ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ହିସାବ ମଗାକୁ ନେଇ ତେଜିଲା ରାଜନୀତି: ଅର୍ଥଖର୍ଚ୍ଚକୁ ନେଇ ବିରୋଧିଙ୍କ ପ୍ରଶ୍ନ, ବିଡିଓମାନଙ୍କୁ ହିସାବ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 14, 2020 IST

ଭୁବନେଶ୍ୱର, ୧୪|୦୬ : କରୋନା ଲାଗି ତିଆରି ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ହିସାବ ମଗାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଟେମ୍ପରାରି ମେଡ଼ିକାଲ ସେଣ୍ଟର ଟିଏମସିରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ଜୁନ ୧୯ ମଧ୍ୟରେ ଦାଖଲ କରିବାକୁ ରାଜ୍ୟ ସରକାର  ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେବା ପରେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଘୋଷଣା ଅନୁସାରେ ଟିଏମସିକୁ ସରକାର ୫ ଲକ୍ଷ ଟଙ୍କା ଦେଇ ନାହାନ୍ତି । ଅର୍ଥ ଖର୍ଚ୍ଚର ଉତ୍ତରଦାୟୀ କାହାକୁ କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ସରକାରୀ ଦଳ ଯୁକ୍ତି ସ୍ବଚ୍ଛତା ଲାଗି ସରକାର ହିସାବ ମାଗିଛନ୍ତି । ହିସାବ ମିଳିଲେ ସରକାର ସେମାନଙ୍କ ଅର୍ଥ ଭରଣା କରିବେ ।

{"id":286285,"width":696,"height":437,"sizeSlug":"large"}

କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଟିଏମସିରେ ବାସ୍ତବରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି ଟିଏମସିକୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ ବି ସରକାର ଅର୍ଥ ଦେଇ ନାହାନ୍ତି କାହିଁକି । କୋଭିଡ ମୁକାବିଲା ଲାଗି ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ ତିଆରି କରିଥିବା  ଟେମ୍ପରାରି ମେଡ଼ିକାଲ ସେଣ୍ଟର ଟିଏମସିର ହିସାବ ମାଗିବାକୁ ନେଇ ଏମିତି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ କହିଛି ରାଜ୍ୟ ସରକାର କଥା ଦେଇ କଥା  ରଖି ନାହାଁନ୍ତି । ପଞ୍ଚାୟତ ଫଣ୍ଡରୁ ସେ ସବୁ ଟଙ୍କା ଖର୍ଚ୍ଚ କରାଯିବାରୁ ପଞ୍ଚାୟତ ସ୍ତରରେ ଉନ୍ନତୀ କରଣ ପ୍ରଭାବିତ ହୋଇଛି । ବିଜେପି କହିଛି  ସରକାର ପ୍ରଥମ ରୁ କହିଥିଲେ CFC/SFC/SDRF ରୁ ଟଙ୍କା ଖର୍ଚ୍ଚ ହେବ । ଏବେ କେଉଁ ବଜେଟ ରୁ କେଉଁ ଜିଲ୍ଲା ରେ କେତେ ଖର୍ଚ୍ଚ ହୋଇଛି ରାଜ୍ୟ ସରକାର ସ୍ପଷ୍ଟ ଚିତ୍ର ଦେବା ଦରକାର । ସେପଟେ ବିଜେଡି କହିଛି ଦୈନଦିନ ଖର୍ଚ୍ଚ ପାଇଁ ବି ୪୮ କୋଟି ଦିଆ ଯାଇଥିଲା। ଜରୁରୀ ସ୍ଥିତି ରେ ଗଛିତ ଟଙ୍କାରୁ ଖର୍ଚ୍ଚ ହୁଏ।

{"id":286286,"width":694,"height":424,"sizeSlug":"large"}

 କୋଭିଡ ମୁକାବିଲା ଓ ସଙ୍ଗରୋଧ କେନ୍ଦ୍ର ଲାଗି ରାଜ୍ୟ ସରକାର ୧୬ ହଜାର ୮ ଶହ ୧୩ ଟି ଟିଏମସି ଖୋଲିଛନ୍ତି । ଏସବୁର ନିର୍ମାଣ ଓ ପରିଚାଳନା ଲାଗି ପ୍ରତି ସେଣ୍ଟରକୁ ୫ ଲକ୍ଷ ଦିଆଯିବ ବୋଲି କହିଥିଲେ । ସ୍ଥାନୀୟ ସ୍ତରରେ CFC/SFC ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇ ପାରିବ ବୋଲି ସରକାର କହିଥିଲେ । ତେବେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେନେଇ ହିସାବ ରଖିବାକୁ ସରକାର ଏପ୍ରିଲ ୨୨ ଓ ଜୁନ ୫ରେ ଚିଠି କରିଥିଲେ ବି ହିସାବ ଦେଇ ନାହାନ୍ତି ସ୍ଥାନୀୟ ପ୍ରଶାସନ । ଏବେ ଜୁନ ୧୯ ସୁଦ୍ଧା ହିସାବ ଦେବାକୁ ପଞ୍ଚାୟତ ରାଜ ସଚିବ ଚିଠି ଲେଖିଛନ୍ତି । ଏବେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ସରପଞ୍ଚମାନେ । ଟିଏମସିରେ ନିର୍ମାଣ ଓ ପରିଚାଳନାରେ ରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ହିସାବ  ବିଡିଓ ମାନେ ତଦାରଖ କରି ସ୍ବତନ୍ତ୍ର ଫର୍ମାଟରେ ପଠାଇବାକୁ ନିର୍ଦେଶ ଦେଇଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.