Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ତୃଣମୂଳ କଂଗ୍ରେସର ପ୍ରଥମ ବୈଠକ ଶନିବାର, ଦଳକୁ ଫେରିବାକୁ ଚାହୁଁଥିବା ନେତାଙ୍କ ନେଇ ହୋଇପାରେ ମାନସମନ୍ଥନ

4/06/2021 at 5:00 PM

କୋଲକାତା ୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବିଜୟ ପରେ ତୃଣମୂଳ କଂଗ୍ରେସର (ଟିଏମସି) ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ପାର୍ଟି ସଭାପତି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଦୁଇଟି ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ଆକଳନ କରାଯାଉଛି। ଟିଏମସିର ପୂର୍ବତନ ନେତା ତଥା ବିଜେପି ଜାତୀୟ ଉପସଭାପତି ମୁକୁଲ ରାୟଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଚର୍ଚ୍ଚାରେ ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକରେ ହୁଏତ ଗତ ବିଧାନସଭା ନିର୍ବାଚନ ବେଳେ ଦଳ ଛାଡିଥିବା ନେତାଙ୍କ ଘର ଲେଉଟାଣୀ ଉପରେ ମାନସ ମନ୍ଥନ ହେବ ବୋଲି ଅନୁମାନ କରାଯାଉଛି।

ଏହି ବୈଠକରେ ଅଭିଷେକ ବାନାର୍ଜୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମେତ ସମସ୍ତ ବରିଷ୍ଠ ନେତା ଅଂଶ ଗ୍ରହଣ କରିବେ। ଏଥିରେ ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ଉପନିର୍ବାଚନ ରଣନୀତି ମଧ୍ୟ ପ୍ରସ୍ତୁତ ହେବ। ଏଥିରେ ଦଳ ସମ୍ପର୍କରେ ନିଷ୍ପତ୍ତି ନେଉଥିବା ୟୁନିଟିରେ ପରିବର୍ତ୍ତନ ଆଶଙ୍କା କରାଯାଉଥିବା ବେଳେ ଏଥିରେ କିଛି ନୂଆ ମୁହଁଙ୍କୁ ମଧ୍ୟ ସାମିଲ କରାଯାଇପାରେ। ବୈଠକ ନେଇ ଟିଏମସି ପକ୍ଷରୁ ଔପଚାରିକ ଭାବେ କିଛି ସୂଚନା ଦିଆଯାଇନି। ତେବେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାର୍ଟି ଛାଡିଥିବା ଲୋକେ ଏବେ ଫେରିବା ଲାଗି ଖୋଲାଖୋଲି ସାମ୍ନାକୁ ଆସିବାରେ ଲାଗିଛନ୍ତି।

ତେବେ ଦଳକୁ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସମାନ ନୀତି ଅବଲମ୍ବନ କରାଯାଇ ନପାରେ, ତେବେ ଏ ବାବଦେ କେସ୍-ଟୁ-କେସ୍‌ ଆଧାରରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳୁଛି। ତେବେ ତୃଣମୂଳ କଂଗ୍ରେସର ଜନୈକ ବରିଷ୍ଠ ନେତାଙ୍କ ଅନୁସାରେ ଏ କ୍ଷେତ୍ରରେ ନେତାଙ୍କ ନେଇ ସବୁ ଦୃଷ୍ଟିରୁ ଆକଳନ କରିବୁ। ଦଳକୁ  ଫେରାଇ ଆଣିବା ପୂର୍ବରୁ ଏ ବାବଦେ ପ୍ରଥମେ ସ୍ଥାନୀୟ ନେତାଙ୍କ ରାୟ ନିଆଯିବ। ତେବେ ଗତ ନିର୍ବାଚନରେ ଦଳବଦଳକାରୀ ନେତା ଓ ସ୍ଥାନୀୟ କର୍ମୀ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅବିଶ୍ୱାସଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖା ଯାଇଛି। ଏଥିରେ ଅଭିଷେକ ବାନାର୍ଜୀଙ୍କ ଏକ ନେତା ଏକ ପଦ ପ୍ରସ୍ତାବ ନେଇ ମଧ୍ୟ ଆଲୋଚନା ହେବ।

 ମନ୍ତ୍ରୀ ଓ ପ୍ରଶାସନିକ ଦାୟିତ୍ୱରେ ଥିବା ନେତାଙ୍କୁ ଦଳୀୟ ଦାୟିତ୍ୱରୁ ମୁକ୍ତ କରିବା ଲାଗି ଆଲୋଚନା ହୋଇପାରେ। ତେବେ କେବଳ ମୁକୁଲ ରାୟ ନୁହନ୍ତି ଦଳର ୬ ବିଧାୟକ ଓ ୩ ସାଂସଦ ପୁଣି ଦଳକୁ ଫେରିବାକୁ ଚାହୁଁଛନ୍ତି। ଏଣୁ ଦଳ ଉପରେ ଚାପ ରହିବା ସ୍ୱଭାବିକ। ତେବେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଦଳ ଉପରେ କି ପ୍ରଭାବ ପକାଇବ ତାହା ଆକଳନ କରିବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳୁଛି।

ଏହା ଛଡା ବୈଠକରେ ରାଜ୍ୟରେ ହେବାକୁ ଥିବା ଆଗାମୀ ଉପ ନିର୍ବାଚନ ନେଇ ମଧ୍ୟ ଆଲୋଚନା କରାଯିବ। ଏଥିରେ ରଣନୀତି ମଧ୍ୟ ଚୂଡାନ୍ତ ହେବ। ନିଜେ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ। ସେ ତାଙ୍କ ପାରମ୍ପରିକ ଭବାନୀପୁର ଅଥବା ଅନ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ସେ ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ସେପଟେ ଭବାନୀପୁରରୁ ନିର୍ବାଚିତ ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।           

   Related Posts