Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍ ଶେଷନଙ୍କ ପରଲୋକ

11/11/2019 at 8:51 AM

ଚେନ୍ନାଇ ୧୧/୧୧: ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ ଶେଷନଙ୍କ ପରଲୋକ  ହୋଇଯାଇଛି। ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ପରଲୋକ । ତାଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ଟ୍ବିଟରରେ ଟ୍ବିଟ କରି ଲେଖିଛନ୍ତି ଶେଷନଙ୍କ ପରଲୋକ ଖବର ଶୁଣି ଦୁଃଖ ଲାଗିଛି । ସେ ନିର୍ବାଚନ ବ୍ୟବସ୍ଥା କ୍ଷେତ୍ରରେ ଅନେକ ସଂଶୋଧନ ଆଣିଥିଲେ । ଆମର ଗଣତନ୍ତ୍ର ବ୍ୟବସ୍ଥାକୁ ମଜଭୁତ କରିବାରେ ତାଙ୍କ ଭୂମକା ଥିଲା । ସେ ଆହୁରି ଲେଖିଛନ୍ତି ଶେଷନ ଜଣେ ଭଲ ସେବକ ଥିଲେ ।

ସେ ତାମିଲନାଡୁ କ୍ୟାଡରର ୧୯୫୫ ବ୍ୟାଚ ଆଇଏଏସ ଅଧିକାରୀ ଥିଲେ । ସେ ୧୦ମ ନିର୍ବାଚନ ଆୟୁକ୍ତ ଭାବେ ଦେଶ ପାଇଁ ସେବା କରିଥିଲେ । ଶେଷନଙ୍କୁ ରମନ ମେଗାସେସ ଆୱାର୍ଡ ମଧ୍ୟ ମିଳିଥିଲା । କେରଳର ପଲକ୍କଡ ଜିଲ୍ଲାରେ ୧୯୩୨ ଡିସେମ୍ବର ୧୫ରେ ସେ ଜନ୍ମଗ୍ରହଣ କରିଥିଲେ ।  ସ୍କୁଲ ପାଠ କେରଳରେ ଶେଷ କରିବା ପରେ ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ସ୍ନାତକ ପାସ କରିଥିଲେ ।

   Related Posts