Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||

ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସାଂସଦଙ୍କୁ ମିଳିଲା Y+ ସିକ୍ୟୁରିଟି

2/01/2021 at 10:08 PM

କୋଲକାତା ୦୨/୦୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଏପ୍ରିଲ୍‌​‌ରେ ହୋଇପାରେ। ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଆଲୋଚନା ଚାଲିଛି। ନିକଟରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ସାଂସଦ ସୁନୀଲ କୁମାର ମୋଣ୍ଡଳଙ୍କୁ କେନ୍ଦ୍ର ସରକାର ଓ୍ବାଇ ପ୍ଲସ୍‌ କ୍ୟାଟେଗୋରି ସୁରକ୍ଷା ପ୍ରଦାନ କରିଛନ୍ତି। ସିଆରପିଏଫକୁ ଏନେଇ ନିର୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।

ଏହା ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍‌ କ୍ୟାଟେଗୋରି ସୁରକ୍ଷା ପ୍ରଦାନ କରାଯାଇଛି। ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବିଜେପିରେ ଯୋଗ ଦେଇଥିବା ନେତାମାନଙ୍କ ମଧ୍ୟରେ ସୁନୀଲ କୁମାର ମୋଣ୍ଡଳ ମଧ୍ୟ ଥିଲେ। ଏମାନଙ୍କ ବ୍ୟତୀତ ଟିଏମସି ଅନେକ ବିଧାୟକ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ୨୦ ସଦସ୍ୟ ବିଶିଷ୍ଟ କୋଣ୍ଟାଇ ନଗରପାଳିକାର ୧୫ କର୍ପୋରେଟର ଶୁକ୍ରବାର ପଦ୍ମ ଧରିଛନ୍ତି। ଏଥିରେ ସୌମେନ୍ଦୁ ଅଧିକାରୀ ମଧ୍ୟ ଅଛନ୍ତି ଯିଏକି ଶୁଭେନ୍ଦୁ ଅଧିକାରୀଙ୍କ ଭାଇ। ଶୁଭେନ୍ଦୁ ମମତା ବାନାର୍ଜୀଙ୍କ ସରକାରରେ ବରିଷ୍ଠ ମନ୍ତ୍ରୀ ଥିଲେ। କିନ୍ତୁ ଗତ ସପ୍ତାହରେ ସେ ବିଜେପିରେ ସାମିଲ ହୋଇଛନ୍ତି।

   Related Posts