Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପ୍ରଧାନମନ୍ତ୍ରୀଙ୍କୁ TMC ସାଂସଦଙ୍କ ପତ୍ର, ତୁରନ୍ତ ପଦରୁ ହଟନ୍ତୁ ସୋଲିସିଟର ଜେନେରାଲ, ସେପଟେ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିନି କହିଲେ ତୁଷାର

2/07/2021 at 7:53 PM

ନୂଆଦିଲ୍ଲୀ ୨।୭: ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୁରୁବାର ରାଜଧାନୀ ଦିଲ୍ଲୀରେ ସୋଲିସିଟର ଜେନେରାଲଙ୍କୁ ଭେଟିଯିବା ନୂଆ ବିବାଦ ସୃଷ୍ଟି କରିଛି। ଏଥିଲାଗି ତୁଷାର ମେହେଟ୍ଟାଙ୍କୁ ତୁରନ୍ତ ପଦବୀରୁ ହଟାଇବା ଲାଗି ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର ଦାବି କରିଛି। ଟିଏମସି ସାଂସଦ ଡେରେକ୍ ଓବ୍ରାୟନ, ମହୁଆ ମୋଇତ୍ର ଓ ସୁଖେନ୍ଦୁ ଶେଖର ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ତୁରନ୍ତ ସୋଲିସିଟର ଜେନେରାଲଙ୍କୁ ପଦରୁ ହଟାଇବାକୁ ନିବେଦନ କରିଛନ୍ତି।

ନରଦା ଅନିୟମିତତାର ଅଭିଯୁକ୍ତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଗୁରୁବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ମଧ୍ୟ ଭେଟିଥିଲେ। ତେବେ ମେହେଟ୍ଟା ଏହି ସାକ୍ଷତକୁ ଅସ୍ୱୀକାର କରିଥିଲେ। ହେଲେ ସେମାନଙ୍କ ସାକ୍ଷାତର ଭିଡିଓ ପ୍ରମାଣ ଆସିବା ପରେ ଯେହେତୁ ଭାରତ ସରକାରଙ୍କୁ ସୋଲିସିଟର ଜେନେରାଲ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ମାମଲାରେ ପରାମର୍ଶ ଦେଉଛନ୍ତି ଓ କୋର୍ଟରେ ସରକାରୀ ମାମଲା ପରିଚାଳନା କରୁଛନ୍ତି ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ତାଙ୍କୁ ତୁରନ୍ତ ପଦରୁ ହଟା ଯିବା ଦରକାର ବୋଲି ଟିଏମସି ସାଂସଦମାନେ ଦାବି କରିଛନ୍ତି।

ପତ୍ରରେ ସାଂସଦ ମାନେ ଶୁଭେନ୍ଦୁ ଅଧିକାରୀ  ଠକେଇ ଓ ଲାଞ୍ଚକାରବାର ଆଦି ମାମଲାରେ ଅଭିଯୁକ୍ତ ଥିବା ବେଳେ ନାରଦା ମାମଲାରେ ହୋଇଥିବା ଏକ ଷ୍ଟିଂ ଅପରେସନରେ ସେ ଲାଞ୍ଚ ନେଉଥିବାର ଭିଡିଓ ପ୍ରମାଣ ମଧ୍ୟ ରହିଛି।  ସୋଲିସିଟର ଜେନେରାଲ ଦେଶର ଦ୍ୱିତୀୟ ବିଧି ଅଧିକାରୀ ଓ ନାରଦା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାର ଓ ଏଜେନ୍ସୀଙ୍କୁ ପରାମର୍ଶ ଦେଉଛନ୍ତି । ଏଥିରେ ଅଭିଯୁକ୍ତଙ୍କୁ ସୋଲିସିଟର ଜେନେରାଲ ଭେଟିବା ତାଙ୍କ ବୈଧାନିକ କର୍ତ୍ତବ୍ୟରେ ଗୁରୁତର ଅବହେଳା ସହ ପାରସ୍ପରିକ ସ୍ୱାର୍ଥର ପରିପନ୍ଥି ବୋଲି ଏବେ ବୁଝା ଯାଉଥିବା ଟିଏମସି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି।

ତେବେ ଏହି ସାକ୍ଷାତ ଆଲୋଚନାକୁ ପ୍ରଥମେ ସିଧା ଅଗ୍ରାହ୍ୟ କରିଦେଇଥିବା ମେହେଟ୍ଟା ପରେ ସେ  କାର୍ଯ୍ୟାଳୟକୁ ଆସିଥିବା ସ୍ୱୀକାର କରିଛନ୍ତି। ହେଲେ ସେ ଆସିବା ବେଳେ ମୁଁ ଏକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ୟସ୍ତ ଥିଲି ଓ କର୍ମଚାରୀମାନେ ତାଙ୍କୁ କାର୍ଯ୍ୟାଳୟରେ ବସିବାକୁ କହିଥିଲେ। ବୈଠକ ପରେ ଶୁଭେନ୍ଦୁ ଅଧିକାରୀ ଭେଟିବାକୁ ଅପେକ୍ଷା କରିଥିବା ନେଇ ଯେତେବେଳେ ପିପିଏସ୍  ସୂଚନା ଦେଲେ ସେତେବେଳେ ସାକ୍ଷାତ ଏବେ ସମ୍ଭବ ନୁହେଁ ବୋଲି ଜଣାଇ ଦେବାକୁ କହିଥିଲି ବୋଲି ଗଣମାଧ୍ୟମକୁ କହିଛନ୍ତି।  

   Related Posts