ମମତାଙ୍କ ଦଳରେ କନ୍ଦଳ, ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ଟିଏମସି ବିଧାୟକ

Published By : Prameya-News7 Bureau | January 17, 2022 IST

କୋଲକାତା,୧୭/୦୧: ପଶ୍ଚିମବଙ୍ଗରେ ଶାସନରେ ଥିବା ଟିଏମସର ଅନ୍ତଃକନ୍ଦଳ ପଦାରେ ପଡିଛି । ଦଳର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ପରେ ଜଣେ ନେତା। ଗୋଟିଏ ଦିନ ପୂର୍ବରୁ ଦଳର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଦଳୀୟ ନେତାଙ୍କୁ ସାର୍ବଜାନୀନ ରୁପେ ଅଭିଯୋଗ କରିବାଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ। ଯେକୌଣସି ପ୍ରସଙ୍ଗ ଉପରେ ଦଳର ଅନୁଶାସନ କମିଟି ସହ ଆଲୋଚନା କରିବାକୁ କହିଥିଲେ।

ଏହାପରେ କମାରହାଟିରୁ ଦଳର ବିଧାୟକ ମଦନ ମିତ୍ରା କଟାକ୍ଷା କରି ପଚାରିଛନ୍ତି, ପାର୍ଟିର ଅନୁସାଶନ କମିଟି କେଉଁଠାରେ କାମ କରୁଛି । ହରିସ ମାର୍ଗ ସ୍ଥିତ ମମତା ବାନାର୍ଜୀଙ୍କ ଘରେ ଚାଲୁଥିବା ଦଳୀୟ କାର୍ଯ୍ୟାଳୟ ସୁରକ୍ଷା ପ୍ରୋଟକଲ ଯୋଗୁଁ ପହଞ୍ଚ ବାହାରେ ରହିଛି । ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ସର୍ବ ଭାରତୀୟ କାମରେ ବ୍ୟସ୍ତ ରହିଛନ୍ତି।

ଏହା ପୂର୍ବରୁ କରୋନା ଯୋଗୁଁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ନିଜର ରାଜନୈତିକ ଏବଂ ଧର୍ମିକ ସଭାକୁ ସ୍ଥଗିତ କରିବା ନେଇ ଅଭିଷେକ ବାନାର୍ଜୀ ଘୋଷଣାକୁ ନେଇ ବିବାଦ ଦେଖା ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.