Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

UPରେ ଯୋଗୀଙ୍କୁ ଟକ୍କର ଦେବେ ମମତା, ଯୋଜନା ଚୂଡ଼ାନ୍ତ

27/05/2021 at 8:22 PM

ଲଖିମପୁର ଖୀରି ୨୭।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଲାଗି ପ୍ରଚାର କରିଥିଲେ। ଏବେ ଯୋଗୀଙ୍କ ପାଳି ଆସୁଛି। ଆଗାମୀ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଦିଦିଙ୍କ ତୃଣମୂଳ କଂଗ୍ରେସ ଉତ୍ତରପ୍ରଦେଶରେ ନିଜର ଉପସ୍ଥିତି ଜାହିର କରିବାକୁ  ଅଣ୍ଟାଭିଡିଛି। ଯୋଗୀଙ୍କ ମୁହାଁମୁହିଁ ଟକ୍କର ଲାଗି ଦଳ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନେତ୍ରୀ ମମତା ବାନାର୍ଜୀ ମଧ୍ୟ ରଣନୀତି ଚୂଡାନ୍ତ କରିଥିବାର ରାଜ୍ୟ ଦଳ ସୂତ୍ରରୁ ସୂଚନା ମିଳୁଛି।

ଗତ ବିଧାନସଭା ନିର୍ବାଚନରେ ବିଜେପି  ବେଙ୍ଗଲରେ ତୃଣମୂଳ କଂଗ୍ରେସ ସହ ଜୋରଦାର ଟକ୍କର ନେଇଥିଲା। କଳେବଳେ କୌଶଳେ ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ରାଜ୍ୟକୁ ହାତେଇବା ଲାଗି ବିଜେପି ସବୁମନ୍ତେ ଉଦ୍ୟମ କରିଥିଲା। ଏପରିକି ପଶ୍ଚିମବଙ୍ଗର ସାଂସ୍କୃତିକ ବିବିଧତାକୁ ମଧ୍ୟ ଦଳ ଅସ୍ତ୍ର କରିଥିଲା। ପଶ୍ଚିମ ବଙ୍ଗରେ ନାଥ ସମ୍ପ୍ରଦାୟଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଗୋରଖ ନାଥ ଏହି ସମ୍ପ୍ରଦାୟଙ୍କ ଇଷ୍ଟ ହୋଇଥିବା ବେଳେ ରାଜ୍ୟରେ ଗୋରଖନାଥ ମନ୍ଦିର ସାଙ୍ଗକୁ ଅନେକ ମଠ ମଧ୍ୟ ରହିଛି। ଏକଦା ଯୋଗୀ ଆଦିତ୍ୟ ନାଥ ଗୋରଖନାଥ ପ୍ରମୁଖ ମଠର ମୁଖ୍ୟ ଥିଲେ। ଏଣୁ ତୃଣମୂଳ ବିପକ୍ଷରେ ଦଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ପ୍ରଚାରରେ ଆଗୁଆ କରିଥିଲା।

ମାଲଦା ସମେତ ନାଥ ସମ୍ପ୍ରଦାୟ ବହୁଳ ଅଞ୍ଚଳରେ ଯୋଗୀ ଆଦିତ୍ୟ ନାଥ ବେଶ୍ ଉତ୍ସାହିତ ହୋଇ ନିର୍ବାଚନ ପ୍ରଚାର କରିବା ସହ ଦିଦିଙ୍କୁ ଚାଲେଞ୍ଜ କରିବାକୁ ପଛେଇ ନଥିଲେ। ବିଜେପିକୁ ଏଥିରୁ କିଛି ଲାଭ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ଇଭିଏମରେ ସେପରି କୌଣସି ଚମତ୍କାର ହୋଇ ନଥିବା ବେଳେ ଓଲଟି ମମତା ଏବେ ୟୁପିରେ ଯୋଗୀଙ୍କ ଲାଗି ନୂଆ ଚାଲେଞ୍ଜ ଭାବେ ଉଭା ହେଲେଣି।

ବିଧାନସଭା ନିର୍ବାଚନ ଲାଗି ଉତ୍ତରପ୍ରଦେଶ ରାଜନୀତି ଏବେ ଚଳଚଞ୍ଚଳ। ଏଥିରେ ପ୍ରଦେଶ ତୃଣମୂଳ କଂଗ୍ରେସ ମଧ୍ୟ ନିଜ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଛି ବୋଲି ସଭାପତି ସଞ୍ଜୟ ରାୟ ୟୁପିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ ଲଖିମପୁର ଖୀରିରେ ଦଳ ଏବେ ସଦସ୍ୟ ସଂଗ୍ରହ ଅଭିଯାନ ଚଳାଇଥିବା ବେଳେ କ୍ରମଶଃ ଅନ୍ୟ ଅଞ୍ଚଳରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ରାଉତ କହିଛନ୍ତି।

ମମତାଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ୟୁପିର ପ୍ରଭାବ ଅକ୍ଷୁର୍ଣ୍ଣ ରହିଛି। ଏଣୁ ବେଙ୍ଗଲର ଏହି ନେତାମାନେ ଏବେ ୟୁପିରେ ଯୋଗୀଙ୍କ ଲାଗି ଚାଲେଞ୍ଜ ହେବାଟା ଏକ ପ୍ରକାର ନିଶ୍ଚିତ ବୋଲି ଏବେଠୁ ଜଣା ପଡିଲାଣି। ଟିଏମସିଏବେ ୟୁପିରେ ଦଳକୁ ମଜଭୁତ କରିବ। ଏଥିଲାଗି ବେଙ୍ଗଲରେ ବିଜେପି ଆପଣେଇଥିବା ନୀତି ଅବଲମ୍ବନ କରିବା ମଧ୍ୟ ନିଶ୍ଚିତ। ହେଲେ ବିଜେପି, ବସପା ଓ କଂଗ୍ରେସକୁ ବାଦ ଦେଇ ଅନ୍ୟ ଦଳର ଟାଣୁଆ ନେତାଙ୍କୁ ଦଳରେ ଆଣି ଯୋଗୀଙ୍କୁ ଚାଲେଞ୍ଜ କରିବାକୁ ଦିଦି ପୁରା ଦମରେ ପ୍ରସ୍ତୁତି ଚଳାଇଛନ୍ତି। ଯେଉଁଥିରେ ଟିଏମସିକୁ କିଛିମାତ୍ରାରେ ସଫଳତା ମିଳୁଥିବା ୟୁପି ଟିଏମସି ପ୍ରଦେଶ ସଭାପତି ରାୟ ସୂଚନା ଦେଇଛନ୍ତି। ଏଥିରୁ ବେଙ୍ଗଲରେ ଯୋଗୀ କରିଥିବା ଚାଲେଞ୍ଜର ଜବାବ ଏବେ ମମତା ତାଙ୍କ ଘରକୁ ଯାଇ ଦେବେ ବୋଲି ଆକଳନ କରାଗଲାଣି।  

   Related Posts