ଭତ୍ତା ପାଇଁ ଭିନ୍ନକ୍ଷମଙ୍କୁ ମାଡ ଅଭିଯୋଗ ; ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଆଗରେ ଧାରଣା ଦେଲେ ଭିନ୍ନକ୍ଷମ
22/11/2018 at 12:48 PM

ଭଦ୍ରକ ୨୨|୧୧: ଭତ୍ତା ପାଇଁ ଭିନ୍ନକ୍ଷମ ଙ୍କୁ ମାଡ ଅଭିଯୋଗ । ନ୍ୟାୟ ପାଇଁ ଥାନା ଆଗରେ ଦେଲେ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ । ଧାମନଗର ବ୍ଲକ୍ ଶୋଧ ଗାଁର ଚିନ୍ମୟ ପଣ୍ଡା ନାମକ ଭିନ୍ନକ୍ଷମ ଯୁବକ ଭତ୍ତା ପାଇଁ ଦୋବଲ ପଂଚାୟତ ଅଫିସ କୁ ଯାଇଥିଲେ । ତେବେ ଭତ୍ତା ମିଳିବାରେ ବିଳମ୍ବ ହେବାରୁ ସେ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ଭତ୍ତା ଦେବାକୁ ଅନୁରୋଧ କରିଥିଲେ । ମାତ୍ର ସେଠାରେ ଥିବା କିଛି ଲୋକେ ଚିନ୍ମୟଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ଧାମନଗର ଥାନାରେ ଜଣାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ଅଭିଯୋଗ କରିଛନ୍ତି ଚିନ୍ମୟ । ଅଭିଯୁକ୍ତକୁ ଗିରଫ ପାଇଁ ସେ ଥାନା ଆଗରେ ଧାରଣା ଦେଇଛନ୍ତି । ତେବେ ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021