Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମମତାଙ୍କ ଉପରେ ହମଲା ପରେ ଆକ୍ରାମକ ସ୍ଥିତିରେ ଟିଏମସି: ଆଜି ଜାରି ହେବନି ଘୋଷଣାପତ୍ର

11/03/2021 at 2:13 PM

କୋଲକାତା ୧୧/୦୩ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହମଲା ହେବାପରେ ତୃଣମୂଳ କଂଗ୍ରେସ ରାଜ୍ୟରେ ଆଗାମୀ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି ଉପରେ ରୋକ ଲାଗିଛି। ମମତା ଆଜି ଅପରାହ୍ନରେ ନିଜର କାଳୀଘାଟ ସ୍ଥିତ ବାସଭବନରୁ ଘୋଷଣାପତ୍ର ଜାରି କରିଥାନ୍ତେ।

ଟିଏମସିର ବରିଷ୍ଠ ନେତା କହିଛନ୍ତି ଯେ ଘୋଷଣାପତ୍ର ବର୍ତ୍ତମାନ ସ୍ଥଗିତ କରାଯାଇଛି। ମମତା ଠିକ ହୋଇ ଘରକୁ ଫେରିବା ପରେ ଘୋଷଣାପତ୍ର ଜାରି କରାଯିବ। ସେ କହିଛନ୍ତି ଯେ ଘୋଷଣାପତ୍ର ପ୍ରସ୍ତୁତ ଅଛି କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଜାରି କରିବାର କୌଣସି ପ୍ରଶ୍ନ ଉଠୁନି। 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାମ ଗୋଡ, ଅଣ୍ଟା, କାନ୍ଧ ଓ ବେକରେ ଆଘାତ ହୋଇଛି। ଏସଏସକେଏମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ମମତା ଅଭିଯୋଗ କରିଛନ୍ତି ଯେ ବୁଧବାର ଦିନ ନନ୍ଦିଗ୍ରାମ ଅଭିଯାନ ସମୟରେ ୪-୫ ଜଣ ତାଙ୍କୁ ହମଲା କରିଥିଲେ। ସେମାନେ ତାଙ୍କୁ ଧକ୍କା ବି ମାରିଥିଲେ ଓ କାର ଡୋରରେ ବିସ୍ଫୋରଣ କରିଥିଲେ। ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଛନ୍ତି।

ମାର୍ଚ୍ଚ ୫ ତାରିଖରେ ଦଳ ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା। ମାର୍ଚ୍ଚ ୨୭ ତାରିଖରୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ୮ଟି ପର୍ଯ୍ୟାୟରେ ମତଦାନ ହେବ। ଗଣତି ମେ’ ୨ ତାରିଖରେ ହେବ।

   Related Posts