Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ପଶ୍ଚିମବଙ୍ଗ ; ଟିଏମସି ବିଧାୟକଙ୍କୁ ଗୁଳିକରି ହତ୍ୟା,ବିଜେପି ରାଜ୍ୟ ମୁଖ୍ୟ ମୁକୁଲ ରାୟଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ରୁଜୁ

10/02/2019 at 8:12 PM

କୋଲକାତା ୧୦/୨-ପୁଣି ରୋଚକ ମୋଡରେ ପଶ୍ଚିମବଙ୍ଗ ରାଜନୀତି ।  ଟିଏମସି -ବିଜେପି ଟକରାଟକରି, କୋଲକାତା ପୋଲିସ କମିଶନରଙ୍କୁ ସିବିଆଇର ଜେରା , ବିଜେପି ନେତାଙ୍କୁ  ସଭା ପାଇଁ ପରମିଶନ ନମିଳିବା ଘଟଣା ଚର୍ଚ୍ଚାରେ ଥିବା  ବେଳେ ଏବେ ଜଣେ  ଟିଏମସି ବିଧାୟକଙ୍କୁ  ଅତି ନିକଟରୁ ଗୁଳିକରି ହତ୍ୟା ଘଟଣାରେ   ରାଜ ରାଜନୀତିକୁ  ସରଗରମ କରିଛି ।

ଘଟଣାରେ ସଂପୃକ୍ତି ଅଭିଯୋଗରେ  ବିଜେପି ରାଜ୍ୟ ମୁଖ୍ୟ ମୁକୁଲ ରାୟଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି  ।  ସେମାନଙ୍କ ମଧ୍ୟରୁ  ୨ଜଣଙ୍କୁ  ପୋଲିସ ଗରିଫ କରିଛି ପୁଣି ହଟ୍  ବେଡ୍ ରେ ପଶ୍ଚିମବଙ୍ଗ ରାଜନୀତି । 

 

କ୍ରିଶନଗଞ୍ଜର ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ବାସ ଙ୍କୁ  ଗୁଳିକରି ହତ୍ୟା ।  ଅତି ନିକଟରୁ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ । ଯାହାକୁ ନେଇ ଶାସକ ଟିଏମସି ଓ ବିଜେପି ମଧ୍ୟରେ ଯୋରଧାର ହୋଇଛି  ଛକାପଞ୍ଝା । ହଠାତ ଜଣେ  ଟିଏମସି ବିଧାୟକଙ୍କୁ  କିଏ ଓ କାହିଁକି ହତ୍ୟା କାଲା ?  ମୃତ ବିଧାୟକ ସତ୍ୟଜିତ ବିଶ୍ବାସ  ସରସ୍ବତୀ ପୂଜା ପୂର୍ବ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କୁ ଦୁର୍ବୃତ ମାନେ କାହିଁକି ଟାର୍ଗେଟ୍  କଲେ ? 

ତେବେ ବିଧାୟକଙ୍କ ହତ୍ୟା ପଛରେ ବିଜେପିର ସଡଯନ୍ତ୍ର ରହିଥିବା ଟିଏମସି ଅଭିଯୋଗ କରିଛି । ବିଜେପିର ଜାତୀୟ କାର୍ଯ୍ୟକରୀଣି ସଦସ୍ୟ  ମୁକୁଲ ରାୟଙ୍କ ସମେତ ୪ଜଣଙ୍କ ନାଁରେ  ଏଫଆଇଆର ଦେଇଛି ଟିଏମସି ।

   Related Posts