Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବିଲେଇ ବିସ୍କୁଟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ : କୋର୍ଟ ଯାହା କଲେ ଜାଣି ଖୁସି ହେବେ

8/04/2020 at 2:50 PM

ଥିରୁଅନନ୍ତପୁରମ ୦୮/୦୪ : କେରଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି | ଏଠାରେ କୋର୍ଟ ଜଣେ ବ୍ୟକ୍ତିଙ୍କୁ ଲକଡାଉନ ସମୟରେ ବାହାରକୁ ଯିବା ପାଇଁ ଅନୁମତି ଦେଇଛନ୍ତି | ତେବେ କୋର୍ଟ କାହିଁକି ଏମିତି ଅନୁମତି ଦେଇଛନ୍ତି ଜାଣନ୍ତୁ | ଉକ୍ତ ବ୍ୟକ୍ତି ନିଜ ପୋଷା ବିଲେଇ ପାଇଁ ବିସ୍କୁଟ ଆଣିବାକୁ ଯିବେ ବୋଲି କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି | ଘଟଣା ଏପ୍ରିଲ ୬ ତାରିଖର | କରୋନା ଯୋଗୁଁ ସାରା ଦେଶ ୨୧ ଦିନ ପାଇଁ ଲକଡାଉନ ଅଛି | ସମସ୍ତଙ୍କୁ ଘରୁ ବାହାରକୁ ଯିବା ପାଇଁ ମନା କରାଯାଇଛି | ଏଭଳି ପରିସ୍ଥିତିରେ କୋଚିର ପ୍ରକାଶ ନାମକ ଜଣେ ବ୍ୟକ୍ତି ନିଜ ପୋଷା ବିଲେଇ ପାଇଁ ବିସ୍କୁଟ ଆଣି ଯିବାକୁ ପ୍ରଶାସନକୁ ପାସ ଜାରି କରିବାକୁ ଅପିଲ କରିଥିଲେ |

ସେ ପ୍ରଶାସନକୁ ଅନୁରୋଧ କରିଥିଲେ ଯେ ତାଙ୍କୁ ନିଜ ପୋଷା ବିଲେଇ ପାଇଁ ପର୍ସିୟାନ ବିସ୍କୁଟ କିଣିବାକୁ ଯିବାର ଅଛି | କିନ୍ତୁ ପ୍ରଶାସନ ପ୍ରକାଶଙ୍କ କଥା ଶୁଣିନଥିଲା କି ପାସ ଜାରି କରିନଥିଲେ | ଏହାପରେ ପ୍ରକାଶ କେରଳ ହାଇକୋର୍ଟରେ ଗୁହାରି କରିଥିଲେ | ସେ ଆବେଦନ ପତ୍ରରେ ଲେଖିଥିଲେ ଯେ, ସେ ସାକାହାରୀ, ତାଙ୍କ ଘରେ କେବଳ ସାକାହାରୀ ଭୋଜନ ହୁଏ ନାହିଁ | ସେଥିପାଇଁ ତାଙ୍କୁ ନିଜ ପୋଷା ବିଲେଇ ପାଇଁ ପର୍ସିଆନ ବିସ୍କୁଟ ଦରକାର | ଯଦି ତାଙ୍କୁ ପାସ ନ ମିଳେ ତାହେଲେ ସେ ବିଲେଇଙ୍କୁ ଖାଇବାକୁ ଦେଇ ପାରିବେନାହିଁ | କାରଣ ବିଲେଇ ଯେଉଁ ବିସ୍କୁଟ ଖାଣ୍ଟି ତାହା ପାଖ ଦୋକାନରେ ମିଳୁନାହିଁ | ଯେଉଁଥିପାଇଁ ତାଙ୍କୁ ଦୁରକୁ ଯିବାକୁ ପଡିବ | ମିୟୋ ପର୍ସିଆନ ବିସ୍କୁଟ ୭ କିଲୋର ଗୋଟିଏ ପ୍ୟାକେଟ ଆସେ ଏବଂ ଏହା ଲକଡାଉନ ପର୍ଯ୍ୟନ୍ତ ଯଥେଷ୍ଟ |

ସେ କୋର୍ଟରେ ଗୁହାରି କରିଥିଲେ ଏବଂ କହିଥିଲେ ଯେ କେନ୍ଦ୍ର ସରକାର ମଧ୍ୟ ଲକଡାଉନ ନୋଟିସରେ ପଶୁପକ୍ଷୀଙ୍କ ଖାଦ୍ୟକୁ ଜରୁରୀକାଳୀନ ସେବା ଅନ୍ତର୍ଭୁକ୍ତ କରିଛନ୍ତି | ଆବେଦନ ସହ ନିଜର ୩ ବିଲେଇର ଫଟୋ ମଧ୍ୟ ଆଟାଚ କରିଥିଲେ | ସେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ |

ପ୍ରକାଶଙ୍କ ଆବେଦନରେ ବିଚାରପତି ଜୟଶଙ୍କର ଏବଂ ସାଜି ପି ଚେଲିଙ୍କ ମିଳିତ ବେଞ୍ଚ କହିଛନ୍ତି ଯେ ତାଙ୍କ ପାଖକୁ ୩ଟି ବିଲେଇଙ୍କ ସହ ଜଡିତ ଏକ ଆବେଦନ ଆସିଛି | ବିଲେଇଙ୍କ ଖାଦ୍ୟ ପାଇଁ ତାଙ୍କୁ ପାସ ମିଳିନଥିବା ସେ ଅଭିଯୋଗ କରିଛନ୍ତି ବୋଲି କହିଥିଲେ ବିଚାରପତି | ଜୀବଜନ୍ତୁଙ୍କ ଅଧିକାର ମଧ୍ୟ ମଣିଷ ଭଳି | ସେମାନଙ୍କ ମଧ୍ୟ ଲକଡାଉନ ସମୟରେ ତାଙ୍କ ଖାଦ୍ୟ ଦରକାର | ତେବେ ଲକଡାଉନ ସମୟରେ ଆବେଦନକାରୀଙ୍କ ବିଲେଇଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି କୋର୍ଟ ଆଦେଶ ଦେଇଛନ୍ତି |

   Related Posts