Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ମିଥୁନ past time entertainer! ବିଜେପି ଧମକରେ ଦଳରେ ହୋଇଛନ୍ତି ସାମିଲ: TMC ସାଂସଦ ସୌଗତ ରାୟ

7/03/2021 at 7:13 PM

କୋଲକାତା ୭।୩: ପଶ୍ଚିମବଙ୍ଗ ବିଜେପିର ବଳ ବଢାଇଛନ୍ତି ମିଥୁନ ଚକ୍ରବର୍ତ୍ତୀ। ରବିବାର ବ୍ରିଗେଡ ମୈଦାନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ଜନସମାବେଶରେ ମିଥୁନ ଦଳରେ ସାମିଲ ହୋଇଛନ୍ତି। ମିଥୁନଙ୍କୁ ନେଇ ବିଜେପି ଏବେ ଉଚ୍ଚା ଉଡାଣର ସ୍ୱପ୍ନ ଦେଖୁଛି। ତେବେ ବିଜେପରି ମିଥୁନଙ୍କ ଯୋଗଦାନକୁ ନେଇ ଶାସକ ତୃଣମୂଳ କଂଗ୍ରେସ( ଟିଏମସି)ରେ ସେପରି କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନି। ତେବେ ତାଙ୍କୁ ନେଇ ବରିଷ୍ଠ ଟିଏମସି ସାଂସଦ ସୌଗତ ରାୟଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଥୁନ ଆଜିକାଲିକା ସିନେମାଷ୍ଟାର ନୁହନ୍ତି ବୋଲି କହିଛନ୍ତି ରାୟ। ଗତ ଦିନର ଏହି ସିନେ ଅଭିନେତା ଏବେ  ରାଜ୍ୟ ରାଜନୀତିରେ ବେଶ୍ ସମୟ ଚଳି ସାରିଲେଣି। ଏହା ଛଡା ମୂଳତଃ ସେ ଜଣେ ନକ୍ସଲ ପନ୍ଥୀ ହୋଇଥିବା ବେଳେ ତାଙ୍କ ବାମପନ୍ଥୀ ବିଚାରଧାରା ଅନୁସାରେ ପ୍ରଥମେ ସିପିଆଇଏମରେ ଯୋଗଦେଇଥିଲେ। ଦଳ ଲୋକଙ୍କ ଦ୍ୱାରା ବହିଷ୍କୃତ ହେବା ପରେ ସେ ଟିଏମସିକୁ ବି ଆସିଥିଲେ। ସିଧା ନିର୍ବାଚନରେ ତାଙ୍କୁ ଭୋଟ ମିଳିବନି ବୋଲି ରାଜ୍ୟସଭାକୁ  ଦଳ ମନୋନୀତ କରିଥିଲା। ଏଣୁ ପରଦା ଭଳି ରାଜନୀତିରେ ମଧ୍ୟ ମିଥୁନ ଅଚଳ ହୋଇଗଲେଣି। ଏଣୁ ଆଉ ରାଜନୀତି ଲାଗି ଆଗ୍ରହୀ ନଥିଲେ ବୋଲି ରାୟ କହିଛନ୍ତି। ଏହା ଛଡା ମିଥୁନ ଘୋର ବାମପନ୍ଥୀ ହୋଇଥିବା ବେଳେ ଘୋର ଦକ୍ଷିଣପନ୍ଥୀଙ୍କ କି କାମରେ ଆସିବେ ବୋଲି ପ୍ରଶ୍ନ କରିଛନ୍ତି ରାୟ।

ଅତୀତର ପର୍ବର୍ତ୍ତନ ନିର୍ଦ୍ଦେଶାଳୀୟ (ଇଡି) କେସ୍‌ ନେଇ ବିଜେପି ତାଙ୍କୁ ଡରେଇ ଧମକେଇ ଦଳରେ ନେଇଛି ବୋଲି ରାୟ କହିଛନ୍ତି। ଇଡି କେସ୍‌ ଯୋଗୁ ବିଜେପି ତାଙ୍କୁ ଧମକାଇବାରୁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ସେହି ଦଳରେ ସାମିଲ ହୋଇଛନ୍ତି। ଏବେ ମିଥୁନଙ୍କ ଲାଗି ପଶ୍ଚିମବଙ୍ଗ ଜନତାଙ୍କର ଆଉ ପୂର୍ବ ଭଳି ଆଗ୍ରହ କି ସେପରି ସମ୍ମାନ ନାହିଁ ବୋଲି କହିଛନ୍ତି ଟିଏମସି ସାଂସଦ। ଏଣୁ ତାଙ୍କୁ ନେଇ ଚର୍ଚ୍ଚାର କୌଣସି ଆବଶ୍ୟକତା ଥିବାର ମୁଁ ଅନୁଭବ କରିପାରୁନଥିବା ସୌଗତ ରାୟ କହିଛନ୍ତି।

   Related Posts