Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜ୍ୟପାଳଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ମହୂଆ ମଇତ୍ର, କହିଲେ ପଶ୍ଚିମବଙ୍ଗ ରାଜଭବନକୁ ପାରିବାରିକ ଥଇଥାନ କେନ୍ଦ୍ରରେ ପରିଣତ କରିଛନ୍ତି ଅଙ୍କଲ

6/06/2021 at 8:33 PM

କୋଲକାତା ୬।୬: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ଦୀପ ଧନଖଡ଼ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ତୃଣମୂଳ ସାଂସଦ ମହୂଆ ମଇତ୍ର। ରାଜଭବନର ବିଭିନ୍ନ ପଦପଦବୀରେ ନିଜ ପରିବାର ସଦସ୍ୟ ଓ ନିକଟସମ୍ପର୍କୀୟଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଥିବାର ସେ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ ରାଜଭବନକୁ ସେ ପାରିବାରିକ ପୁନର୍ବାସ କେନ୍ଦ୍ରରେ ରୂପାନ୍ତରିତ କରିଥିବା ମଇତ୍ର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ କରିଥିବା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏଥିରେ ସେ ରାଜ୍ୟପାଳଙ୍କ ଦ୍ୱାରା ରାଜଭବନରେ ନିଯୁକ୍ତ କେତେକ କର୍ମଚାରୀଙ୍କୁ ସୂଚୀ ମଧ୍ୟ ଦେଇଛନ୍ତି। ଯେଉଁଥିରେ ନିଯୁକ୍ତ କର୍ମଚାରୀ ରାଜ୍ୟପାଳଙ୍କ ସମ୍ପର୍କରେ କଣ  ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ସରକାରଙ୍କ ସହ ରାଜ୍ୟପାଳଙ୍କ ତିକ୍ତ ସମ୍ପର୍କ କାହାକୁ ଅଛପା ନାହିଁ। ଏଥିରେ ଟିଏମସି ସାଂସଦଙ୍କ ଟ୍ୱିଟ୍‌ ରାଜ୍ୟପାଳଙ୍କୁ ପଦାରେ ପକାଇ ଦେଇଛି।

ମଇତ୍ର ଟ୍ୟାଙ୍କ ଟ୍ୱିଟ୍‌ରେ ବେଙ୍ଗଲ ରାଜ୍ୟପାଳ ଜଗଦ୍ଦୀପ ଧନଖଡ଼ଙ୍କ ଓଏସଡି ଅଭ୍ୟୁଦୟ ସିଂହ ଶେଖାୱତ ତାଙ୍କ ଶାଳକଙ୍କ ପୁତ୍ର ହୋଇଥିବା ସୂଚିତ କରିଛନ୍ତି। ସେହିପରି ରାଜଭବନ ଓଏସଡି କୋ-ଅର୍ଡିନେସନ ଅଖିଲ ଚୌଧୁରୀ ଗଭର୍ଣ୍ଣରଙ୍କ ନିକଟସମ୍ପର୍କୀୟ। କେବଳ ଏତିକି ନୁହେଁ ଓଏସଡି ଆଡମିନେଷ୍ଟ୍ରେସନ ଅବସ୍ଥାପିତ ଋଚି ଦୁବେ ରାଜ୍ୟପାଳଙ୍କ ପୂର୍ବତନ ଏଡିସି ମେଜର ଗୌରାଙ୍ଗ ଦିକ୍ଷୀତଙ୍କ ପତ୍ନୀ।

 ଓଏସଡି ପ୍ରଟୋକଲ ପ୍ରଶାନ୍ତ ଦିକ୍ଷୀତ ଗୌରାଙ୍ଗ ଦିକ୍ଷୀତଙ୍କ ଭାଇ, ଓଏସଡି ଆଇଟି କୌସ୍ତୁବ ଏସ.ୱାଲିକର ଗଭର୍ଣ୍ଣରଙ୍କ ଏବେକା ଏଡିସି ଶ୍ରୀକାନ୍ତ ଜନାର୍ଦ୍ଦନ ରାଓ ଙ୍କ ଶାଳକ ଅଟନ୍ତି। ନବ ନିଯୁକ୍ତ ଓଏସଡି କିଶନ ଧନଖଡ଼ ରାଜ୍ୟପାଳଙ୍କ ନିକଟସମ୍ପର୍କିୟ ବୋଲି ସାଂସଦ ପୋଷ୍ଟିଂ କରିଥିବା ସୂଚୀରେ ରହିଛି।

ଏହା ଛଡା ରାଜଭବନର ଅନ୍ୟ ଛୋଟମୋଟ ପଦପଦବୀ ମଧ୍ୟ ରାଜ୍ୟପାଳ ନିଜର ଓ ପାରିବାରିକ ସମ୍ପର୍କୀୟ ଓ ବିଶ୍ୱସ୍ତ କର୍ମଚାରୀଙ୍କ ପରିବାରର ପୁନର୍ବାସ ଲାଗି ଉପଯୋଗ କରିଥିବା ମଇତ୍ର ଅଭିଯୋଗ ଆଣିଛନ୍ତି।  ଏଥିରେ ବଡ଼ ବଡ଼ ପଦପଦବୀ  ସହ ପଶ୍ଚିମବଙ୍ଗ ରାଜଭବନର ସମସ୍ତ ପଦପଦବୀ ଏବେ ରାଜ୍ୟପାଳ, ତାଙ୍କ ବିଶ୍ୱସ୍ଥ ଅନୁଗତ ଓ ସେମାନଙ୍କ ସମ୍ପର୍କୀୟଙ୍କ ଏମ୍ପ୍ଲଏମେଣ୍ଟ ସେଣ୍ଟରରେ ପରିଣତ ହୋଇଥିବା ମଇତ୍ର ଉଲ୍ଲେଖ କରିଛନ୍ତି।  

ମଇତ୍ର ତାଙ୍କ ଟ୍ୱିଟ୍‌ରେ ରାଜ୍ୟପାଳଙ୍କୁ ‘ଅଙ୍କଲଜୀ’ ସମ୍ବୋଧନ କରିଥିବା ବେଳେ ଏଠାରେ ଆପଣ କେବଳ ଏଥିପାଇଁ ବାଡେଇଛାଟି ହେଉଛନ୍ତି କି ଆପଣଙ୍କ ଯୋଗୁ ପରିବାର ଲୋକେ ଓ ନିକଟ ସମ୍ପର୍କୀୟଙ୍କ ଚାକିରୀ କାଳେ ବିପଦରେ ପଡି ନଯାଉ  ବୋଲି  ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ଧନଖଡ଼ ପଶ୍ଚିମବଙ୍ଗ ପରିସ୍ଥିତି ନେଇ କରିଥିବା ଟ୍ୱିଟ୍‌ର ମଧ୍ୟ ମଇତ୍ର ଜବାବ ଦେଇଥିଲେ। ଏଥିରେ ଅଙ୍କଲ ଜୀ ବେଙ୍ଗଲର କଥିତ ଖରାପ ପରିସ୍ଥିତିରୁ ବର୍ତ୍ତିବାକୁ ଚାହୁଁଥିଲେ ଦିଲ୍ଲୀ ଯାଇ ନୂଆ ଚାକିରୀ ଖୋଜନ୍ତୁ ବୋଲି ଉଲ୍ଲେଖ କରିଥିଲେ। ଏଥିରେ ମଧ୍ୟ ମହୂଆ ତାଙ୍କୁ ଦୁଇଟି ପରାମର୍ଶ ଦେଇଥିଲେ।

ଘଟଣା ଜଣାପଡିବା ପରେ ଏବେ ମଇତ୍ରଙ୍କ ଟ୍ୱିଟ୍‌ରେ ଲୋକେ ଭିନ୍ନ ଭିନ୍ନ କମେଟ୍ ଦେବାରେ ଲାଗିଛନ୍ତି। ରାଜ୍ୟପାଳ ଭଳି ଏକ ସମ୍ମାନଜନକ ସାମ୍ବିଧାନିକ ପଦପଦବୀରେ ଜଗଦ୍ଦୀପ ଧନଖଡ଼ ଉପହାସଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି। ତେବେ ଇତି ମଧ୍ୟରେ ରାଜଭବନର ପଦପଦବୀ କେତେବେଳେ ନିଲାମ କରିଦେଇଛନ୍ତି ତାହା କାହାକୁ ଜଣାନଥିଲା। ଯାହା କୌଣସି ରାଜ୍ୟପାଳଙ୍କ ନିମନ୍ତେ ବାସ୍ତିବକ ଉପହାସଜନକ ପରିସ୍ଥିତିଠାରୁ କମ୍‌ ନୁହେଁ ବୋଲି ଲୋକେ ଟ୍ୱିଟ୍‌ରେ ମନ୍ତବ୍ୟ ଦେଉଛନ୍ତି।  

   Related Posts