ମମତାଙ୍କ 'ମହାମେଣ୍ଟ' ପ୍ରସ୍ତାବକୁ ଖାରଜ କଲା କଂଗ୍ରେସ: ବାମପନ୍ଥୀ ରୋକ୍ ଠୋକ୍ କହିଲେ ନା

Published By : Prameya-News7 Bureau | January 14, 2021 IST

କୋଲକାତା ୧୪/୦୧ : ପଶ୍ଚିମବଙ୍ଗରେ କିଛି ମାସରେ ବିଧାନସଭା ନିର୍ବାଚନ ହେବ। ଭାରତୀୟ ଜନତା ପାର୍ଟି ଆକ୍ରମକ ଢଙ୍ଗରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ନଜର ଆସିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦଳ ଅଧ୍ୟକ୍ଷ ଜେପି ନଡ୍ଡା ଲଗାତାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି ଏବଂ ରାଜ୍ୟରେ ବିଜେପିର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପିର ଏହି ମିଶନକୁ ଫେଲ୍ କରିବାକୁ ତୃଣମୂଳ କଂଗ୍ରେସ ତମାମ ବିରୋଧୀ ଦଳଙ୍କୁ ଟିଏମସିକୁ ସାଥ ଦେବାକୁ ଅପିଲ କରିଛନ୍ତି। ଦଳ ବିହାର ଭଳି ମହାମେଣ୍ଟ ଗଠନ କରିବାକୁ ଅପିଲ କରିଛି। ଏନେଇ କଂଗ୍ରେସ ଟିଏମସିକୁ ପରାମର୍ଶ ଦେଇଛି। 

ବୁଧବାର ଦିନ ତୃଣମୂଳ କଂଗ୍ରେସ ବାମ ମୋର୍ଚ୍ଚା ଓ କଂଗ୍ରେସକୁ ବିଜେପି 'ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ରଣନୀତି' ବିରୋଧରେ ଲଢ଼ିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାଥ ଦେବାକୁ ଅପିଲ କରିଛି। ତେବେ ଉଭୟ ଦଳ ଏହି ପରାମର୍ଶକୁ ଖାରଜ କରିଦେଇଛନ୍ତି। ବିଜେପି କହିଛି ଯେ ଏଥିରୁ ଜଣାପଡୁଛି ଯେ ଏପ୍ରିଲ-ମେ ମାସରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ନିଜ ଦମରେ ଲଢ଼ିବାକୁ ସମର୍ଥ ନୁହେଁ। ତୃଣମୂଳ କଂଗ୍ରେସର ବରିଷ୍ଠ ସାଂସଦ ସୌଗତ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ବାମ ମୋର୍ଚ୍ଚା ଓ କଂଗ୍ରେସ ବାସ୍ତବରେ ବିଜେପି ବିରୋଧରେ ତାହେଲେ ବିଜେପିର ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ରାଜନୀତି ବିରୋଧରେ ଲଢ଼ିବାକୁ ମମତା ବାନାର୍ଜୀଙ୍କୁ ସାଥ ଦେବା ଉଚିତ। ସେ କହିଛନ୍ତି, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବିଜେପି ବିରୋଧରେ ଧର୍ମ ନିରପେକ୍ଷ ରାଜନୀତିର ଅସଲ ଚେହେରା।  ତୃଣମୂଳ କଂଗ୍ରେସର ପ୍ରସ୍ତାବରେ ରାଜ୍ୟ କଂଗ୍ରେସ ପ୍ରମୁଖ ଅଧୀର ରଞ୍ଜନ ଚୌଧୁରୀ ରାଜ୍ୟରେ ବିଜେପିର ମଜବୂତୀ ନେଇ ଟିଏମସିକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, "ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିବାକୁ ଆମର ଇଚ୍ଛା ନାହିଁ। ଗତ ୧୦ ବର୍ଷ ହେଲା ଆମ ବିଧାୟକଙ୍କୁ କିଣିବା ପରେ ତୃଣମୂଳ କଂଗ୍ରେସ ଏବେ ମେଣ୍ଟ ଗଠନ କରିବାକୁ କାହିଁକି ଚାହୁଁଚି। ଯଦି ମମତା ବାନାର୍ଜୀ ବିଜେପି ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ କଂଗ୍ରେସରେ ସାମିଲ ହୋଇଯିବ ଉଚିତ। କାରଣ ସାମ୍ପ୍ରଦାୟିକତା ବିରୋଧରେ ଲଢେଇ ପାଇଁ ଏହା ହେଉଛି ଏକମାତ୍ର ଦେଶବ୍ୟାପୀ ପ୍ଲାଟଫର୍ମ।"

ମମତା ବାନାର୍ଜୀ ୧୯୯୮ ମସିହାରେ କଂଗ୍ରେସରୁ ଅଲଗା ହୋଇ ନିଜର ଅଲଗା ଦଳ ତୃଣମୂଳ କଂଗ୍ରେସ ଗଠନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.