Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ପୁଣି ଏକ ଝଟ୍‌କା, ‘ପଦ୍ମ’ ଧରିଲେ ଆଉ ଜଣେ ଟିଏମସି ବିଧାୟକ

20/01/2021 at 8:31 PM

କୋଲକାତା ୨୦/୦୧: ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ବହୁ ବରିଷ୍ଠ ନେତା ‘ପଦ୍ମ’ ଧରୁଥିବା ବେଳେ ଏବେ ଦିଦି ଚିନ୍ତାରେ। ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜୟ ହାସଲ ପାଇଁ ବିଜେପି ବଳ ଗୋଟାଉଥିବା ବେଳେ ଟିଏମସି ସତ୍ତା ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛି। କିନ୍ତୁ ଟିଏମସିକୁ ବିଜେପି ଝଟ୍‌କା ଦେବାରେ ଲାଗିଛି। ପୁଣି ଜଣେ ଟିଏମସି ନେତା ବିଜେପିରେ ସାମିଲ ହୋଇଛନ୍ତି।

ଟିଏବସି ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ‘ପଦ୍ମ’ ଧରିଛନ୍ତି। ଗତ ମାସରେ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ନେତା ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ଆସିବା ବେଳେକୁ ମମତା ବାନାର୍ଜୀ ଦଳରେ ଏକା ରହିଥିବେ ବୋଲି ସେତେବେଳେ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ।

ନାଦିଆର ଶାନ୍ତିପୁର ବିଧାୟକ ହେଉଛନ୍ତି ଅରିନ୍ଦମ ଭଟ୍ଟାଚାର୍ଯ୍ୟ। ଗତ ବିଧାନସଭା ନିର୍ବାଚନ​‌ରେ ସେ କଂଗ୍ରେସ ଟିକେଟ୍‌ରେ ଲଢ଼ି ବିଜୟ ହାସଲ କରିଥିଲେ। ପରେ ଟିଏମସିରେ ସାମିଲ ହୋଇଥିଲେ। ଅରିନ୍ଦମ ଦିଲ୍ଲୀରେ ବିଜେପିର ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟଙ୍କ ସମେତ ଅନ୍ୟ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ସମୟରେ ଅରିନ୍ଦମ କହିଛନ୍ତି, ‘ମୁଁ କଂଗ୍ରେସ ଟିକେଟରୁ ନିର୍ବାଚନ ଜିତିଲି। ପରେ ବିକାଶ କଥା ଚିନ୍ତା କରି ଟିଏମସିରେ ସାମିଲ ହୋଇଥିଲି। କିନ୍ତୁ ସେମିତି କିଛି ହେଲା ନାହିଁ।’ ଅନ୍ୟପଟେ କୋଲକାତାର ଆଦିତ୍ୟ ବିର୍ଲା ଗ୍ରୁପର ବରିଷ୍ଠ ଉପ ସଭାପତି ରଞ୍ଜନ ବାନାର୍ଜୀ ମଧ୍ୟ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି।

   Related Posts