ଓଡିଶାରେ ପ୍ରାର୍ଥୀ ଦେବ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ : ୨ ନେତା ଅଛନ୍ତି ଯୋଗଯୋଗରେ

Published By : Prameya-News7 Bureau | January 27, 2019 IST

କୋଲକାତା ୨୭|୧: ଆଗାମୀ ସାଧାରଣ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓଡିଶାରେ ପ୍ରାର୍ଥୀ ଦେବ । ବିଜେଡି ଓ ବିଜେପି ବିରୋଧରେ ଲଢିବାକୁ ନିଷ୍ପତ୍ତି କରିଛି ତୃଣମୂଳ କଂଗ୍ରେସ । ଟିଏମସି ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଦେବାକୁ ଠିକ୍ କରିଛି । ଓଡିଶାର ୨ଜଣ ଜଣାଶୁଣା ନେତା ଟିଏମସି ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଟିଏମସି ସାଂସଦ ଡେରେକ ଓ ବ୍ରାଏନ କହିଛନ୍ତି ।

{"id":78693}

କେବଳ ଓଡିଶା ନୁହେଁ ଦେଶର ୧୪ଟି ରାଜ୍ୟରେ ଟିଏମସି ନିର୍ବାଚନ ଲଢିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ଟିଏମସିର ଓଡିଶା ଶାଖା ଦାୟିତ୍ବ ଛାଡି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କଂଗ୍ରେସରେ ଯୋଗଦେବା ପରେ ଓଡିଶାରେ ତୃଣମୂଳ କଂଗ୍ରେସର ବସ୍ତୁତଃ ଆଉ କୌଣସି ସ୍ଥିତି ନଥିଲା ।

{"id":78694}

ତେବେ ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ବହୁ ନେତା ଏବେ ଦଳବିହୀନ ହୋଇ ରହିଛନ୍ତି । ଯେକୌଣସି ମତେ ମୁଣ୍ଡ ଉପରେ ଏକ ଦଳୀୟ ଛତା ଆବଶ୍ୟକ କରୁଥିବା କିଛି ନେତା ଟିଏମସି ସହିତ ଯୋଗାଯୋଗରେ ରହିବା ସ୍ବଭାବିକ କଥା ।

{"id":78695}

କୋଲକାତାଠାରେ ଏନଡିଏ ବିରୋଧୀ ମହାରାଲି ଆୟୋଜନ କରିବା ପରେ ମମତା ବାନାର୍ଜୀଙ୍କ ଉଚ୍ଚାଭିଳାଷ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ନିଜ ପକଡକୁ ଅଧିକ ମଜଭୁତ କରିବା ସହ ଜାତୀୟ ରାଜନୀତିକୁ ନିୟନ୍ତ୍ରଣ କରିବା ଲାଗି ସେ କରିଥିବା ରଣନୀତିର ଏହା ଏକ ଅଂଶ ବିଶେଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.