ଏହି ସବୁ କାରଣ ଯୋଗୁଁ ହୋଇଥାଏ ମହିଳାଙ୍କୁ ମେଦବହୁଳତା : ରୋକିବା ପାଇଁ କରନ୍ତୁ ଏହି ଉପାୟ

Published By : Prameya-News7 Bureau | September 12, 2019 IST

ଅଧିକାଂଶ ମହିଳାମାନେ ବୃଦ୍ଧି ପାଉଥିବା ଓଜନ ଯୋଗୁଁ ସେମାନେ ଅନେକ ପ୍ରକାର ରୋଗର ଶିକାର ହୋଇଥାଆନ୍ତି। ସାଧାରଣତଃ ମହିଳାମାନେ ମାନିଥାଆନ୍ତି ଯେ ଥାଇରଏଡ଼ କାରଣରୁ ଓଜନ ବଢ଼ିଥାଏ,କିନ୍ତୁ ଏପରି କିଛି ହୋଇନଥାଏ। ଥାଇରଏଡ଼ ବ୍ୟତୀତ ଅନ୍ୟ କେତେକ ହରମୋନ ରହିଥାଏ ଯେଉଁଥିପାଇଁ ଓଜନ ବଢ଼ିବାକୁ ଲାଗିଥାଏ।

ଏକ ଗବେଷଣା ଅନୁଯାୟୀ ବ୍ରେନ୍ ହରମୋନ୍ କାରଣରୁ ଓଜନ ବଢ଼ିଥାଏ। ଆମ ଶରୀରରେ ଥିବା ଯେକୌଣସି ହରମୋନ ଯଦି ଅସନ୍ତୁଳିତ ହୋଇଥାଏ ତେବେ ମେଦବହୁଳତା ହୋଇଥାଏ। ଏଥିପାଇଁ ଆମେ ଆପଣଙ୍କୁ କହିବା ଯେ ଫିଟ୍ ରହିବା ପାଇଁ କେଉଁଭଳି ଭାବେ ହରମୋନକୁ ନିୟନ୍ତ୍ରିତ ରଖିବା

- ବେକ ପାଖରେ ଥିବା ଥାଇରଏଡ଼ ଗ୍ଲାଣ୍ଡ ୩ଟି ଭିନ୍ନ ଭିନ୍ନ ପ୍ରକାରର ହରମୋନ ସୃଷ୍ଟି କରିଥାଏ,ଯେଉଁଥିରେ ଟି୩,ଟି୪ ଏବଂ କ୍ୟାଲସିଟୋନିନ। ଏହି ସମସ୍ତ ହରମୋନ ଆମ ନିଦ,ମେଟାବଲିଜମ,ହାର୍ଟ ରେଟ ଏବଂ ବ୍ରେନକୁ ନିୟନ୍ତ୍ରିତ କରିଥାଏ। ଏହା ବ୍ୟତୀତ ବେଳେବେଳେ ଥାଇରଏଡ଼ ଗ୍ଲାଣ୍ଡ ,ଥାଇରଏଡ଼ ହରମୋନ ଉତ୍ପନ୍ନ କରିଥାଏ ଯାହା ଦ୍ବାରା ହାଇପୋଥାଇରଏଡ଼ଜିମ୍ ବୃଦ୍ଧି ପାଇଥାଏ। ହାଇପୋଥାଇରଏଡ଼ଜିମ୍ ଓଜନ ବଢ଼ାଇବାରେ,ଡିପ୍ରେସନ ଏବଂ ଉଚ୍ଚ ବ୍ଲଡ କୋଲେଷ୍ଟୋଲ ସହ ଜଡ଼ିତ। ଏହା ଅନିୟନ୍ତ୍ରିତ ହେବା ଦ୍ବାରା ୫ରୁ ୧୦କିଲୋ ଓଜନ ବଢ଼ିପାରେ। ଏହାକୁ ନିୟନ୍ତ୍ରିତ କରିବା ପାଇଁ ଆପଣ ଆୟୋଡିନ୍ ଲୁଣ କମ୍ ବ୍ୟବହାର କରନ୍ତୁ। ଏହା ସହିତ ଭିଟାମିନ୍ ଡି ସପ୍ଲିମେଣ୍ଟର ସେବନ ଅଧିକ ମାତ୍ରାରେ କରନ୍ତୁ। ଏହା ସହିତ ଜିଙ୍କ ପ୍ରଚୁର ପରିମାଣରେ ଥିବା ଖାଦ୍ୟ ଖାଆନ୍ତୁ।

- ହଙ୍ଗର ହରମୋନକୁ ଘ୍ରେଲିନ ହରମୋନ ନାଁରେ ମଧ୍ୟ ଜଣାଯାଇଥାଏ। ବ୍ଲଡ ଷ୍ଟ୍ରିମରେ ଘ୍ରେଲିନ ହରମୋନର ସ୍ତର ଅଧିକ ହେବାରୁ ଓଜନ ବଢ଼ିଥାଏ। ଏହା ବ୍ୟତୀତ ଲୋକେ ଡାଇଟିଙ୍ଗ କଲେ ମଧ୍ୟ ଏହି ହରମୋନ ବଢ଼ିଥାଏ। ଏହାକୁ ନିୟନ୍ତ୍ରିତ କରିବା ପାଇଁ ପ୍ରତି ଦୁଇ ତିନି ଘଣ୍ଟାକୁ ଅଳ୍ପ ଅଳ୍ପ ଖାଆନ୍ତୁ। ଏହା ବ୍ୟତୀତ ଖାଇବା ପୂର୍ବରୁ ପ୍ରଥମେ ପାଣି ପିଅନ୍ତୁ। ଏହା ସହିତ ପ୍ରତିଦିନ ବ୍ୟାୟାମ କରନ୍ତୁ।

- ମେଲାଟୋନିନ ହରମୋନ ଅନିୟନ୍ତ୍ରିତ ହେଲେ ମହିଳାଙ୍କଠାରେ ଓଜନ ବଢ଼ିବାର ସମସ୍ୟା ଆରମ୍ଭ ହୋଇଯାଇଥାଏ। ଏହି ହରମୋନ ଆମ ନିଦରେ ଶୁଆଇବାର ଏବଂ ଉଠାଇବାର ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ। ଏହି ହରମୋନକୁ ନିୟନ୍ତ୍ରିତ କରିବା ପାଇଁ ସର୍ବ ପ୍ରଥମେ ଆପଣ ବିଳମ୍ବିତ ରାତିରେ କିଛି ଖାଆନ୍ତୁ ନାହିଁ। ଏହା ବ୍ୟତୀତ ଠିକ୍ ସମୟରେ ଶୁଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.