କୋଲକାତା ୨୪।୧୦: ସାରା ଦେଶରେ ଏବେ ଦୁର୍ଗା ପୂଜାର ମାହୋଲ। କରୋନା ଭାଇରସ ମହାମାରୀ ଲାଗି ଲୋକେ ପୂଜା ମଣ୍ଡପକୁ ଯାଇ ପାରୁନାହାନ୍ତି। ହେଲେ ପୂଜାର ଉତ୍ସାହ କିନ୍ତୁ ଫିକା ପଡିନି। ଏହାର ପ୍ରମାଣ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଶନିବାର ଦେଖାଯାଇଛି। ମହାଷ୍ଟମୀରେ ତୃଣମୂଳ ସାଂସଦ ନୁସରତ ଜାହଁ ଧାର୍ମିକ ବାଧାବନ୍ଧନ ଭାଙ୍ଗି ଶାଢୀ ଓ ମାସ୍କ ଲଗାଇ ଦୁର୍ଗାପୂଜା ମଣ୍ଡପକୁ ବୁଲି ଯିବା ସହ ପାରମ୍ପରିକ ‘ଢାକ’ ବଜାଇ ତାଳେତାଳେ ନାଚିଛନ୍ତି।
{"id":350217,"width":576,"height":401,"sizeSlug":"large"}ସୋସିଆଲ ମିଡିଆରେ ଭାଇରଲ କିଛି ଭିଡିଓରେ ନୁସରତଙ୍କୁ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ସହ କୋଲକାତାର ସୁଋଚି ସଂଘ ମନ୍ଦିରରେ ଦର୍ଶନ କରୁଥିବା ମଧ୍ୟ ଦେଖାଯାଇଛି। ସେ ପ୍ରସାଦ ଗ୍ରହଣ କରିବା ସହ ମାଙ୍କ ଆରତୀ କରିଥିଲେ। ଏହା ପରେ ଢାକ ବଜାଇ ମନଭରି ନାଚିଥିଲେ। ପରେ ଅନ୍ୟମାନେ ନାଚିବା ଲାଗି ସେ ନିଜେ ଢାକ ମଧ୍ୟ ବଜାଇଥିଲେ। ସେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ମନ୍ଦିର ଦର୍ଶନର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।
{"id":350218,"width":580,"height":419,"sizeSlug":"large"}ନୁସରତଙ୍କ ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ୟୁଜର୍ସ ଏହା ଉପରେ ସେମାନଙ୍କ ମତ ମନ୍ତବ୍ୟ ମଧ୍ୟ ଦେଇଥିବା ଦେଖାଯାଇଛି। ଯେଉଁଥିରେ ଲୋକେ କୌଣସି ହିନ୍ଦୁ ଯୁବତୀଙ୍କୁ ଇସ୍ଲାମରେ ଏତେ ସ୍ୱାଧୀନତା ଦେଉଛି କି ବୋଲି ମଧ୍ୟ ପ୍ରଶ୍ନ ପଚାରିଥିବାର ଦେଖାଯାଇଛି। ସେହିପରି ଅନ୍ୟ ଜଣେ ୟୁଜର ଖୁବ ଶୀଘ୍ର ନୁସରତଙ୍କ ବିରୋଧରେ ମୁଲ୍ଲା ଫତୱା ଜାରି କରିବେ ବୋଲି ମଧ୍ୟ ଲେଖିଥିବା ଦେଖାଯାଇଛି । ଯାହା ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।