ଆୟୁର୍ବେଦ ଉପାୟରେ ଏମିତି କରନ୍ତୁ ଗର୍ଭନିରୋଧ : ଜାଣନ୍ତୁ

Published By : Prameya-News7 Bureau | April 17, 2019 IST

ଅଧିକାଂଶ ମହିଳାମାନେ ଗର୍ଭଧାରଣକୁ ରୋକିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଗର୍ଭନିରୋଧକ ବଟିକାର ସାହାଯ୍ୟ ନେଇଥାଆନ୍ତି। କିନ୍ତୁ ଏହି ବଟିକାଗୁଡ଼ିକର ବିଭିନ୍ନ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ହୋଇଥାଏ ଯାହାର ପ୍ରଭାବ ପରେ ଶରୀର ଉପରେ ପଡ଼ିଥାଏ। ଯଦି ଆପଣ ବିନା ପାର୍ଶ୍ବ ପ୍ରତିକ୍ରିୟାରେ ପ୍ରାକୃତିକ ଉପାୟରେ ଗର୍ଭଧାରଣକୁ ରୋକିବାକୁ ଚାହୁଁଛନ୍ତି ତେବେ ଆୟୁର୍ବେଦ ପାଖରେ ଆପଣଙ୍କ ସମସ୍ୟାର ସମାଧାନ ରହିଛି। ଆସନ୍ତୁ ଜାଣିବା କିପରି

{"id":104226,"width":591,"height":443}

ଆୟୁର୍ବେଦରେ ଗବ ଗଛର ମଞ୍ଜିକୁ ସବୁଠାରୁ ଉତ୍କୃଷ୍ଟ ଗର୍ଭନିରୋଧକ ତତ୍ତ୍ବଭାବେ ଗଣାଯାଇଛି। ଏହାକୁ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଗବର ମଞ୍ଜିକୁ ଫଟାନ୍ତୁ। ଏହାପରେ ଏଥିରେ ଥିବା ଧଳା ମଞ୍ଜିକୁ ବାହାର କରନ୍ତୁ। ଏହି ମଞ୍ଜିକୁ ଏକ ଗିଲାସ ପାଣିରେ ପକାଇ ଖାଇ ଦିଅନ୍ତୁ।

{"id":104229,"width":592,"height":474}

ଗବ ଗଛର ମଞ୍ଜିକୁ ଆପଣ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ୭୨ଘଣ୍ଟା ମଧ୍ୟରେ ଗର୍ଭନିରୋଧକ ବଟିକା ଭାବେ ସେବନ କରି ପାରିବେ। ଯଦି ମହିଳାମାନେ ସେକ୍ସ କରିବାର ୭୨ଘଣ୍ଟା ମଧ୍ୟରେ ଏହି ମଞ୍ଜି ସେବନ କରନ୍ତି ତେବେ ଏହା ଗର୍ଭନିରୋଧକ ବଟିକା ଭାବେ କାମ କରି ଗର୍ଭଧାରଣକୁ ରୋକିଥାଏ। ଯଦି କୈାଣସି ମହିଳା ପିରିୟଡ଼ର ୩ଦିନ ଯାଏଁ ଏହି ମଞ୍ଜି ସେବନ କରନ୍ତି ତେବେ ମାସେ ଯାଏଁ ଏହାର ପ୍ରଭାବ ରହିବ।

{"id":104230,"width":596,"height":397}

ଏହି ମଞ୍ଜିର କୈାଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ କିନ୍ତୁ ଏହା ସତ୍ତେ ଆପଣ ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣଙ୍କ ପରିବାରର ଡାକ୍ତର କିମ୍ବା ଆୟୁର୍ବେଦିକ ଡାକ୍ତରଙ୍କଠାରୁ ଥରେ ପରାମର୍ଶ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.