ଘରେ ରହିବେ ନାହିଁ ଗୋଟିଏ ବି ମଶା,ମାଛି, ମୂଷା ଏବଂ ଝିଟିପିଟି : ଅବଲମ୍ବନ କରନ୍ତୁ ଏହି ୯ଟି ଟିପ୍ସ
20/05/2019 at 3:06 PM

ଘରେ ମଶା, ମାଛି,ମୂଷା ଏବଂ ଝିଟିପିଟିକୁ ଦେଖି ଲୋକେ ବିରକ୍ତ ହୋଇଯାଆନ୍ତି। ବିଭିନ୍ନ ପ୍ରକାର ଉଦ୍ୟମ କରିବା ପରେ ମଧ୍ୟ ଏମାନଙ୍କୁ ଘଉଡ଼ାଇ ହୁଏ ନାହିଁ। ତେବେ ଆସନ୍ତୁ ଜାଣିବା ଏପରି ୧୦ଟି ଟିପ୍ସ ବିଷୟରେ ଯାହା ଅବଲମ୍ବନ କରିବା ଦ୍ବାରା ଘରର ସବୁ କୀଟ ପତଙ୍ଗ ଛୁ ହୋଇଯିବେ।

୧.ପିମ୍ପୁଡ଼ି : ଯଦି ଆପଣ ପିମ୍ପୁଡ଼ିଙ୍କୁ ରୋଷେଇ ଘରୁ ଘଉଡ଼ାଇବାକୁ ଚାହୁଁଛନ୍ତି ତେବେ ପିମ୍ପୁଡ଼ି ଲାଇନ୍ ପାଖରେ କାକୁଡ଼ିର ଛୋଟ ଟୁକୁରା କାଟି ରଖି ଦିଅନ୍ତୁ। ପିମ୍ପୁଡ଼ି କିଛି ସମୟ ମଧ୍ୟରେ ଗାୟବ ହୋଇଯିବେ।

୨.ମୂଷା : ମୂଷା ଘଉଡ଼ାଇବା ପାଇଁ ଘରର ସବୁ କୋଣରେ ଗୋଲମରିଚ ଦାନା ପକାଇ ଦିଅନ୍ତୁ। ୨୪ଘଣ୍ଟା ମଧ୍ୟରେ ମୂଷା ଘରୁ ବାହାରି ଯିବେ।

୩.ଚୁଇଙ୍ଗମରୁ ମୁକ୍ତି: ଅନେକ ଥର ପିଲାମାନେ ଚୁଇଙ୍ଗମ୍ ଖାଇବାବେଳେ ନିଜ ପୋଷାକରେ ଲଗାଇ ଦେଇଥାଆନ୍ତି। ଏହାକୁ ଛଡ଼ାଇବା ପାଇଁ ସବୁଠୁ ଭଲ ଉପାୟ ହେଉଛି ପୋଷାକକୁ କିଛି ସମୟ ଫ୍ରିଜରରେ ରଖି ଦିଅନ୍ତୁ। ଚୁଇଙ୍ଗମ୍ ସହଜରେ ଛାଡ଼ିଯିବ।

୪. ପୋଷାକରୁ ସ୍ୟାହି ଦାଗ ଛଡ଼ାଇବା ପାଇଁ: ପୋଷାକରୁ ସ୍ୟାହି ଦାଗ ଛଡ଼ାଇବା ପାଇଁ ଏହି ଦାଗରେ ଟୁଥପେଷ୍ଟ ଲଗାଇ ଦିଅନ୍ତୁ। ଏହାପରେ ଏହାକୁ ଶୁଖିବାକୁ ଦିଅନ୍ତୁ। ଏହାପରେ ସାଧାରଣ ପୋଷାକ ଭଳି ଧୋଇ ଦିଅନ୍ତୁ,ଦାଗ ମିଳିବ ନାହିଁ।

୫.ଅଧିକ ଲେମ୍ବୁ ରସ ବାହାର କରିବା ପାଇଁ : ଲେମ୍ବୁରୁ ଅଧିକ ରସ ବାହାର କରିବା ପାଇଁ ଲେମ୍ବୁକୁ ଗରମ ପାଣିରେ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଏଥିରୁ ଜୁସ୍ ବାହାର କରନ୍ତୁ। ଅଧିକ ଜୁସ୍ ବାହାରିବ।

୬.ଆଳୁ ଚୋପା ଶୀଘ୍ର ଛଡ଼ାଇବା ପାଇଁ : ଆଳୁ ଚୋପା ଶୀଘ୍ର ଛଡ଼ାଇବା ପାଇଁ ସିଝା ଯାଇଥିବା ଆଳୁକୁ ଶୀଘ୍ର ଥଣ୍ଡା ପାଣିରେ ପକାଇ ଦିଅନ୍ତୁ। ଏହା ଦ୍ବାରା ଶୀଘ୍ର ଆଳୁଚୋପା ଛାଡ଼ିଯିବ।

୭.ପିଆଜ କାଟିବାବେଳେ ବୋହିବ ନାହିଁ ଲୁହ : ପିଆଜ କାଟିବାବେଳେ ଲୁହ ନବୋହିବା ପାଇଁ ଚୁଇଙ୍ଗମ୍ ଖାଉ ଖାଉ ପିଆଜ କାଟନ୍ତୁ। ଏହା ଦ୍ବାରା ଲୁହ ବୋହିବ ନାହିଁ।

୮. ଦାନ୍ତ ଚମକିବ : ଦାନ୍ତର ହଳଦିଆପଣକୁ ଦୂର କରିବା ପାଇଁ ବେକିଙ୍ଗ ସୋଡ଼ାରେ ହାଇଡ୍ରୋଜେନ୍ ପେରୋକ୍ସାଇଡର କିଛି ବୁନ୍ଦା ପକାଇ ବ୍ରଶ୍ କରନ୍ତୁ। ଦାନ୍ତ ମୋତି ଭଳି ଚମକିବ।

୯. ଚମକି ଉଠିବ ଆଇନା : ଆଇନାକୁ ସଫା କରିବା ପାଇଁ ସ୍ପ୍ରାଇଟ୍ ସ୍ପେ କରନ୍ତୁ। ଏହା ଦ୍ବାରା ଆଇନା ଚମକି ଉଠିବ।