Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପେଗାସସ୍‌ ପ୍ରସଙ୍ଗ : ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ କଲେ ଟିଏମ୍‌ସି ସାଂସଦ ଡେରେକ୍ ଓବ୍ରାୟନ୍

4/08/2021 at 12:54 AM

ନୂଆଦିଲ୍ଲୀ ୪।୮ :  ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚାଲେଞ୍ଜ କରିଛନ୍ତି। ସେ ଯଦି ସଂସଦକୁ ଆସନ୍ତି ତେବେ ମୁଁ ମସ୍ତକ ମୁଣ୍ଡନ କରିବି ବୋଲି ଏକ ଟେଲିଭିଜନ ସୋରେ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ ଏବେ ପେଗାସସ୍‌ ପ୍ରସଙ୍ଗକୁ ନେଇ ପଳାୟନପନ୍ଥୀ। ବିରୋଧୀଙ୍କୁ ସମ୍ମୁଖୀନ ହେବାକୁ ସେମାନଙ୍କର ସତସାହାସ ନାହିଁ ବୋଲି ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି। 

ଟେଲିଭିଜନ ସାକ୍ଷାତକାରରେ ସଂସଦରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କାହିଁକି ପ୍ରଶ୍ନ କରାଯାଉ ନାହିଁ ବୋଲି ପଚରା ଯାଇଥିଲା।  ଜବାବରେ ଡେରେକ୍‌ ସେମାନଙ୍କୁ ମୁଁ ସଂସଦର ଚଳିତ ଅଧିବେଶନ ଆରମ୍ଭରୁ ହିଁ ଗୃହରେ ଦେଖୁ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ପୋଲିସ କମିଶନର ଭାବେ ନିଜ ପସନ୍ଦର ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି, ସେପଟେ ରାଜଧାନୀରେ ଦଳିତ ନାବାଳିକା ପ୍ରତି ଗଣଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟିଛି। ଏଥିରେ ଗୃହମନ୍ତ୍ରୀ ସଂସଦକୁ ଆସି ଜବାବ ଦେବା ଉଚିତ୍‌ ନୁହେଁ କି?  ଦଳିତ ନାବାଳିକା ସହ କାହିଁକି ଗଣ ଦୁଷ୍କର୍ମର ଶିକାର ହେଲା  ପ୍ରସଙ୍ଗରେ ଅମିତ ଶାହ ଯଦି ବୁଧବାର ଆସି ଲୋକସଭା ଅଥବା ରାଜ୍ୟସଭାରେ ଜବାବ ରଖନ୍ତି ତେବେ ମୁଁ ଏହି ସୋ କୁ ଆସି ମୋ ମସ୍ତକ ମୁଣ୍ଡନ କରିବି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ମାମଲାରେ ମୁଁ ଅମିତ ଶାହଙ୍କୁ ଚାଲେଞ୍ଜ କରୁଛି, କାରଣ ସେ ପେଗାସସ୍‌ ମାମଲାରେ ସଂସଦରୁ ଫେରାର ଅଛନ୍ତି ବୋଲି ଡେରେକ କହିଛନ୍ତି। ତେବେ ଦିଲ୍ଲୀର ଯେଉଁ ଘଟଣା  ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ତାହା ହେଉଛି ରାଜଧାନୀ ଦିଲ୍ଲୀରେ ଏକ ୯ ବର୍ଷର ନା ବାଳିକା ପ୍ରତି ସାମୂହିକ ଦୁଷ୍କର୍ମର ଅଭିଯୋଗ ହୋଇଛି। ଏହା ମଧ୍ୟ କୁହାଯାଉଛି ଯେ ଗଣ ଦୁଷ୍କର୍ମ ପରେ ଅପରାଧୀମାନେ ନାବାଳିକାକୁ ହତ୍ୟା କରିବା ସହ ତାର ଶବ ପୋଡି ଦେଇଛନ୍ତି। ତେବେ ନାବାଳିକାର ମା ଅପରାଧୀଙ୍କ ଚିହ୍ନଟ କରିବା ପରେ ପୋଲିସ ସୋମବାର ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ପୂଜାରୀ ରାଧେଶ୍ୟାମ, ତା ସହ କାମ କରୁଥିବା ୨ ଜଣ ଲକ୍ଷ୍ମୀ ନାରାୟଣ ଓ କୂଲଦୀପ ଏବଂ ସ୍ଥାନୀୟ ବାସିନ୍ଦା ସଲିମକୁ ପୋଲିସ ମାମଲାରେ ଦିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପକସୋ ଆକ୍ଟ ସମେତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆକ୍ଟ, ଆଇପିସିର ୩୭୬, ୩୦୨, ୫୦୬ ଓ ୨୦୪ ଧାରାରେ ପୋଲିସ ମୋକଦ୍ଦମା ରୁଜୁ କରିବା ସହ ମାମଲାର ତଦନ୍ତ ଜାରି ରଖିଛି।  

   Related Posts