Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ଏହି ସାଂସଦ : ସୋସିଆଲ ମିଡ଼ିଆରେ ସେୟାର କଲେ ବିବାହ ଫଟୋ

20/06/2019 at 11:56 AM

କୋଲକାତା ୨୦/୬ : ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଛନ୍ତି । ୨୦୧୮ ଦଶହରା ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସମ୍ପର୍କରେ ବର୍ଷେ ଭିତରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନୁସରତ ଓ ନିଖିଲ ବିବାହ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ବିବାହ ପୂର୍ବରୁ ହଳଦୀ ସମାରୋହରେ ନୁସରତ ନିଜ ପିତାଙ୍କୁ ଆଲିଙ୍ଗନ କରି ଭାବ ବିହ୍ଵଳ ହୋଇ କାନ୍ଦିବାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ନୁସରତ ଏହି ଫଟୋ ଫାଦର୍ସ ଡେ ଅବସରରେ ସେୟାର କରିଛନ୍ତି ।

ଉଭୟଙ୍କ ବିବାହ ଜୁନ ୧୯ ତାରିଖରେ ତୁର୍କୀରେ ସମ୍ପର୍ଣ ହୋଇଛି । ବିବାହ ସମାରୋହ Sixth Sense Kapalankaya ନାମକ ଏକ ଲଜ୍ଜରି ହୋଟେଲରେ ହୋଇଥିଲା । ବିବାହ ସମାରୋହରେ ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟ ସାମିଲ ହୋଇଥିଲେ ।

ନୁସରତଙ୍କ ବିବାହରେ ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ସାମିଲ ହୋଇଥିଲେ । ବିବାହ ଯୋଗୁଁ ନୁସରତ ୧୭ତମ ଲୋକସଭା ଅଧିବେଶନରେ ଅନୁପସ୍ଥିତ ଥିଲେ । ଯେଉଁଥିପାଇଁ ସେ ଏପର୍ଯ୍ୟନ୍ତ ସାଂସଦ ପଦର ଶପଥ ନେଇନାହାନ୍ତି । ଜୁଲାଇ ୫ ତାରିଖରେ ନୁସରତ ଓ ନିଖିଳଙ୍କ ରିସେପ୍ସନ ପାର୍ଟି ଅଛି । ପାର୍ଟିରେ ଟଲିଉଡ଼ ଏବଂ ରାଜନିତୀର ଅନେକ ନେତା ପହଂଚିପାରନ୍ତି ।

   Related Posts