମସ୍ତେ ଚାହାନ୍ତି ବିନା କୈାଣସି ପାର୍ଶ୍ବ ପ୍ରତିକ୍ରିୟାରେ ନିଜ ରଙ୍ଗ କିପରି ଗୋରା ଦେଖାଯାଉ। ତେବେ ଆସନ୍ତୁ ଜାଣିବା ୧୦ଦିନ ମଧ୍ୟରେ ଆପଣ କିପରି ଗୋରା ହୋଇପାରିବେ।
ଏଥିପାଇଁ ଆପଣଙ୍କୁ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଏହି ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଭିଟାମିନ୍-ଇ କ୍ୟାପସୁଲ,ମହୁ,ଲେମ୍ବୁ,ଚାଉଳର ଅଟା ଏବଂ ଗୋଲାପ ଜଳର ଆବଶ୍ୟକତା ପଡ଼ିବ। ପ୍ରଥମେ ଆପଣ ଏକ ପାତ୍ରରେ ଦୁଇଟି ଭିଟାମିନ୍-ଇ କ୍ୟାପସୁଲକୁ ଫଟାଇ ଏହାର ତେଲ ବାହାର କରନ୍ତୁ। ଏହାପରେ ଏଥିରେ ଆପଣ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏଥିରେ ଚାଉଳ ଅଟା ମିଶାଇ ୧ଚାମଚ ଗୋଲାପ ଜଳ ମିଶାଇ ଫେଣ୍ଟି ଦିଅନ୍ତୁ। ଏବେ ଆପଣଙ୍କ ମିଶ୍ରଣ ପ୍ରସ୍ତୁତ।
ଏହାପରେ ଏହି ମିଶ୍ରଣକୁ ନିଜ ତ୍ବଚାରେ ୧୫ମିନିଟ୍ ଲଗାଇ ଛାଡ଼ିଦିଅନ୍ତୁ। ଏହାପରେ ଆପଣଙ୍କ ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ। ଏପରି ନିୟମିତ ୧୦ଦିନ କଲେ ଆପଣ ଫରକ ଅନୁଭବ କରିପାରିବେ। ଏହି ଉପାୟ ଅବଲମ୍ବନ କରିବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନେଇ ନିଅନ୍ତୁ କାରଣ ସମସ୍ତଙ୍କ ସ୍କିନ୍ ଟାଇପ୍ ଭିନ୍ନ ଭିନ୍ନ ଥାଏ।

   Related Posts