କେନ୍ଦ୍ରର ନିର୍ଦ୍ଦେଶକୁ ବେଖାତିର: କରୋନା ନିୟମ ଭାଙ୍ଗି ଧାଡ଼ିରେ ପଶିଲେ, ଜବରଦସ୍ତି କୋଭିଡ୍‌ ଟିକା ନେଲେ ଟିଏମସି ବିଧାୟକ

Published By : Prameya-News7 Bureau | January 16, 2021 IST

କୋଲକାତା ୧୬/୦୧: ଦେଶରେ ବିଶ୍ବର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ୧.୯୧ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ୩ କୋଟି କରୋନା ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହାର ବ୍ୟତିକ୍ରମ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ଦୁଇ ଜଣ ଟିଏମସି ବିଧାୟକ ଜବରଦସ୍ତି ଭ୍ୟାକ୍‌ସିନ ନେଇଥିବା ଜଣାପଡ଼ିଛି।

ଟିଏମସି ବିଧାୟକ ସୁଭାଷ ମଣ୍ଡଳ ଓ ରବିନ୍ଦ୍ରନାଥ ଚାଟାର୍ଜୀ ପ୍ରଥମ ଦିନରେ କରୋନା ଟିକା ନେଇଛନ୍ତି। ନିଜ ପାଳି ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଧାଡ଼ିକୁ ଧସେଇ ପଶି ଟିକା ନେଇଛନ୍ତି ଦିଦିଙ୍କ ବିଧାୟକ। ଏହା ସହ ସେମାନେ କରୋନା ନିୟମ ମଧ୍ୟ ଉଲ୍ଲଂଘନ କରିଥିବା ଜଣାପଡ଼ିଛି।  

ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟ କର୍ମୀ, ପୋଲିସ, ସଫେଇ କର୍ମଚାରୀ ଟିକା ନେବେ ବୋଲି କେନ୍ଦ୍ର ସରକାର କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ, ପ୍ରଥମେ କୌଣସି ଲୋକପ୍ରତିନିଧି ଟିକା ନେବେ ନାହିଁ। ଅନ୍ୟପଟେ ଟିକା ନେବା ପରେ ରବିନ୍ଦ୍ରନାଥ ଚାଟାର୍ଜୀ  ଇଣ୍ଡିଆ ଟୁଡେକୁ କହିଛନ୍ତି, ‘ମୁଁ ଏବେ ଟିକା ନେଲି, ମୁଁ ସୁସ୍ଥ ଅନୁଭବ କରୁଛି। ସମସ୍ତେ ଟିକା ନେବେ। ସରକାର ସମସ୍ତଙ୍କୁ ଟିକା ଦେବାକୁ ବନ୍ଦୋବସ୍ତ କରିବେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.