Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଚଳଚିତ୍ରରୁ ରାଜନୀତିକୁ ଆସିଥିବା ନୁସରତ୍ ଜହାଁଙ୍କ ଜୀବନଶୈଳୀ : ୨ କୋଟି ଟଙ୍କାର ଆଲିସାନ ବଙ୍ଗଳା, ରହିଛି ବିଳାସପୂର୍ଣ୍ଣ କାର

1/08/2021 at 4:41 PM

ମୁମ୍ବାଇ ୦୧/୦୮ : ଚଳଚ୍ଚିତ୍ର ଏବଂ ରାଜନୀତି ମଧ୍ୟରେ ସମ୍ପର୍କ କୌଣସି ନୂଆ ନୁହେଁ । ଫିଲ୍ମ ଜଗତର ଅନେକ ଚେହେରା ରାଜନୀତିରେ ମଧ୍ୟ ସଫଳତା ହାସଲ କରିଛନ୍ତି । ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ୍ ଜହାଁ ମଧ୍ୟ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏକି ସିନେମା ସହିତ ଲୋକଙ୍କ ବିକାଶ ମୂଳକ କାର୍ଯ୍ୟ ପାଇଁ ରାଜନୀତିକୁ ଆସିଥିଲେ। ତେବେ ନୁସରତ୍ ଜହାଁ ବଙ୍ଗଳାର ଜଣେ ଲୋକପ୍ରିୟ ଅଭିନେତ୍ରୀ । ହେଲେ ଏବେ ସେ ବଶୀରହାଟ ଲୋକସଭା ସିଟ୍‌ରୁ ସାଂସଦ ଅଛନ୍ତି ।

ନୁସରତ୍ ଜହାଁ ୨୦୧୧ରେ ଫେୟାର ୱାନ୍ ମିସ୍ କୋଲକାତା ମୁକୁଟ ପିନ୍ଧିଥିଲେ । ଏହା ପରେ ସେ ବେଙ୍ଗଲୀ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ୨୦୧୯ରେ ନୁସରତ୍ ଟିଏମସିରୁ ଲୋକସଭା ଟିକେଟ୍ ପାଇବା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ପରେ ସେ ବଶୀରହାଟର ଲୋକସଭା ସାଂସଦ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦାଖଲ ହୋଇଥିବା ଆଫିଡେଭିଟ୍ ଅନୁଯାୟୀ ନୁସରତ ଜାହାଁଙ୍କ ପାଖରେ ୨.୯୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ପାଖରେ ଏବେ ୨୯.୮୮ ଲକ୍ଷ ଟଙ୍କାର ଚଳନ ସମ୍ପତ୍ତି ଅଛି।  ସେଥିମଧ୍ୟରୁ ୫ଲକ୍ଷ ନଗଦ ଟଙ୍କା ରହିବା ସହ ୨୯.୮୮ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହୋଇଛି ବୋଲି କୁହାଯାଉଛି । ଏହା ସହ ତାଙ୍କର ୧ ଲକ୍ଷ ଟଙ୍କା ବଣ୍ଡ ଏବଂ ୨.୫ ଲକ୍ଷ ଟଙ୍କାର ବୀମା ରହିଛି। ଏହା ବ୍ୟତୀତ ସେ ୫ ଲକ୍ଷ ଟଙ୍କା ବ୍ୟବସାୟ ଫି ମଧ୍ୟ ନିଅନ୍ତି । କୋଲକାତାରେ ନୁସରତଙ୍କର ଏକ ବଙ୍ଗଳା ଅଛି। ଯାହାକି ସେ ୨୦୧୬-୧୭ରେ କିଣିଥିଲେ । ଯାହାର ମୂଲ୍ୟ ୨ କୋଟି ଟଙ୍କା। ଚଳ ସମ୍ପତ୍ତି ଭାବରେ ସେ ଖୁଲାସା କରିଛନ୍ତି ଯେ ତାଙ୍କ ପାଖରେ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ହୀରାର ଅଳଙ୍କାର ଏବଂ ୪୫୦ ଗ୍ରାମର ସୁନା ଅଳଙ୍କାର ରହିଛି। ନୁସରତଙ୍କ ପାଖରେ ଦୁଇଟି ବିଳାସପୂର୍ଣ୍ଣ କାର ଅଛି । ଏଥି ମଧ୍ୟରେ ବିଏମଡବ୍ଲୁ ୫ ସିରିଜ୍ ଏବଂ ଫୋର୍ଡ ଇଣ୍ଡିୟାର କାର ଅଛି ।

 ଗତ କିଛି ମାସ ହେଲା ନୁସରତ୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ସ୍ବାମୀ ନିଖିଲ ଜୈନଙ୍କ ସହ ସମ୍ପର୍କ ଛିନ୍ନ କରିବା ସହ ତାଙ୍କ ବିବାହ ତୁର୍କୀ ନିୟମ ଅନୁଯାୟୀ ହୋଇଛି, ତେଣୁ ଏହା ଭାରତରେ ଆଇନଗତ ନୁହେଁ ବୋଲି ସେ କହିଥିଲେ ।

   Related Posts