ଜାଣନ୍ତୁ କିଭଳି ନିଜକୁ ଫିଟ୍ ରଖନ୍ତି ସାଂସଦ ନୁସରତ ଜାହାଁ

Published By : Prameya-News7 Bureau | March 31, 2020 IST

କୋଲକାତା ୩୧/୩: ତୃଣମୂଳ କଂଗ୍ରେସର ସାଂସଦ ଏବଂ ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି। ସେ ଅଧିକାଂଶ ସମୟରେ ନିଜ ଫଟୋ ଏଥିରେ ସେୟାର କରିଥାଆନ୍ତି। ନିଜ ସୌନ୍ଦର୍ଯ୍ୟ ବ୍ୟତୀତ ନୁସରତ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ଆସନ୍ତୁ ଜାଣିବା ନୁସରତଙ୍କ ଫିଟନେସ ପଛରେ ଥିବା ରହସ୍ୟ

{"id":247075,"sizeSlug":"large"}

ନୁସରତଙ୍କୁ ଜିମରୁ ଅଧିକ ଆଉଟଡୋର ଏକ୍ସରସାଇଜ କରିବାକୁ ଭଲ ଲାଗେ। ନିଜ ଟ୍ରେନିଂ କଥା କହିବାକୁ ଯାଇ ନୁସରତ କହିଛନ୍ତି ଯେ ସେ ବହୁତ ଅଳସୁଆ ଏବଂ ଏଥିପାଇଁ ସେ ଓ୍ବାର୍କଆଉଟ୍ ଅନେକ ଥର ସ୍କିପ୍ କରି ଦିଅନ୍ତି। କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ମେଟାବଲିଜମ୍ ବହୁତ ଭଲ ଏଥିପାଇଁ ତାଙ୍କୁ ଅଧିକ ଓ୍ବାର୍କଆଉଟ୍ କରିବାକୁ ପଡ଼ି ନଥାଏ।

{"id":247076,"sizeSlug":"large"}

ନୁସରତଙ୍କୁ ଦୌଡ଼ିବା ବହୁତ ପସନ୍ଦ ଏହା ସହିତ ସେ କାର୍ଡ଼ିଓ ଏବଂ ଯୋଗ ମଧ୍ୟ ନିୟମିତ ଭାବେ କରନ୍ତି। ପ୍ରତିଦିନ ସେ ଅତିକମରେ ୩୦ମିନିଟ୍ ଯୋଗ ଅଭ୍ୟାସ କରନ୍ତି। ଯୋଗ ମାନସିକ ଏବଂ ଶାରିରୀକ ଭାବେ ସୁସ୍ଥ ରଖିଥାଏ। କାର୍ଡ଼ିଓ ଶରୀରର ଅତ୍ୟଧିକ ଫ୍ୟାଟକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

{"id":247077,"sizeSlug":"large"}

ନୁସରତଙ୍କୁ ଡାଏଟିଂ କରିବା ଜମା ପସନ୍ଦ ନୁହେଁ। ସେ ସୁଷମ ଖାଦ୍ୟ ଖାଆନ୍ତି ଏବଂ ଜଙ୍କ ଫୁଡ ଖାଆନ୍ତି ନାହିଁ। ଏହା ବ୍ୟତୀତ ସେ ଘର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ସେ ଓଭରଇଟିଂ କରନ୍ତି ନାହିଁ। ସେ ଦିନରେ ତାଜା ଫଳ ଖାଆନ୍ତି। ସେ ଅଲିଭ ଅୟେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି।

{"id":247078,"sizeSlug":"large"}

ସାଧାରଣତଃ ଲୋକେ ଫିଟ୍ ରହିବା ପାଇଁ ଦିନର ଆରମ୍ଭ ଲେମ୍ବୁ ପାଣି ପିଇ କରନ୍ତି। କିନ୍ତୁ ନୁସରତ ଜାହାଁ ଦିନର ଆରମ୍ଭ ଗ୍ରୀନ୍ ଟି ପିଇ କରିଥାଆନ୍ତି। ଗ୍ରୀନ୍ ଟି ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ହୋଇଥାଏ ଯାହା ମେଟାବଲିଜମକୁ ବୁଷ୍ଟ କରିଥାଏ ଏବଂ ଶରୀରକୁ ଶକ୍ତି ପ୍ରଦାନ କରିଥାଏ।

{"id":247080,"sizeSlug":"large"}

ନୁସରତଙ୍କୁ ଡ୍ୟାନ୍ସ କରିବାକୁ ବହୁତ ଭଲ ଲାଗିଥାଏ। ତାଙ୍କ ଫିଟନେସର ରାଜ ଡ୍ୟାନ୍ସ ମଧ୍ୟ। ଡ୍ୟାନ୍ସ କରିବା ଦ୍ବାରା ଶରୀର ଟୋନଡ ହୋଇଯାଇଥାଏ। ଏହା ବ୍ୟତୀତ ନୁସରତଙ୍କୁ ଜଗିଂ କରିବାକୁ ବି ଭଲ ଲାଗିଥାଏ।

{"id":247082,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.