Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ଟିଏମସି

19/05/2019 at 4:31 PM

ନୂଆଦିଲ୍ଲୀ ୧୯/୫ :  ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଯାତ୍ରା କରିଥିଲେ । ସେଠାରେ ଏକ ଗୁମ୍ଫାରେ ସେ ଧ୍ୟାନ କରିଥିଲେ । ମୋଦି କେଦାରନାଥ ଯାତ୍ରାକୁ ନେଇ ବିବାଦ ଉପୁଜିଛି । ତୃଣମୂଳ କଂଗ୍ରେସ ମୋଦିଙ୍କ କେଦାରନାଥ ଗସ୍ତକୁ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ଦର୍ଶାଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭଯୋଗ କରିଛି । ଟିଏମସି କହିଛି ଯେ, ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ୧୭ ତାରିଖ ସନ୍ଧ୍ୟା ୬ଟାରେ ଶେଷ ହୋଇଯାଇଥିଲା ।

କିନ୍ତୁ ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ଗତ ୨ ଦିନ ହେଲା ଲୋକାଲ ଏବଂ ରାଷ୍ଟ୍ରୀୟ ମିଡିଆ ପ୍ରସାରଣ କରିଥିଲା । ଏହା ଆଚରଣ ବିଧି ଉଲଂଘନ ବୋଲି କହିଛି ଟିଏମସି । ଟିଏମସି ସାଂସଦ ଡେରେକ୍ ଓବ୍ରାୟନ ଅଭଯୋଗ ପତ୍ରରେ ହସ୍ତାକ୍ଷର କରି କହିଛନ୍ତି ଯେ, ମୋଦି ଘୋଷଣା କରି କହିଥିଲେ ଯେ କେଦାରନାଥ ମନ୍ଦିର ପାଇଁ ମାଷ୍ଟର ପ୍ଲାନ କରାଯାଇଛି । କେଦାରନାଥ ଯାଇ ମୋଦି ସେଠାରେ ମିଡିଆ ଓ କେଦାରନାଥବାସୀଙ୍କୁ ସମ୍ବୋଧିତ କରିଥିଲେ ଏବଂ ଏହା ସମ୍ପୂର୍ଣ ଭୁଲ ଏବଂ ଅନୈତିକ ବୋଲି ଓବ୍ରାୟନ କହିଛନ୍ତି ।

ଆଜି ମୋଦି ବଦ୍ରିନାଥ ଧାମ୍ ଯାତ୍ରା କରିଛନ୍ତି ।

   Related Posts